War: ଆମେରିକାର ପ୍ରଚଣ୍ଡ ଆକ୍ରମଣ: ଇରାନର ୫ ସହରରେ ବିସ୍ଫୋରଣ

1 week ago 11
ARTICLE AD BOX

ୱାସିଂଟନ: ଜୋର୍ଡାନ ଓ ଇରାକରେ ୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଖପ୍ପା ହୋଇଛନ୍ତି। ଆମେରିକା କ୍ରମାଗତ ଭାବେ ୯ ଦିନ ହେଲା ଇରାନ ଉପରେ ଆକ୍ରମଣ କରି ଆସୁଥିଲେ ମଧ୍ୟ ରବିବାର ରାତିରେ ଆକ୍ରମଣକୁ ଜୋର୍‌ଦାର କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ରବିବାର ରାତିରୁ ସୋମବାର ମଧ୍ୟରେ ଆମେରିକା ସେନା ଇରାନର ଏକାଧିକ ସାମରିକ ସ୍ଥଳଗୁଡ଼ିକୁ ନଷ୍ଟ କରିଛି। ଇରାନର ବିଭିନ୍ନ ସ୍ଥାନରେ ଭୟଙ୍କର ବିସ୍ଫୋରଣର ଶବ୍ଦ ସୋମବାର ବଡ଼ି ଭୋରରୁ ଶୁଣିବାକୁ ମିଳିଛି। ଓମାନ ଉପସାଗର ଓ ପାରସ୍ୟ ଉପସାଗରର ଉପକୂଳ ବନ୍ଦର ସହରଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହୋଇଛି। ଗତ ୯ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଇରାନର ଉତ୍ତରପଶ୍ଚିମରେ ଥିବା ସହର ତାବ୍ରିଜ୍‌ରେ ବିସ୍ଫୋରଣ ହୋଇଛି। 

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

ଇରାନର ୫ଟି ସହରରେ ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ରିପୋର୍ଟରମାନେ ତସନିମ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି। ସେହି ସହରଗୁଡ଼ିକ ହେଲା ତାବ୍ରିଜ, ଚବାହାର, କୋନାରକ, ବନ୍ଦର ମହସହର ଓ ବନ୍ଦର ଇମାମ ଖୋମିନି। ଗତ ଫେବ୍ରୁ୍ଆରି ୨୮ ତାରିଖରୁ ଇରାନ ସହ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଆମେରିକା ସୈନିକଙ୍କ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବାରୁ ଟ୍ରମ୍ପ ଏ ନେଇ କହିଛନ୍ତି ଯେ ଆମେ ବହୁତ ଖରାପ ଅନୁଭବ କରୁଛୁ। ଅଧିକନ୍ତୁ ବାହାରିନ ସ୍ଥିତ ଆମେରିକାର ଦୂତାବାସ ପକ୍ଷରୁ ଆମେରିକୀୟମାନଙ୍କୁ ସତର୍କ କରାଯାଇଛି। ବାହାରିନ ରାଜଧାନୀ ମାନାମାକୁ ଇରାନ ଟାର୍ଗେଟ୍‌ କରିବା ଆଶଙ୍କା ବ୍ୟକ୍ତ କରି ଏଭଳି ସତର୍କତା ଜାରି ହୋଇଛି। ହର୍ମୁଜ ପ୍ରଣାଳୀରେ ଇରାନ ପକ୍ଷରୁ ବାଣିଜ୍ୟିକ ଜାହାଜ ଓ ସାଧାରଣ ନାବିକମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ପାଇଁ ଆମେରିକା ଆକ୍ରମଣ କରୁଛି ବୋଲି ସେଣ୍ଟ୍ରାଲ କମାଣ୍ଡ୍‌ ସୂଚନା ଦେଇଛି।

ଇରାନର ୫ ସହରରେ ବିସ୍ଫୋରଣ
ଉପୁଜିପାରେ ପାନୀୟ ଜଳ ସଂକଟ
ଆଲୋଚନା ପାଇଁ ଉଭୟ ପକ୍ଷ ଆଗ୍ରହୀ

ଅନ୍ୟପକ୍ଷରେ ଶତ୍ରୁପକ୍ଷର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ସୋମବାର ଭୋର ସମୟରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି ଇରାନ ଦାବି କରିଛି। ରବିବାର କୁଏତର ଏକ ଶକ୍ତି ଓ ଡିସାଲାଇନେସନ୍‌ ପ୍ଲାଣ୍ଟ ଉପରେ ଇରାନ ଆକ୍ରମଣ କରିଛି। ଦକ୍ଷିଣ ଇରାନସ୍ଥିତ ନିର୍ମାଣାଧୀନ ଡାରଖୋଭିନ ଆଣବିକ ଶକ୍ତି ପ୍ରକଳ୍ପ ଉପରେ ଆମେରିକା ଆକ୍ରମଣ କରିଥିବାରୁ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନର ଉପବିଦେଶ ମନ୍ତ୍ରୀ କଜିମ ଘରିବାବାଦି ଚେତାବନୀ ଦେଇଛନ୍ତି। ଇରାନର ରିଭଲ୍ୟୁସନାରି ଗାର୍ଡ ହର୍ମୁଜ ପ୍ରଣାଳୀରେ ଦୁଇଟି ଜାହାଜ ଉପରେ ଆକ୍ରମଣ କରିଥିବା କହିଛି। ଆଇଆର୍‌ଜିସି ପକ୍ଷରୁ ଜୋର୍ଡାନର ଆକ୍ବାବା ବିମାନବନ୍ଦରରେ ଆମେରିକାର ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସେହିଭଳି କୁଏତର ଅଲ-ଅଦିରି କ୍ୟାମ୍ପ ଓ ଅଲି ସଲେମ ବିମାନ ଘାଟି‌ରେ ଆମେରିକାର ସାମରିକ ସମ୍ପତ୍ତିଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ‌‌ସୋମବାର ସକାଳେ ବାହାରିନରେ ସାଇରନ ବାଜିଛି।

କୁଏତ ସରକାର କହିଛନ୍ତି ଯେ ରବିବାର ଦ୍ବିତୀୟ ଦିନ ପାଇଁ ଲୁଣିପାଣିକୁ ପାନୀୟ ଜଳରେ ପରିଣତ କରୁଥିବା ଏକ ପ୍ଲାଣ୍ଟ ଉପରେ ଆକ୍ରମଣ ହେବାରୁ ସେଠାରେ ନିଆଁ ଲାଗିଯାଇଛି। ବେସାରିକ ଭିତ୍ତିଭୂମି ଉପରେ ଏହା ସିଧାସଳଖ ଆକ୍ରମଣ। ଏହି କାରଖାନା ଦ୍ବାରା ଉପସାଗରୀୟ ଦେଶର ଅନେକ ଦେଶକୁ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ। ଇରାନର ଏଭଳି ଏକ କାରଖାନା ଉପରେ ଶନିବାର ଆାମେରିକା ଆକ୍ରମଣ କରିଛି ବୋଲି ଇରାନ ଅଭିଯୋଗ କରିଥିଲା। ଏଥିପାଇଁ ଇରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଏଭଳି କାରଖାନା ଓ ଶକ୍ତି ଭିତ୍ତିଭୂମିଗୁଡ଼ିକୁ ନଷ୍ଟ କରିବ ବୋଲି ଧମକ ଦେଇଥିଲା। ତେବେ ଇରାନର ଡିସାଲାଇନେସନ କାରଖାନାକୁ ଧ୍ବଂସ କରିଥିବା ସଂପର୍କରେ ଆମେରିକା ସ୍ପଷ୍ଟ କରିନାହିଁ। 

Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

ଏସବୁ ସତ୍ତ୍ବେ ଉଭୟ ଆମେରିକା ଓ ଇରାନ ଆଲୋଚନାକୁ ଫେରିବା ସମ୍ଭାବନାକୁ ଏଡ଼ାଇ ଦେଇନାହାନ୍ତି। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ହର୍ମୁଜ ପ୍ରଣାଳୀରେ ଇରାନ ଆକ୍ରମଣ ଜାରି ରଖିଥିବା ପର୍ଯ୍ୟନ୍ତ ଆମେରିକା ପ୍ରତିଆକ୍ରମଣ ଜାରି ରଖିବ। କୂଟନୈତିକ ସମାଧାନ ପାଇଁ ଆମେରିକାର ଦ୍ବାର ସର୍ବଦା ଉନ୍ମୁକ୍ତ ରହିଛି ବୋଲି ରୁବିଓ କହିଛନ୍ତି। ଇରାନର ବିଦେଶ ମନ୍ତ୍ରାଳୟ ମଧ୍ୟ ଏଭଳି ଆଲୋଚନାକୁ ଅଗ୍ରାହ୍ୟ କରିନାହିଁ। ତେଣେ ଲେବାନନ ରାଷ୍ଟ୍ରପତି ଯୋସେଫ ଆଉନ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ରବିବାର ଭେଟି ଇସ୍ରାଏଲ ସହିତ ହୋଇଥିବା ରାଜିନାମା ସଂପର୍କରେ ଆଲୋଚନା କରିଛନ୍ତି। ଗତ ମାସରେ ଏହି ରାଜିନାମା ପାଇଁ ଆମେରିକା ମଧ୍ୟସ୍ଥତା କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.