ARTICLE AD BOX
ଭୁବନେଶ୍ବର: ରାଜଧାନୀରେ ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୧୯ହଜାର ୫୪୯ଜଣ। ଭୁବନେଶ୍ବରର ୩ଟି ନିର୍ବାଚନମଣ୍ଡଳୀରେ ମୋଟ ୭ଲକ୍ଷ ୮୦ହଜାର ୨୧୬ ଭୋଟର ରହିଥିଲେ। ଭାରତୀୟ ନିର୍ବାଚନ କମିସନ(ଇସିଆଇ)ଙ୍କ ନିର୍ଦ୍ଦଶକ୍ରମେ ଅନୁଷ୍ଠିତ ‘ସ୍ବତନ୍ତ୍ର ସଘନ ସଂଶୋଧନ’(ଏସ୍ଆଇଆର) ଯାଞ୍ଚ ସମୟରେ ୭ଲକ୍ଷ ୬୦ହଜାର ୬୬୭ ଅର୍ଥାତ୍ ୯୭.୪% ଫର୍ମ ସଂଗୃହିତ ହୋଇଛି। ବାକି ୧୯,୫୪୯ ଅର୍ଥାତ୍ ୨.୫୧% ଫର୍ମ ସଂଗ୍ରହ ହୋଇପାରିନାହିଁ। କ୍ଷେତ୍ରସ୍ତରୀୟ ଯାଞ୍ଚ ଅନୁଯାୟୀ ୮,୧୮୦ ତଥା ୧.୦୫% ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି। ଯେତେବେଳେ କି ୭,୨୯୭ଜଣ(୦.୯୪%) ମୃତ,୨,୮୨୪ଜଣ(୦.୩୬%) ଅନ୍ୟ ସ୍ଥାନରେ ନାମ ପଞ୍ଜୀକୃତ, ୯୮୯ଜଣ(୦.୧୩%) ସନ୍ଧାନ ମିଳି ନଥିବା ବେଳେ ୨୫୯ଜଣ(୦.୦୩% ଅନ୍ୟାନ୍ୟ କାରଣ ପାଇଁ ବାଦ୍ ପଡ଼ିଛନ୍ତି।
SIR: ଏସ୍ଆଇଆର୍: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ
ଇସିଆଇ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ସ୍ବଚ୍ଛ, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ଲକ୍ଷ୍ୟରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମ୍ସି କମିସନରଙ୍କ ଦ୍ବାରା ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଆସନ୍ତା ଅଗଷ୍ଟ ୪ ପର୍ଯ୍ୟନ୍ତ ଭୋଟରମାନେ ଆପତ୍ତି ଦାଖଲ କରିପାରିବେ। ସେପ୍ଟେମ୍ବର ୨ ସୁଦ୍ଧା ଦାବି ଓ ଆପତ୍ତିଗୁଡ଼ିକର ସମାଧାନ ଏବଂ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସ୍ବଚ୍ଛତା ବଜାୟ ରଖିବାକୁ ଅଯୋଗ୍ୟ ଫର୍ମଗୁଡ଼ିକର ବୁଥ୍ସ୍ତରୀୟ ତାଲିକାକୁ ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ବୁଥ୍ସ୍ତରୀୟ ଏଜେଣ୍ଟ(ବିଏଲ୍ଏ)ମାନଙ୍କୁ ପ୍ରଦାନ କରାଯାଇଛି। ଏସ୍ଆଇଆର ପାଇଁ ମୋଟ୍ ୭୧୯ଜଣ ବିଇଓ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ୧,୫୬୬ଜଣ ସ୍ବେଚ୍ଛାସେବୀ ଓ ରାଜନୈତିକ ଦଳର ୯୯୩ଜଣ ବିଏଲ୍ଏ ସହଯୋଗ କରିଥିଲେ।
କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପାଇଁ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅବହେଳିତ ବର୍ଗଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଯୁବ ଭୋଟର ତଥା ୨୦୨୬ ଜୁଲାଇ ୧ ପୂର୍ବରୁ ୧୮ ବର୍ଷ ବୟସ ପୂରଣ କରୁଥିବା ନାଗରିକଙ୍କୁ ‘ଫର୍ମ-୬’ରେ ସାମିଲ କରାଯାଉଛି। ଜନସାଧାରଣ ସେମାନଙ୍କ ସ୍ଥାନୀୟ ବିଏଲ୍ଓଙ୍କ ନିକଟକୁ ଯାଇ ‘ଇସିଆଇଏନ୍ଇଟି’ ମୋବାଇଲ୍ ଆପ୍ ବ୍ୟବହାର କରି ଜାତୀୟ ପୋର୍ଟାଲ ମାଧ୍ୟମରେ ଚିଠା ତାଲିକା ଯାଞ୍ଚ କରିପାରିବେ। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ) କିମ୍ବା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(ଏଇଆର୍ଓ)ଙ୍କ ଦ୍ବାରା ଆନୁଷ୍ଠାନିକ ନୋଟିସ୍ କିମ୍ବା ନିର୍ଦ୍ଦିଷ୍ଟ ଆଦେଶ ବିନା ଚିଠା ତାଲିକାରୁ କୌଣସି ନାମ ବାଦ୍ ଦିଆଯିବ ନାହିଁ ବୋଲି ବିଏମ୍ସି କମିସନର ଚଞ୍ଚଲ ରାଣା ସ୍ପଷ୍ଟ କରିଛନ୍ତି।
SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ
ବୁଥ୍ ସଂଖ୍ୟା ବଢ଼ିଲା
ରାଜଧାନୀର ଜନସଂଖ୍ୟା ସନ୍ତୁଳନକୁ ଭିତ୍ତି କରି ଭୋଟରଙ୍କ ସୁବିଧା ପାଇଁ ୧୩୨ଟି ମତଦାନ କେନ୍ଦ୍ର ବଢ଼ାଯାଇଛି। ବୁଥ୍ ସଂଖ୍ୟା ୭୧୯ରୁ ୮୫୧କୁ ବଢ଼ିଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ୨୦୨ ବୁଥ୍ ରହିଥିବା ବେଳେ ୧୭ଟି ନୂଆ ବୁଥ୍ ଯୋଡ଼ି ହୋଇଛି। ଅନୁରୂପ ଭାବେ ଭୁବନେଶ୍ବର ଉତ୍ତରରେ ବୁଥ୍ ସଂଖ୍ୟା ୨୬୯ରୁ ୩୫୬କୁ ବଢ଼ିଛି। ଏକାମ୍ର ଭୁବନେଶ୍ବରରେ ବୁଥ୍ ସଂଖ୍ୟା ୨୪୮ରୁ ୨୭୬କୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଜନସାଧାରଣ ସୁବିଧାରେ ନିଜ ଘର ନିକଟସ୍ଥ ବୁଥ୍ରେ ମତଦାନ ସାବ୍ୟସ୍ତ କରିପାରିବେ ବୋଲି ବିଏମ୍ସି କମିସନର ଶ୍ରୀ ରାଣା କହିଛନ୍ତି।
୨୫ଟି ସ୍ବତନ୍ତ୍ର ଣୁଣାଣି କେନ୍ଦ୍ର
ଆବେଦନଗୁଡ଼ିକର ପରିଚାଳନା ପାଇଁ ୩ଟି ନିର୍ବାଚନ ମଣ୍ଡଳୀରେ ସ୍ବତନ୍ତ୍ର ଶୁଣାଣି ଓ ଡିଜିଟାଇଜେସନ୍ କେନ୍ଦ୍ର ଖୋଲାଯାଇଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ୱାର୍ଡ ୨୯, ୩୪ ଓ ୩୬ କାର୍ଯ୍ୟାଳୟ, ଯାତ୍ରୀ ନିବାସ. ୟୁନିଟ୍-୮, ଶାସ୍ତ୍ରୀନଗର ଓ ବୁଦ୍ଦେଶ୍ବରୀ କମ୍ୟୁନିଟି ସେଣ୍ଟର ଓ ବିଏମ୍ସି ମୁଖ୍ୟାଳୟର ୱାର୍ ରୁମ୍, ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ୱାର୍ଡ ୨, ୫, ୧୩, ୧୭ ଓ ୧୮ କାର୍ଯ୍ୟାଳୟ, ଉତ୍ତର ଜୋନ୍ କାର୍ଯ୍ୟାଳୟ, ବିଜୁ ପଟ୍ଟନାୟକ କଲେଜ ଓ ଡେ-କେୟାର ସେଣ୍ଟର, ଏକାମ୍ର ଭୁବନେଶ୍ବରର ବିଜେବି କଲେଜ, ରାଜଧାନୀ କଲେ, ଓୟୁଏଟି, ସୟଦ୍ ମମ୍ତାଜ ଅଲ୍ଲୀ ହାଇସ୍କୁଲ, ଖଣ୍ଡଗିରି ହାଇସ୍କୁଲ, ବିଡିଓ କାର୍ଯ୍ୟାଳୟ, ୟୁନିଟ୍-୮ ହାଇସ୍କୁଲ, ତପୋବନ ହାଇସ୍କୁଲ ଓ ଜେମାଦେବୀ ହାଇସ୍କୁଲରେ ଶୁଣାଣି କେନ୍ଦ୍ର ଖୋଲିଛି।

4 weeks ago
11


