ARTICLE AD BOX
କନ୍ୟା ସଂକ୍ରାନ୍ତି ତିଥିରେ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଥାଏ। ବେଦ ଅନୁସାରେ ପୃଥିବୀର ନିର୍ମାଣକର୍ତ୍ତା ହେଉଛନ୍ତି ବିଶ୍ୱକର୍ମା। ତାଙ୍କୁ ହିଁ ପୃଥିବୀର ସମସ୍ତ ଶିଳ୍ପକର୍ମର ଉଦ୍ଭାବକ ଓ ପ୍ରକାଶକ ରୂପେ ଗ୍ରହଣ କରାଯାଏ। ଦେବଶିଳ୍ପୀ ଭାବରେ ଦେବତାମାନଙ୍କର ସ୍ୱର୍ଗପୁରୀ, ସଭାଗୃହ, ଯାନ ଏବଂ ସମସ୍ତ ଅସ୍ତ୍ରଶସ୍ତ୍ରର ନିର୍ମାତା ମଧ୍ୟ ସେ। ଏପରିକି ଭଗବାନ ବିଷ୍ଣୁଙ୍କର ଚକ୍ର, ଶିବଙ୍କର ତ୍ରିଶୂଳ ଓ ଇନ୍ଦ୍ରଙ୍କର ବଜ୍ରର ମଧ୍ୟ ସେ ନିର୍ମାତା। ଚାରି ଯୁଗରେ ସେ ବହୁ ନଗର ଓ ଭବନ ନିର୍ମାଣ କରିଥିଲେ।
Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା
ସତ୍ୟ ଯୁଗରେ ସ୍ବର୍ଗଲୋକ, ତ୍ରେତା ଯୁଗରେ ଲଙ୍କା, ଦ୍ବାପର ଯୁଗରେ ଦ୍ବାରକା ଓ କଳି ଯୁଗ ପ୍ରାରମ୍ଭର କିଛି ବର୍ଷ ପୂର୍ବରୁ ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ। ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଏବଂ ବୃହସ୍ପତିଙ୍କ ଭଗିନୀ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ହେଉଛନ୍ତି ରଚନା ଏବ˚ ପୁତ୍ରୀ ସୂର୍ଯ୍ୟ-ପତ୍ନୀ ସ˚ଜ୍ଞା। ‘ଋଗ୍ବେଦ’ରେ ତାଙ୍କର ମହିମା ବର୍ଣ୍ଣିତ। ପ୍ରଭୁ ରାମଚନ୍ଦ୍ରଙ୍କ ବାନର ସେନାରେ ସାମିଲ ଥିବା ନଳ ବିଶ୍ବକର୍ମାଙ୍କ ପୁତ୍ର। ସେ ସମୁଦ୍ର ଉପରେ ସେତୁ ନିର୍ମାଣରେ ପ୍ରଭୁ ରାମଙ୍କ ସହାୟତା କରିଥିଲେ। ଆନ୍ଧ୍ରପ୍ରଦେଶର ମଛଲୀପଟ୍ଟନମ୍ରେ ବିଶ୍ବକର୍ମାଙ୍କୁ ସମର୍ପିତ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର ରହିଛି। ବିଶ୍ବକର୍ମା ସକଳ ଶିଳ୍ପଶାସ୍ତ୍ରର ସ୍ରଷ୍ଟା ହୋଇଥିବାରୁ ଭାରତର ପ୍ରାୟ ସମସ୍ତ ଶିଳ୍ପସଂସ୍ଥାରେ ବିଶ୍ୱକର୍ମାଙ୍କର ପୂଜା ଅନୁଷ୍ଠିତ ହୋଇଥାଏ।
Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍ ବୋରା

17 hours ago
3


