ARTICLE AD BOX
ଭଦ୍ରକ: ଆଭାସୀ(ଅନ୍ଲାଇନ୍) ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ବୃଦ୍ଧି ପାଇବା ସହ ବୈଠକ ଆଦି ଗୁରୁତ୍ବପୂର୍ଣ୍ଣ କାମ ମଧ୍ୟ ଆଭାସୀ ମାଧ୍ୟମରେ କରାଯିବା ବ୍ୟବସ୍ଥା ଧୀରେ ଧୀରେ ପ୍ରଭାବ ବିସ୍ତାର କରିବାକୁ ଲାଗିଛି। କେତେକ ଗୁରୁତ୍ବପୂର୍ଣ୍ଣ ଚିକିତ୍ସାରେ ମଧ୍ୟ ଆଭାସୀ ମାଧ୍ୟମରେ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥାଏ। କିନ୍ତୁ ଡାକ୍ତରଙ୍କସହ ଆଭାସୀର ସହାୟତା ନେଇ ଏକ ଝାଡ଼ାବାନ୍ତି ରୋଗୀଙ୍କୁ ଜଣେ ନର୍ସ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନ ସୃଷ୍ଟି ହେବା ପରେ ସମ୍ପୃକ୍ତ ଡାକ୍ତରଙ୍କ ସହ ଅନ୍ୟଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି।
ମିଳିଥିବା ସୂଚନାରେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଅର୍ଜୁନପୁର୍ ଗାଁର ଅଭୟ ଜେନାଙ୍କୁ ଝାଡ଼ାବାନ୍ତି ରେ ସଂକ୍ରମିତ ହୋଇଥିଲେ। ଏଥି ପାଇଁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ଉକ୍ତ ରୋଗୀଙ୍କ ପୁଅ ସହ ଏକ ଯୁବକ ଯୋଗାଯୋଗ କରିଥିଲେ। କଟକ ନନେଇ ଆରଡ଼ି ଛକ ନିକଟ ଏକ ଘରୋଇ ମେଡିକାଲକୁ ଭର୍ତ୍ତି କରିବାକୁ କହିଥିଲେ। ସେଠାରେ ଦାୟିତ୍ୱରେ ଥିବା ନର୍ସ ଡାକ୍ତରଙ୍କ ସହ କଥା ହୋଇ କେବଳ ଏକ ଇଞ୍ଜେକସନ ଦେଇଥିଲେ ।
Students Hospitalised: ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି, ମେଡିକାଲରେ ଭର୍ତ୍ତି
ଆଜି ପୂର୍ବାହ୍ଣରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରୋଗୀଙ୍କ ମୃତ୍ୟୁ ପରେ ମୃତକ ଙ୍କ ସମ୍ପର୍କୀୟ ମେଡିକାଲ ପରିସର ରେ ହୋ ହାଲ୍ଲା କରିଥିଲେ । ଉତ୍ତେଜନାକୁ ଦେଖି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚିଥିଲା । ପରେ ଥାନାରେ ଲିଖିତ ଏତଲା ପରେ ଡାକ୍ତର ଓ ଘରୋଇ ମେଡିକାଲକୁ ଆସିବାକୁ କହିଥିବା ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପଟେ ଡାକ୍ତର କହିଛନ୍ତି ଯେ ସେ ପ୍ରଥମେ ମୃତକଙ୍କ ସମ୍ପର୍କୀୟଙ୍କୁ ମେଡିକାଲରେ ଭର୍ତ୍ତି ପାଇଁ ମନା କରିଥିଲେ । ରୋଗୀଙ୍କୁ ସକାଳୁ ହୃଦ୍ଘାତରେ ମୃତ୍ୟୁ ଘଟିଛି। କିନ୍ତୁ ଚିକିତ୍ସାରେ ଅବହେଳା କରାଯାଇନାହିଁ ।

3 weeks ago
10


