ARTICLE AD BOX
ରାଜ ଶମାନୀଙ୍କ ପଡ୍କାଷ୍ଟରେ ନେତା-ଅଭିନେତା ରବି କିଶନ୍ କହିଥିବା ଗୋଟିଏ ଧାଡ଼ି ପ୍ରାୟ ମାସେ ହେଲା ଇଣ୍ଟର୍ନେଟ୍ ଦୁନିଆରେ ଚହଳ ପକାଇଛି। ସେହି ଇଂରେଜୀ ବାକ୍ୟଟି ହେଉଛି- ‘ମନି ଫଲୋଜ୍ ମାଇଁ ବ୍ରଦର୍’ (ଅର୍ଥ: ଭାଇରେ, ଟଙ୍କା ପଛେ ପଛେ ଆସିବ)। ରବି ଏହି କଥାଟିକୁ ଏକ ଗମ୍ଭୀର ଉପଦେଶ ଭାବେ କହିଥିଲେ ହେଁ ତାଙ୍କ ସ୍ବଭାବସୁଲଭ କହିବା ଶୈଳୀ ଯୋଗୁଁ ଯୁବପିଢ଼ିର ଦୃଷ୍ଟିରେ ଏହା ପାଲଟିଯାଇଛି ଏକ ଖୁବ୍ ମଜାଳିଆ ସଂଳାପ। ଏହାର ଲୋକପ୍ରିୟତାକୁ ଲକ୍ଷ୍ୟ କରି ରବି କିଶନ୍ ସମାନ ନାମରେ ଏକ ଗୀତ ଓ ଭିଡିଓ ପ୍ରସ୍ତୁତ କରିଛନ୍ତି।
Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ
ଟି-ସିରିଜ୍ ପ୍ରଯୋଜିତ ଏହି ଗୀତର ଭିଡିଓଟି ଆସନ୍ତା ୧୧ ତାରିଖରେ ୟୁଟ୍ୟୁବ୍ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର୍ ଜାରି କରି ‘ସାରା ଦେଶକୁ ପାଗଳ କରିବା ପାଇଁ ଆସୁଛି’ ବୋଲି ରବି ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ମନି ଫଲୋଜ୍’ ଭାଇରାଲ୍ ହେବା ପରେ ଅତୀତରେ ସେ କହିଥିବା ଅନ୍ୟାନ୍ୟ ମଜାଳିଆ କଥାଗୁଡ଼ିକର କ୍ଲିପ୍ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଇଣ୍ଟର୍ନେଟ୍ରେ ଏଭଳି ପ୍ରସିଦ୍ଧ ହେବା ଦେଖି ରବି ବହୁତ ଉଲ୍ଲସିତ। ନିକଟରେ ମୁକ୍ତିଲାଭ କରିଥିବା ‘ମିର୍ଜାପୁର: ଦି ଫିଲ୍ମ’ ଚଳଚ୍ଚିତ୍ରରେ ବବ୍ବନ ବବୁଆ ଚରିତ୍ର ଲାଗି ମଧ୍ୟ ରବି କିଶନ୍ଙ୍କୁ ଅନେକ ପ୍ରଶଂସା ମିଳୁଛି।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର

1 week ago
8


