ARTICLE AD BOX
ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପରିବେଶ ଗାଁର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ମଧ୍ୟ ଉନ୍ନତ କରେ। ସ୍ୱଚ୍ଛତା, ବୃକ୍ଷରୋପଣ, ପାଣି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଭଳି ଛୋଟ ଛୋଟ ପଦକ୍ଷେପ ଏକ ସୁନ୍ଦର ଓ ଆଦର୍ଶ ଗାଁ ଗଢ଼ିବାରେ ବଡ଼ ଭୂମିକା ନିଭାଏ।
Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...
l ପ୍ରତିଦିନ ଘର, ଆଖପାଖ ଓ ରାସ୍ତାକୁ ସଫା କରି ଆବର୍ଜନାକୁ ଡଷ୍ଟବିନ୍ରେ ପକାଇବା ଦ୍ୱାରା ଗାଁ ସଫା ରହିବ ଏବଂ ରୋଗ ସୃଷ୍ଟିକାରୀ ଜୀବାଣୁର ବିସ୍ତାର କମିବ।
l ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ, ବାୟୁକୁ ଶୁଦ୍ଧ କରେ ଏବଂ ପରିବେଶର ସନ୍ତୁଳନ ରକ୍ଷା କରେ। ଘର, ବିଦ୍ୟାଳୟ ଓ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କଲେ ଗାଁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ହୋଇପାରିବ।
l ପ୍ଲାଷ୍ଟିକ ପରିବର୍ତ୍ତେ କପଡ଼ା କିମ୍ବା କାଗଜର ବ୍ୟାଗ ବ୍ୟବହାର କରିବା ଦ୍ୱାରା ପରିବେଶ ସୁରକ୍ଷିତ ରହିବ।
l ଆବଶ୍ୟକ ଅନୁସାରେ ପାଣି ବ୍ୟବହାର, ଅପଚୟ ବନ୍ଦ କରିବା ଏବଂ ବର୍ଷାଜଳ ସଂରକ୍ଷଣ କରିବା ଦ୍ବାରା ଜଳ ସମ୍ପଦ ସୁରକ୍ଷିତ ରହେ।
l ଶୁଖିଲା ଓ ଓଦା ଆବର୍ଜନାକୁ ଭିନ୍ନ ଭିନ୍ନ ପାତ୍ରରେ ସଂଗ୍ରହ କଲେ ପୁନଃବ୍ୟବହାର ଓ ବର୍ଜ୍ୟ ପରିଚାଳନା ସହଜ ହୁଏ।
l ସପ୍ତାହରେ ଗୋଟିଏ ଦିନ ସମସ୍ତ ଗ୍ରାମବାସୀ ମିଶି ସଫେଇ ଅଭିଯାନ କଲେ ଗାଁ ସବୁବେଳେ ସଫା ରହିବ। ଏହା ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ଓ ସହଯୋଗର ଭାବନା ବଢ଼ାଇବ।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ
l ଖୋଲା ସ୍ଥାନରେ ମଳତ୍ୟାଗ ନକରି ସମସ୍ତେ ଶୌଚାଳୟ ବ୍ୟବହାର କରି ସ୍ୱଚ୍ଛ ଓ ସୁସ୍ଥ ପରିବେଶ ରକ୍ଷା କରିବା ଉଚିତ।
l ପୋଖରୀ, ନଦୀ ଓ କୂଅ ମୁଖ୍ୟ ଜଳ ଉତ୍ସ ହୋଇଥିବାରୁ ସେଥିରେ ଆବର୍ଜନା କିମ୍ବା ପ୍ଲାଷ୍ଟିକ ନ ପକାଇ ସଫା ରଖିଲେ ଜଳ ପ୍ରଦୂଷଣ ରୋକାଯାଇପାରିବ ଏବଂ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳିବ।
l ଆବଶ୍ୟକ ନଥିଲେ ଲାଇଟ୍, ପଙ୍ଖା ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବା ଉଚିତ।
l କେବଳ ନିଜେ ସଚେତନ ହେଲେ ଚଳିବ ନାହିଁ, ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ମଧ୍ୟ ସ୍ୱଚ୍ଛତା, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ମହତ୍ତ୍ୱ ବୁଝାଇ ଏହି କାର୍ଯ୍ୟରେ ସାମିଲ କରିବା ଆବଶ୍ୟକ।

2 weeks ago
7


