Vijay Mallya: ମାଲ୍ୟାଙ୍କ ବିରୋଧରେ ମାମଲା ଚାଲିବ: ଇଡି

5 days ago 6
ARTICLE AD BOX

ମୁମ୍ବାଇ: ବ୍ୟାଙ୍କଗୁଡ଼ିକ ଋଣ ଟଙ୍କାର ବଡ଼ ଅଂଶ ଆଦାୟ କରିନେଇଥିଲେ ମଧ୍ୟ ବିଜୟ ମାଲ୍ୟାଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲା ବନ୍ଦ ହେବ ନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମାଲ୍ୟାଙ୍କ ସମ୍ପତ୍ତିରୁ ବ୍ୟାଙ୍କଗୁଡ଼ିକ ଟଙ୍କା ଆଦାୟ କରିସାରିଥିବାରୁ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବନ୍ଦ କରାଯାଉ ବୋଲି ମଲ୍ୟା କରିଥିବା ଆବେଦନର ବିରୋଧ କରି ଇଡି ଏହି ମତ ରଖିଛି।

ସେପ୍ଟେମ୍ବର ୮ରେ ଦାଖଲ କରିଥିବା ସତ୍ୟପାଠରେ ଇଡି କହିଛି, ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ କନସୋର୍ଟିୟମ୍‌କୁ ପ୍ରାୟ ୧୪,୧୩୧.୬ କୋଟି ଟଙ୍କାର ସମ୍ପତ୍ତି ହସ୍ତାନ୍ତର କରାଯାଇଛି। ତେବେ ସମ୍ପତ୍ତି ଫେରସ୍ତ କିମ୍ବା ଋଣ ଆଦାୟ ହେବା ଦ୍ୱାରା ମନି ଲଣ୍ଡରିଂ ମାମଲା ଆପେଆପେ ଶେଷ ହୁଏ ନାହିଁ। ଋଣ ଆଦାୟ ଏକ ଆର୍ଥିକ ପ୍ରକ୍ରିୟା ହୋଇଥିବା ବେଳେ ଅପରାଧିକ ମାମଲା ଅଲଗା ବୋଲି ଇଡି ଦର୍ଶାଇଛି।

ଅର୍ଥ ହେରଫେର ଓ ମନି ଲଣ୍ଡରିଂ ଅଭିଯୋଗ ରହିଛି

ଇଡି ଆହୁରି କହିଛି, ମଲ୍ୟା ୨୦୧୬ ମାର୍ଚ୍ଚରେ ଭାରତ ଛାଡ଼ିଥିଲେ। ତଦନ୍ତକାରୀ ସଂସ୍ଥାର ଏକାଧିକ ସମନ୍‌ ସତ୍ତ୍ୱେ ସେ ହାଜର ହୋଇନଥିଲେ। ପରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା ଏବଂ ୨୦୧୬ ନଭେମ୍ବରରେ ତାଙ୍କୁ ଆଇନ ଅମାନ୍ୟକାରୀ ଘୋଷଣା କରାଯାଇଥିଲା। ଭାରତୀୟ ଅଦାଲତର ଆଇନଗତ ପ୍ରକ୍ରିୟାରେ ସେ ଏପର୍ଯ୍ୟନ୍ତ ସାମିଲ ହୋଇନଥିବା ଇଡି କହିଛି।

ମଲ୍ୟାଙ୍କ ଉପରେ ତାଙ୍କର ବନ୍ଦ ହୋଇଯାଇଥିବା ବିମାନ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ପାଇଁ ନିଆଯାଇଥିବା ପ୍ରାୟ ୯,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣରୁ ଅତିକମ୍‌ରେ ୩,୫୦୦ କୋଟି ଟଙ୍କାର ଅର୍ଥ ହେରଫେର ଓ ମନି ଲଣ୍ଡରିଂ ଅଭିଯୋଗ ରହିଛି। ୨୦୧୬ରେ ଇଡି ତାଙ୍କ ସମ୍ପତ୍ତି ଜବତ କରିଥିଲା। ପରେ ୨୦୧୯ରେ ବିଶେଷ ଅଦାଲତ ଏସ୍‌ବିଆଇ ଓ ଅନ୍ୟ ଋଣଦାତା ବ୍ୟାଙ୍କଗୁଡ଼ିକୁ ଜବତ ସମ୍ପତ୍ତି ବ୍ୟବହାର କରି ଋଣ ଆଦାୟର ଅନୁମତି ଦେଇଥିଲେ।

ଜୋମାଟୋରେ ଖାଦ୍ୟ ମଗାଇବା ମହଙ୍ଗା

Read Entire Article
LEFT SIDEBAR AD

Hidden in mobile, Best for skyscrapers.