Vigilance Raid: ଭିଜିଲାନ୍ସ ପଞ୍ଝାରେ ଦୁଇ ଆର୍‌ଟିଓ କର୍ମଚାରୀ

1 month ago 12
ARTICLE AD BOX

ରାଉରକେଲା (ମଳୟ ରଂଜନ ସାହୁ): ଋଣ ଖିଲାପକାରୀଙ୍କ ଗାଡ଼ିର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି) କରାଇଦେବାକୁ ୨୬ ହଜାର ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଦୁଇ କର୍ମଚାରୀ। ସେମାନେ ହେଲେ ଧର୍ମେନ୍ଦ୍ର କୁମାର ବେହେରା ଓ ତାଙ୍କ ସହଯୋଗୀ ନିରଞ୍ଜନ ଷଣ୍ଢ। ଏମାନଙ୍କଠୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ୨୬ ହଜାର ଟଙ୍କା ଜବତ କରିଛି। ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି।

ମିଳିଥିବା ସୂଚନାମୁତାବକ ଜଣେ ବ୍ୟକ୍ତି ତାଙ୍କ ଗାଡ଼ିର ଏଫ୍‌ଆର୍‌ସି କରିଦେବାକୁ ଆର୍‌ଟିଓରେ ବିଭାଗୀୟ ଅଧିକାରୀଙ୍କୁ ଦେଖାକରିଥିଲେ। ବିଭିନ୍ନ ଆଳ ଦେଖାଇ ତାଙ୍କୁ ବାରମ୍ବାର ଦୌଡାଇଥିଲେ। ପରେ ଗାଡ଼ି ମାଲିକ ଧର୍ମେନ୍ଦ୍ର କୁମାର ବେହେରା ଓ ନିରଞ୍ଜନ ଷଣ୍ଢଙ୍କୁ ଦେଖା କରିଥିଲେ। ଦୁହେଁ ଗାଡ଼ିମାଲିକଙ୍କୁ ୨୬ ହଜାର ଟଙ୍କା ଦେବାକୁ କରିଥିଲେ। ଗାଡ଼ିମାଲିକ ଏତେ ଟଙ୍କା ଦେବାକୁ ରାଜି ନ ହେବାରୁ ଧର୍ମେନ୍ଦ୍ର ଓ ନିରଞ୍ଜନ କାମ ହୋଇପାରିବ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ଶେଷରେ ଗାଡ଼ି ମାଲିକ ଜଣକ ଏ ସଂକ୍ରାନ୍ତରେ ଭିଜିଲାନ୍ସକୁ  ଜଣାଇଥିଲେ।

vigilance: ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର ମୁକେଶ ମିଶ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.