Vehicles: ବିଏସ୍‌-୬ ଗାଡ଼ିର ପିୟୁସିସି ବୈଧତା ୩ ବର୍ଷକୁ ବଢ଼ିବ, ଅନ୍ୟ ଗାଡ଼ିର ୩ ମାସକୁ କମିବ

6 days ago 4
ARTICLE AD BOX

ନୂଆଦିଲ୍ଲୀ:କେନ୍ଦ୍ର ସରକାର ‘ନିୟନ୍ତ୍ରଣ ଅଧୀନରେ ପ୍ରଦୂଷଣ ସାର୍ଟିଫିକେଟ୍‌’ (ପିୟୁସିସି)ର ବୈଧତାକୁ ନେଇ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯୋଜନା ରଖିଛନ୍ତି। ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିର ଚିଠା ଜାରି କରାଯାଇଛି। ବିଏସ୍‌-୬ ନିୟମ ପାଳନ କରୁଥିବା ଗାଡ଼ିଗୁଡ଼ିକର ପିୟୁସିସି ବୈଧତାକୁ ତିନି ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ଓ ଅନ୍ୟ ଗାଡ଼ିଗୁଡ଼ିକର ବୈଧତାକୁ ୩ ମାସକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।

ବର୍ତ୍ତମାନ ବିଏସ୍‌-୬ ଗାଡ଼ିଗୁଡ଼ିକର ପିୟୁସିସିକୁ ପ୍ରତି ଏକ ବର୍ଷରେ ଥରେ ନବୀକରଣ କରିବାର ନିୟମ ରହିଛି। ଆଗାମୀ ଦିନରେ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍‌-୬ ଗାଡ଼ି ପାଇଁ ଏହି ବୈଧତାକୁ ୧ ବର୍ଷରୁ ବଢ଼ାଇ ୩ ବର୍ଷ କରାଯିବ। ୬-୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ୍‌-୬ ଗାଡ଼ିଗୁଡ଼ିକୁ ବର୍ଷକୁ ଥରେ ପିୟୁସିସି ନବୀକରଣ କରିବାକୁ ପଡ଼ିବ। ନୂଆ ବିଏସ୍‌-୬ ଗାଡ଼ି କିଣିଲେ ୬ ବର୍ଷ ମଧ୍ୟରେ ମାତ୍ର ଦୁଇ ଥର ପିୟୁସିସି ନବୀକରଣ କରିବାକୁ ପଡ଼ିବ। ୧୦ ବର୍ଷରୁ ଅଧିକ ପୁରୁଣା ବିଏସ୍‌-୬ ଗାଡ଼ିର ପିୟୁସିସିକୁ ପ୍ରତି ୬ ମାସରେ ଥରେ ନବୀକରଣ କରିବାକୁ ହେବ।

UAE: ୩ ବର୍ଷରେ ବିଦେଶରେ ୧,୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି

ସେହିପରି, ବିଏସ୍‌-୧, ବିଏସ୍‌-୨ ଓ ବିଏସ୍‌-୩ ଗାଡ଼ିଗୁଡ଼ିକର ପିୟୁସିସି ନବୀକରଣ ଅବଧି ୩ ମାସକୁ ହ୍ରାସ ପାଇବ। ଅର୍ଥାତ ପୁରୁଣା ଗାଡ଼ିଗୁଡ଼ିକୁ ବର୍ଷକୁ ଚାରି ଥର ପିୟୁସିସି ନବୀକରଣ କରିବାକୁ ହେବ। ବିଏସ୍‌-୪ ଗାଡ଼ିଗୁଡ଼ିକୁ ପ୍ରତି ୬ ମାସରେ ଥରେ ପିୟୁସିସି କରିବାକୁ ପଡ଼ିବ। ଯାତ୍ରୀ ଓ ମାଲ୍‌ ପରିବହନ କରୁଥିବା ବସ୍‌ ଓ ଟ୍ରକ୍‌ଗୁଡ଼ିକ କ୍ଷେତ୍ରରେ ବର୍ତ୍ତମାନ ନୂଆ ଗାଡ଼ି ପାଇଁ ୨ ବର୍ଷ ପର୍ଯ୍ୟନ୍ତ ପିୟୁସିସି ବୈଧତା ଦିଆଯାଉଛି। ଏହାପରେ ସେମାନେ ପ୍ରତିବର୍ଷ ଏହାକୁ ନବୀକରଣ କରୁଛନ୍ତି। କିନ୍ତୁ ସଂଶୋଧିତ ଚିଠା ନିୟମ ଅନୁସାରେ ନୂଆ ବସ୍‌ ଓ ଟ୍ରକ୍‌କୁ ୬ ବର୍ଷ ପର୍ଯ୍ୟନ୍ତ ପ୍ରତି ଦୁଇ ବର୍ଷରେ ଥରେ ପିୟୁସିସି କରିବାକୁ ହେବ। ୬-୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ବର୍ଷକୁ ଥରେ ପିୟୁସିସି କରିବେ। ୧୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ପ୍ରତି ୬ ମାସରେ ଏହି ସାର୍ଟିଫିକେଟ୍‌ ହାସଲ କରିବାକୁ ପଡ଼ିବ।

ଦେଶରେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ବିଏସ୍‌-୪ ନିୟମ ଲାଗୁ କରାଯାଇଥିଲା। ବିଏସ୍‌-୫କୁ ସମ୍ପୂର୍ଣ୍ଣ ଏଡାଇ ୨୦୨୦ ଏପ୍ରିଲ୍‌ ପରଠାରୁ ବିଏସ୍‌-୬ ନିୟମ ଲାଗୁ ହୋଇଛି। ବିଏସ୍‌-୬ ଗାଡ଼ିରୁ ପ୍ରଦୂଷଣ କମ୍‌ ହୋଇଥାଏ ଏବଂ ଏଥିପାଇଁ ନିମ୍ନ ସଲ୍‌ଫର୍‌ ଭିତ୍ତିକ ଇନ୍ଧନ ଦରକାର ହୋଇଥାଏ। ସେଗୁଡ଼ିକ ଅଧିକ ପରିବେଶ ଅନୁକୂଳ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.