vehicle checking drive ଆଉ ନିସ୍ତାର ନାହିଁ, ସବୁ ଗାଡ଼ିମୋଟରକୁ ତନ୍ନତନ୍ନ ଖୋଜୁଛନ୍ତି ଘୁ ଉଦୟଗିରି ପୁଲିସ

1 week ago 4
ARTICLE AD BOX

ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଳା ଘୁମୁସର ଉଦୟଗିରି ଅଞ୍ଚଳରେ ଗାଡ଼ିମୋଟରଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ପୁଲିସ। ହେଲ୍‌ମେଟ୍‌, ଚାଳକପ୍ରମାଣପତ୍ର, ଆର୍‌ସି, ନିଶାଶକ୍ତ ଅବସ୍ଥାରେ ଗାଡ଼ିଚଳାଉଛନ୍ତି କି ନାହିଁ, ସବୁ ତନଖି କରୁଛନ୍ତି। 

Rairangpur Traffic Unit ରାଇରଙ୍ଗପୁର ପୁଲିସ ଜିଲ୍ଳାରେ ଟ୍ରାଫିକ ୟୁନିଟର ଶୁଭାରମ୍ଭ

କଳିଙ୍ଗା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଘୁମୁସର ଉଦୟଗିରି ଆଦର୍ଶ ଥାନା ପକ୍ଷରୁ କଡ଼ା ଯାଞ୍ଚ ଅଭିଯାନ ଚାଲିଛି। ଏହି ଅଭିଯାନରେ ବିଭିନ୍ନ ଚାରିଚକିଆ ଓ ଦୁଇଚକିଆ ଯାନର ଡିକି ତଲାସି କରାଯିବା ସହ ଦୁଇଚକିଆ ଯାନଚାଳକଙ୍କ ହେଲ୍‌ମେଟ ବ୍ୟବହାର ଯାଞ୍ଚ କରାଯାଉଛି।

Puri traffic restriction ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ଟ୍ରାଫିକ୍‌ ନିୟନ୍ତ୍ରଣ

ଏଏସଆଇ ବୁଲୁ ବେହେରାଙ୍କ ନେତୃତ୍ୱରେ ପୁଲିସକର୍ମଚାରୀମାନେ ଯାଞ୍ଚରେ ଯୋଡ଼ିହୋଇଛନ୍ତି। ମଦ୍ୟପାନ କରି ଗାଡ଼ିମୋଟର ଚଳାଉଥିବା ଚାଳକମାନଙ୍କୁ କଡ଼ା ଚେତାବନୀ ଦିଆଯାଉଛି। ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବଦା ହେଲ୍‌ମେଟ ପିନ୍ଧିବା, ନିଶାଦ୍ରବ୍ୟ ସେବନ କରି ଯାନ ଚଳାଇବାରୁ ବିରତ ରହିବା ଏବଂ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଉଛି।

ଏହି ଯାଞ୍ଚ ଅଭିଯାନ ପରିଚାଳିତ ହେଉଥିବା ବେଳେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଓ ନିୟମାନୁସାରେ ଯାନ ଚଳାଚଳ କରିବାକୁ ଅନୁରୋଧ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.