ARTICLE AD BOX
ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ, କୋଲକାତାର ବିଶ୍ୱ ବଙ୍ଗଳା ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଷଷ୍ଠ କୋଲ୍ ଲଗ୍ ଇଣ୍ଡିଆ (ସିଏଲଆଇ) ଏକ୍ସପୋ ୨୦୨୬ରେ ଏହାର ପ୍ରଯୁକ୍ତିବିଦ୍ୟା-ଆଧାରିତ ଖଣି କାର୍ଯ୍ୟ ଏବଂ ଗୋଷ୍ଠୀ ବିକାଶ ପଦକ୍ଷେପ ପ୍ରଦର୍ଶନ କରିଛି। ଭାରତୀୟ କୋଇଲା ଫୋରମ୍ ଏବଂ କୋଇଲା ଉତ୍ପାଦକ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ଭାରତର କୋଇଲା ଏବଂ ଖଣି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଏକାଠି ହୋଇଥିଲେ।
ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଷ୍ଟଲକୁ ଶ୍ରୀ ଆଲୋକପର୍ତ୍ତି, ଆଇଏଏସ୍ (ଅବସରପ୍ରାପ୍ତ)ଅଧ୍ୟକ୍ଷ, ଭାରତୀୟ କୋଇଲା ଫୋରମ୍ ଏବଂ ପୂର୍ବତନ ସଚିବ, କୋଇଲା ମନ୍ତ୍ରଣାଳୟ; କପିଲ ଧଗତ, ଅଧ୍ୟକ୍ଷ, କୋଇଲା ଉତ୍ପାଦକ ସଂଘ (ସିପିଏ); ଏବଂ ପାର୍ଥ ଏସ୍. ଭଟ୍ଟାଚାର୍ଯ୍ୟ, ଅଧ୍ୟକ୍ଷ, ପିୟରଲେସ୍ ଗ୍ରୁପ୍ ଏବଂ ପୂର୍ବତନ ଅଧ୍ୟକ୍ଷ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ବେଦାନ୍ତର କର୍ମଚାରୀମାନଙ୍କ ସହିତ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶା ଏବଂ ଛତିଶଗଡ଼ରେ କମ୍ପାନିର ପ୍ରମୁଖ କୋଇଲା ଖଣି ସମ୍ପର୍କିତ ପ୍ରଦର୍ଶିତ ହୋଇଥିଲା

1 week ago
8


