Uttar Pradesh: ଚା’ରେ ନିଦ ବଟିକା ମିଶାଇ ବ୍ୟବସାୟୀଙ୍କ ଘରୁ ଟଙ୍କା ଓ ଅଳଙ୍କାର ଧରି ପ୍ରେମିକ ପାଖକୁ ଚମ୍ପଟ ମାରିଥିଲା ରୋଷେୟା: ମାଡିବସିଲା ପୁଲିସ

5 days ago 4
ARTICLE AD BOX

ମେରଠ: ଉତ୍ତରପ୍ରଦେଶର ମେରଠସ୍ଥିତ ଡିଫେନ୍ସ କଲୋନିରେ ରହୁଥିବା ଶିଳ୍ପପତି ତଥା କ୍ରୀଡ଼ା ସାମଗ୍ରୀ ବ୍ୟବସାୟୀ ଆଶୁତୋଷ ଭଲ୍ଲାଙ୍କ ଘରୁ କୋଟି କୋଟି ଟଙ୍କାର ଚୋରି ଘଟଣାରେ ପୁଲିସ ତାଙ୍କ ଚାକରାଣୀ ରୋଶନୀ ଓ ତାଙ୍କ ପ୍ରେମିକଙ୍କୁ କାନପୁରରୁ ଗିରଫ କରିଛି। ଚୋରି ହୋଇଥିବା ସୁନାଗହଣା ଓ ନଗଦ ଟଙ୍କା ଜବତ କରିବା ପାଇଁ ଉଭୟଙ୍କୁ ପଚରାଉଚରା କରାଯାଉଛି।

ଚୋରି କରିବା ପରେ ରୋଶନୀ ସୋମବାର ଅପରାହ୍ନରେ ଘରର ପଛପଟ ଗେଟ୍‌ ଦେଇ ବାହାରକୁ ଆସିଥିଲେ। ଏହାପରେ ଏକ ଅଟୋରେ ବସି ବେଗମପୁଲରେ ପହଞ୍ଚିଥିଲେ। ସେଠାରୁ ରାଜ୍ୟ ପରିବହନ ନିଗମର ବସ୍‌ରେ ବସି କାନପୁରରେ ରହୁଥିବା ତାଙ୍କ ପ୍ରେମିକଙ୍କ ପାଖକୁ ପଳାଇଥିଲେ।

ଚା’ରେ ନିଦ ବଟିକା ମିଶାଇ କରିଥିଲେ ଚୋରି

ମେରଠର ମାୱାନା ରୋଡ୍‌ସ୍ଥିତ ଡିଫେନ୍ସ କଲୋନିରେ ଆଶୁତୋଷ ଭଲ୍ଲାଙ୍କ କୋଠି ରହିଛି। ସେ ଭଲ୍ଲା ଇଣ୍ଟରନ୍ୟାସନାଲ୍‌ ଭିନେକ୍ସ ନାମକ ଏକ କ୍ରୀଡ଼ା ସାମଗ୍ରୀ କମ୍ପାନିର ମାଲିକ। ତାଙ୍କ ଘରେ ଆଠ ଜଣ ଚାକର ଓ ସୁରକ୍ଷାକର୍ମୀ କାମ କରନ୍ତି।ସୋମବାର ଦିନ ଘରେ କାମ କରୁଥିବା ପଶ୍ଚିମବଙ୍ଗର ଜଳପାଇଗୁଡ଼ି ନିବାସୀ ରୋଶନୀ ଚତୁରତାର ସହ ଏହି ଚୋରି କରିଥିଲେ। ସେ ଆଶୁତୋଷ ଭଲ୍ଲାଙ୍କ ମା’ ରେଖା ଭଲ୍ଲାଙ୍କ ଚା’ରେ ନିଦ ବଟିକା ମିଶାଇ ଦେଇଥିଲେ। ରେଖା ଭଲ୍ଲା ନିଦରେ ଶୋଇପଡ଼ିବା ପରେ ସେ ତାଙ୍କ ଆଲମିରାରୁ କୋଟି କୋଟି ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ରୋଶନୀ ଏକ ବ୍ୟାଗ୍‌ ଧରି ଘରର ପଛପଟ ଗେଟ୍‌ ଦେଇ ବାହାରି ମାୱାନା ରୋଡ୍‌ରେ ପହଞ୍ଚିଥିଲେ। ସେଠାରୁ ଅଟୋରେ ବସି ବେଗମପୁଲ ଯାଇଥିଲେ।

ପୁଲିସ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରିବା ପରେ ବେଗମପୁଲରେ ରୋଶନୀଙ୍କ ଶେଷ ଅବସ୍ଥିତି ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ସେ କେଉଁଆଡ଼େ ଯାଇଥିଲେ, ତାହା ଜାଣିବା କଷ୍ଟକର ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ସେ ବସ୍‌ରେ କାନପୁର ଯାଇ ନିଜ ପ୍ରେମିକଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଥିଲା।

କେମିତି ପୁଲିସକୁ ମିଳିଲା ସୁରାକ୍‌?

ପୁଲିସ ଆଶୁତୋଷ ଭଲ୍ଲାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ରୋଷେଇ ଘରର ଦାୟିତ୍ୱରେ ଥିବା ରୋଷେୟାଙ୍କୁ ମଧ୍ୟ ହେପାଜତକୁ ନିଆଯାଇଥିଲା। ପଚରାଉଚରା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ରୋଶନୀ ନିଜେ ଅପରାହ୍ନରେ ରୋଷେଇ ଘରକୁ ଆସି ଚା’ ତିଆରି କରିଥିଲେ। ସେ ପ୍ରାୟତଃ ରେଖା ଭଲ୍ଲାଙ୍କ ପାଇଁ ଚା’ ତିଆରି କରୁଥିବାରୁ ଏହାର ସୁଯୋଗ ନେଇଥିଲେ। ଏହାସହ କାନପୁରର ନୀରଜ ନାମକ ଜଣେ ଯୁବକଙ୍କ ସହ ରୋଶନୀଙ୍କ ପ୍ରେମ ସମ୍ପର୍କ ଥିବା ପୁଲିସ ଜାଣିବାକୁ ପାଇଥିଲା। ରୋଶନୀଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରି ପୁଲିସ ଉଭୟଙ୍କୁ କାନପୁରରେ ଠାବ କରି ଗିରଫ କରିଥିଲା।

ରୋଶନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଚୋରି ହୋଇଥିବା ଗହଣା ଓ ଟଙ୍କା ଏପର୍ଯ୍ୟନ୍ତ ଜବତ  ହୋଇନାହିଁ। ଉଭୟ ଚୋରି ସାମଗ୍ରୀକୁ କୌଣସି ସ୍ଥାନରେ ଲୁଚାଇ ରଖିଥିବା ପୁଲିସ ସନ୍ଦେହ କରୁଛି। ଚୋରି ସାମଗ୍ରୀ ଜବତ  କରିବା ପାଇଁ ପୁଲିସ ଉଭୟଙ୍କୁ ପଚରାଉଚରା କରୁଛି। ସେମାନେ ସାମଗ୍ରୀ ନେଇ କେଉଁ କେଉଁ ସ୍ଥାନକୁ ଯାଇଥିଲେ, ତାହାର ତଦନ୍ତ ଚାଲିଛି। ଏହାସହ ନୀରଜଙ୍କ ବନ୍ଧୁ, ସମ୍ପର୍କୀୟ ଓ ଅନ୍ୟ ସମ୍ଭାବ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ କରାଯାଉଛି।

ରେଖା ଭଲ୍ଲାଙ୍କ ଅବସ୍ଥା ଏବେ ବିପଦମୁକ୍ତ

ରେଖା ଭଲ୍ଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି। ପୁଲିସ ଅନୁସାରେ, ତାଙ୍କୁ ପାଞ୍ଚରୁ ସାତଟି ନିଦ ବଟିକା ଦିଆଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ବ୍ୟବସାୟୀ ଆଶୁତୋଷ ଭଲ୍ଲାଙ୍କ ଅଭିଯୋଗ ଆଧାରରେ ରୋଶନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଡିଫେନ୍ସ କଲୋନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗତ କିଛି ମାସ ମଧ୍ୟରେ ଡିଫେନ୍ସ କଲୋନୀରେ ଅନେକ ଅପରାଧିକ ଘଟଣା ଘଟିଛି। ପୂର୍ବରୁ ପ୍ରାତଃଭ୍ରମଣ ସମୟରେ କାର୍‌ରେ ଆସିଥିବା କିଛି ବ୍ୟକ୍ତି ଜଣେ ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ। ଅନ୍ୟ ଏକ ଘଟଣାରେ ମେରଠରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ଘରେ ଚୋରି ହୋଇଥିଲା। ଏବେ ଶିଳ୍ପପତିଙ୍କ ଘରେ ଚୋରି ହେବା ପରେ କଲୋନିରେ କ୍ରମାଗତ ଭାବେ ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି ପ୍ରବେଶ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ବାତ୍ୟା 'ଅର୍ଣ୍ଣବ'ର ପ୍ରକୋପ! ନୀଳଚକ୍ରରୁ ଖସିପଡ଼ିଲା ଭକ୍ତଙ୍କର ମାନସିକ ବାନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.