ARTICLE AD BOX
ନୂଆଦିଲ୍ଲୀ: ବ୍ୟବହୃତ ଆଲୁମିନିୟମ ଫଏଲ୍କୁ ଅଳିଆ ଭାବି ଫିଙ୍ଗିବା ପରିବର୍ତ୍ତେ ଆପଣ ଏହାକୁ ନିଜ ବଗିଚାରେ ବ୍ୟବହାର କରି ଗଛର ସ୍ୱାସ୍ଥ୍ୟ ବଢ଼ାଇପାରିବେ। ଏହାର ୪ଟି ସହଜ ଉପାୟ ବିଷୟରେ ଜାଣନ୍ତିୁ ।
୧. ସୂର୍ଯ୍ୟକିରଣର ପ୍ରତିଫଳନ:
ଅନେକ ସମୟରେ ଘଞ୍ଚ ଗଛର ତଳ ପତ୍ରଗୁଡ଼ିକୁ ଠିକ୍ ଭାବେ ସୂର୍ଯ୍ୟକିରଣ ମିଳିନଥାଏ। ଯଦି ଆପଣ ଗଛର ମୂଳରେ ବା କୁଣ୍ଡ ଚାରିପଟେ ଆଲୁମିନିୟମ ଫଏଲ୍ ରଖିବେ, ତେବେ ଏହା ଆଲୋକକୁ ପ୍ରତିଫଳିତ କରି ଛାଇରେ ଥିବା ପତ୍ର ପାଖକୁ ପହଞ୍ଚାଇବ। ଏହା ଦ୍ୱାରା ଫଟୋସିନ୍ଥେସିସ୍ ପ୍ରକ୍ରିୟା ଭଲ ହୁଏ ଏବଂ ଗଛ ଶୀଘ୍ର ବଢ଼େ।
ଅଧିକ ପଢନ୍ତୁ: Asafoetida: ହଜମ ସମସ୍ୟା ସହ ଓଜନ ହ୍ରାସ ପାଇଁ ବେଶ ଉପକାରୀ ହେଙ୍ଗୁ ପାଣି
୨. ପୋକଜୋକଙ୍କୁ ଦୂରେଇ ରଖିବା:
ଆଲୁମିନିୟମ ଫଏଲ୍ର ଚମକ ଏବଂ ଏହାର ଶବ୍ଦ ପକ୍ଷୀ ଓ କ୍ଷତିକାରକ ପୋକଙ୍କୁ ଡରାଇଥାଏ। ଗଛର ଡାଳରେ ଫଏଲ୍ର ଛୋଟ ପଟି ବାନ୍ଧିଲେ କିମ୍ବା ମାଟି ଉପରେ ଏହାର ଖଣ୍ଡ ରଖିଲେ ପତ୍ରଖିଆ ପୋକ ଏବଂ ଶୁଆମାନେ ଗଛଠାରୁ ଦୂରେଇ ରହନ୍ତି।
୩. ମଞ୍ଜି ଗଜା କରିବାରେ ସହାୟକ:
ଯଦି ଆପଣ ଟ୍ରେରେ ମଞ୍ଜି ଗଜା କରୁଛନ୍ତି, ତେବେ ଟ୍ରେର ଭିତର ପାଖରେ ଫଏଲ୍ ଲଗାନ୍ତୁ। ଏହା ସୂର୍ଯ୍ୟର ଉତ୍ତାପ ଓ ଆଲୋକକୁ ଧରି ରଖିବାରେ ସାହାଯ୍ୟ କରେ, ଯାହାଦ୍ୱାରା ମଞ୍ଜିଗୁଡ଼ିକ ଶୀଘ୍ର ଏବଂ ସୁସ୍ଥ ଭାବେ ଗଜା ହୁଅନ୍ତି।
୪. ମାଟିର ଉତ୍ତାପ ବଜାୟ ରଖିବା:
ଶୀତଦିନେ କୁଣ୍ଡରେ ଥିବା ମାଟି ଖୁବ୍ ଶୀଘ୍ର ଥଣ୍ଡା ହୋଇଯାଏ, ଯାହା ଗଛ ପାଇଁ ଖତିକାରକ। କୁଣ୍ଡ ଚାରିପଟେ ଆଲୁମିନିୟମ ଫଏଲ୍ ଗୁଡ଼ାଇଲେ ଏହା ମାଟିର ଉତ୍ତାପକୁ ସୁରକ୍ଷିତ ରଖେ ଏବଂ ଚେରକୁ ଥଣ୍ଡାରୁ ରକ୍ଷା କରେ। ଏହି ସହଜ ଉପାୟଗୁଡ଼ିକ ଆପଣାଇ ଆପଣ ବେକାର ଫଏଲ୍ର ସଦୁପଯୋଗ କରିବା ସହ ନିଜ ବଗିଚାକୁ ସବୁଜ ସୁନ୍ଦର କରିପାରିବେ।

1 week ago
8


