US VS Iran: ପୁଣି ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

2 days ago 1
ARTICLE AD BOX

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପୁଣି ଥରେ ଆକ୍ରମଣ ପାଇଁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ କୁହାଯାଇଛି ଯେ, ଏହି ଆକ୍ରମଣ ଚଳିତ ସପ୍ତାହାନ୍ତ ସୁଦ୍ଧା କରାଯାଇପାରେ। ରିପୋର୍ଟ ଅନୁଯାୟୀ, ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଇରାନ ଉପରେ ଯଥେଷ୍ଟ ଚାପ ପକାଇବା ଯାହା ଦ୍ୱାରା ତେହେରାନ ଆମେରିକାର ସର୍ତ୍ତ ଅନୁଯାୟୀ ଆଲୋଚନା କରିବାକୁ ରାଜି ହେବ। ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ଇରାନ ସହିତ ଚାଲିଥିବା କୂଟନୈତିକ ପ୍ରୟାସ ଉପରେ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜୋର୍ଡାନରେ ଆମେରିକୀୟ ସେନା ଘାଟି ଉପରେ ଆକ୍ରମଣ ପରେ ଇରାନ ଉପରେ ଆକ୍ରମଣ ଜାରି ରହିଛି। ଆମେ ସେମାନଙ୍କ ଉପରେ ଜୋରଦାର୍ ଆକ୍ରମଣ କରିବୁ। ଏପରି ଏକ ସମୟ ଆସିବ ଯେତେବେଳେ ସେମାନେ କହିବେ ଯେ, ଆମେ ଆଉ ସହ୍ୟ କରିପାରିବୁ ନାହିଁ। ମେରିଲ୍ୟାଣ୍ଡର କ୍ୟାମ୍ପ ଡେଭିଡରେ ଏକ କ୍ୟାବିନେଟ ବୈଠକ ସମୟରେ ଟ୍ରମ୍ପ ଏପରି କହିଛନ୍ତି। ଅପରପକ୍ଷରେ ଇରାନୀ ନେତୃତ୍ୱ କହିଛନ୍ତି ଯେ, ଆମେରିକୀୟ ଅଧିକାରୀମାନେ ପୂର୍ବ ପ୍ରତିଶ୍ରୁତି ପାଳନ କରିନାହାନ୍ତି ଏବଂ ତେଣୁ ସେମାନଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ।

Delhi Protest: ‘ମୋ ଆଚରଣ ପାଇଁ ଲଜ୍ଜିତ, ଭବିଷ୍ୟତରେ ଏପରି ଭୁଲ୍ ପୁନରାବୃତ୍ତି ହେବ ନାହିଁ’: ରୁଚିକା ସିଂହ

କଲମ୍ବିଆ ବ୍ରଡକାଷ୍ଟିଂ ସିଷ୍ଟମ(ସିବିଏସ୍) ରିପୋର୍ଟରେ ଦାବି କରାଯାଇଛି ଯେ, ଆମେରିକା ଇରାନର ଶକ୍ତି ଭିତ୍ତିଭୂମି, ଯେପରିକି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଏବଂ ପେଟ୍ରୋଲିୟମ୍ ରିଫାଇନାରୀ ଉପରେ ଆକ୍ରମଣ କରିବାର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ତେବେ ମାନବାଧିକାର ଏବଂ ନାଗରିକ ସମାଜ ସଂଗଠନଗୁଡ଼ିକ କହିଛନ୍ତି ଯେ, ଜାଣିଶୁଣି ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ଯୁଦ୍ଧ ଅପରାଧ ଭାବରେ ବିବେଚନା କରାଯାଇପାରେ। ସିବିଏସ୍ ରିପୋର୍ଟ ପରେ ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ (ଡବ୍ଲୁଟିଆଇ) ଅଶୋଧିତ ତୈଳର ଦର ପ୍ରତି ବ୍ୟାରେଲ ୮୬ ଆମେରିକୀୟ ଡଲାରରୁ ଅଧିକ ହୋଇଛି। ଏହା ବିଶ୍ୱ ଶକ୍ତି ବଜାରରେ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ରିପୋର୍ଟର ପ୍ରତିକ୍ରିୟା ଦେଇ କହିଛନ୍ତି,ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଆଲୋଚନା ଟେବୁଲକୁ ନ ଆସେ, ତେବେ ବହୁ ମୂଲ୍ୟ ଦେବାକୁ ପଡିବ।। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଟ୍ରମ୍ପ ବାରମ୍ବାର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ କିନ୍ତୁ ପରେ ୟୁଟର୍ଣ୍ଣ ନେଉଥିଲେ। ଇରାନ ଯୁଦ୍ଧ ଯୋଗୁଁ ଆମେରିକାର ସାମରିକ ଅସ୍ତ୍ରାଗାର, ବିଶେଷକରି ସାମରିକ ଘାଟିଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ବାୟୁ ପ୍ରତିରକ୍ଷା ଇଣ୍ଟରସେପ୍ଟରଗୁଡ଼ିକର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।

ବିଶ୍ୱ ଶକ୍ତି ବଜାର ଉପରେ ପ୍ରଭାବ

କ୍ରମାଗତ ଭାବରେ ବଢୁଥିବା ସାମରିକ ଉତ୍ତେଜନା ବିଶ୍ୱଶକ୍ତି ବଜାର ଉପରେ ମଧ୍ୟ ପ୍ରଭାବ ପକାଉଛି। ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଆମେରିକାରେ ଇନ୍ଧନ, ଖାଦ୍ୟ ଏବଂ ଗୃହ ଖର୍ଚ୍ଚ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ବହୁ ସଂଖ୍ୟକ ଭୋଟର ଟ୍ରମ୍ପ ପ୍ରଶାସନର ଅର୍ଥନୀତି ଏବଂ ଯୁଦ୍ଧ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.