US Open: ୟୁଏସ୍‌ ଓପନ୍‌: ରିବାକିନା ଯୁଗଳ ସଫଳତା: ନୂଆ ବିଜେତା ସହ ବିଶ୍ବର ୧ନଂ ଖେଳାଳି ହେଲେ

4 days ago 7
ARTICLE AD BOX

ନ୍ୟୁୟର୍କ:ରୁଷୀୟ ଜନ୍ମିତ କାଜାଖସ୍ତାନ ଖେଳାଳି ଏଲିନା ରିବାକିନା ରବିବାର ଯୁଗଳ ସଫଳତା ପାଇଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରିବାକିନା ନୂଆ ୟୁଏସ୍‌ ଓପନ୍‌ ବିଜୟିନୀ ହେବା ସହ ବିଶ୍ବର ୧ ନମ୍ବର ଖେଳାଳି ହୋଇଛନ୍ତି। ମହିଳା ଏକକ ଫାଇନାଲ୍‌ରେ ୨୭ ବର୍ଷୀୟା ଏହି ଅଷ୍ଟ୍ରେଲିଆ ଓପନ୍‌ ବିଜୟିନୀ ୬-୪, ୫-୭, ୬-୨ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବେଲାରୁଷ ଲଲନା ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି।

ଟ୍ରଫି ସଂଖ୍ୟା ୩ରେ

ଏଥିସହ ୨୦୨୨ରେ ୱିମ୍ବଲଡନ୍‌ ଜିତିଥିବା ରିବାକିନା ଚଳିତ ବର୍ଷ ଦ୍ବିମୁକୁଟ ହାସଲ କରି ନିଜ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ସଂଖ୍ୟା ୩ରେ ପହଞ୍ଚାଇଛନ୍ତି। ଆର୍ଥର ଏସ୍‌ ଷ୍ଟାଡିୟମ୍‌ରେ ବିଶ୍ବର ୧-୨ ଖେଳାଳିଙ୍କ ମଧ୍ୟରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ର ପ୍ରଥମ ସେଟ୍‌ ସାବାଲେଙ୍କା ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ଦ୍ବିତୀୟ ସେଟ୍‌ ଜିତି ନେଇଥିଲେ। ହେଲେ ନିର୍ଣ୍ଣାୟକ ସେଟ୍‌କୁ ରିବାକିନା ସହଜରେ ଜିତି ଟ୍ରଫି ନିଶ୍ଚିତ କରିବା ସହ ୫.୫ ମିଲିୟନ ଡଲାର (ପ୍ରାୟ ୫୨.୫୫ କୋଟି ଟଙ୍କା) ପକଟେସ୍ଥ କରିଥିଲେ। ଏଥିସହ ସେ ୟୁଏସ୍‌ ଓପନ୍‌ରେ ୨୦୨୪ ଓ ୨୦୨୫ ବିଜୟିନୀ ସାବାଲେଙ୍କାଙ୍କ ଲଗାତାର ୧୯ ମ୍ୟାଚ୍‌ ବିଜୟରେ ରୋକ୍‌ ଲଗାଇଥିଲେ। ୨୦୨୩ ଫାଇନାଲ୍‌ରେ କୋକୋ ଗୌଫ୍‌ଙ୍କଠୁ ହାରିବା ପରଠୁ ୨୮ ବର୍ଷୀୟା ସାବାଲେଙ୍କା ଫ୍ଲସିଂ ମିଡୋଜ୍‌ରେ ଆଉ ପରାଜୟର ମୁହଁ ଦେଖି ନଥିଲେ।

Junior Women's Asia Cup: କନିଷ୍ଠ ମହିଳା ଏସିଆ କପ୍‌: ସୁପ୍ରିୟାଙ୍କ ହ୍ୟାଟ୍ରିକ୍, ଫାଇନାଲରେ ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.