US Open: ୟୁଏସ୍‌ ଓପନ୍‌: ଫାଇନାଲ୍‌ରେ ସାବାଲେଙ୍କା-ରିବାକିନା

6 days ago 7
ARTICLE AD BOX

ନ୍ୟୁୟର୍କ: ଶୀର୍ଷ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ଓ ଦ୍ବିତୀୟ ମାନ୍ୟତାପ୍ରପ୍ତ ଏଲିନା ରିବାକିନା ଚଳିତ ୟୁଏସ୍‌ ଓପନ୍‌ ମହିଳା ଏକକ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଶୁକ୍ରବାର ସେମିଫାଇନାଲ୍‌ରେ ୪ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ବେଲାରୁଷ ଲଳନା ସାବାଲେଙ୍କା ସିଧାସଳଖ ୭-୫, ୬-୨ ସେଟ୍‌ରେ ସ୍ଥାନୀୟ ଖେଳାଳି ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ। ଏଥିସହ ସାବାଲେଙ୍କା ଚତୁର୍ଥ ଥର ଲାଗି ଲଗାତାର ଚତୁର୍ଥ ଥର ଫାଇନାଲ୍‌ରେ ପହଞ୍ଚିବା ସହ ହ୍ୟାଟ୍ରିକ୍‌ ଟ୍ରଫି ଲକ୍ଷ୍ୟରେ ରହିଛନ୍ତି। ୨୦୨୪, ୨୦୨୫ରେ ଏଠାରେ ଟ୍ରଫି ଜିତିଥିଲେ ଏବଂ ୨୦୨୩ରେ ଆମେରିକାର ଗଫ୍‌ଙ୍କଠୁ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ। ଯଦି ୨୮ ବର୍ଷୀୟା ସାବାଲେଙ୍କା ୟୁଏସ୍‌ ଓପନ୍‌ ଜିତିବାରେ ହ୍ୟାଟ୍ରିକ୍‌ ତେବେ କ୍ରିସ୍‌ ଏଭର୍ଟ ଓ ସେରେନା ୱିଲିୟମ୍ସଙ୍କ ସମକକ୍ଷ ହେବେ।

କ୍ରିସ୍‌ ଏଭର୍ଟ ଓ ସେରେନା ୱିଲିୟମ୍ସଙ୍କ ସମକକ୍ଷ

ଅନ୍ୟପକ୍ଷ‌ରେ ସେମିଫାଇନାଲ୍‌ରେ ପହଞ୍ଚି ବିଶ୍ବର ୧ ନମ୍ବର ସ୍ଥାନ ନିଶ୍ଚିତ କରିଥିବା ‌୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ କାଜଖସ୍ତାନର ରିବାକିନା ୩-୬, ୬-୪, ୬-୪ ସେଟ୍‌ରେ ଗଫ୍‌ଙ୍କୁ ହରାଇଥିଲେ। ୨୦୨୨ ୱିମ୍ବଲଡନ୍‌ ଓ ୨୦୨୬ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ୨୭ ବର୍ଷୀୟା ରିବାକିନା ପ୍ରଥମ ସେଟ୍‌ରେ ହାରିବା ପରେ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ସେଟ୍‌ ସହଜରେ ଜିତି ପ୍ରଥମଥର ଲାଗି ନ୍ୟୁୟର୍କରେ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଯଦି ଟ୍ରଫି ଜିତନ୍ତି ତେବେ ୧ ନମ୍ବର ସ୍ଥାନ ବଜାୟ ରଖିବେ ନଚେତ୍‌ ପୁଣି ସାବାଲେଙ୍କା ଏହି ସ୍ଥାନକୁ ଫେରିବେ।

Duleep Trophy: ଦଲୀପ ଟ୍ରଫିର ବିରଳ ବିଜେତା କ୍ଲବ୍‌ରେ ୭ ଓଡ଼ିଆ: ନଟରାଜ-ଦେବା ଦେଖାଇଥିଲେ ବାଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.