US Open: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ଜୋକୋଭିକ୍‌

2 weeks ago 5
ARTICLE AD BOX

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ର ଆରମ୍ଭରୁ ହିଁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୁଇ ଟେନିସ୍‌ କିଂବଦନ୍ତି ନୋଭାକ୍‌ ଜୋକୋଭିକ୍‌ ଓ ଭେନସ ଓ୍ବିଲିୟମ୍ସ।

ମ୍ୟାଚ୍‌ ମଝିରେ ବାନ୍ତି

ପ୍ରାୟ ସାଢେ ୪ ଘଣ୍ଟା ଚାଲିଥିବା ଏକ ମ୍ୟାଚ୍‌ରେ ଅନସିଡେଡ୍‌ ଆର୍ଜେଣ୍ଟିନାର ମାରିଆନୋ ନାଭୋନେଙ୍କଠାରୁ ୭-୬(୫), ୫-୭, ୪-୬, ୬-୨, ୬-୧ରେ ପରାସ୍ତ ହୋଇ ସେ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ୩୯ ବର୍ଷୀୟ ଜୋକୋଭିକ୍‌ଙ୍କ ପାଇଁ ଏହା ୟୁଏସ୍‌ ଓପନ୍‌ରେ ସବୁଠାରୁ ସହଳ ବିଦାୟ। ପୁଣି ୨୦୦୬ ଅଷ୍ଟ୍ରେଲିଆନ୍‌ ଓପନ୍‌ ପରଠାରୁ ପ୍ରଥମ ଥର ପାଇଁ ସେ ଏକ ଗ୍ରାଣ୍ଡସ୍ଲାମ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏଥିସହ ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ଜିତିବାର ତାଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇଛି। ତେବେ ଏହି ମ୍ୟାଚ୍‌ ବେଳେ ସେ କେତେକ ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମ୍ୟାଚ୍‌ ମଝିରେ ସେ ବାନ୍ତି କରିଥିଲେ। ପରେ ପିଠି ଓ କାନ୍ଧରେ ସମସ୍ୟା ଦେଖାଦେବାରୁ ତାଙ୍କ ସର୍ଭିସ୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ଚତୁର୍ଥ ସେଟ୍‌ରେ ଏକ ସମୟରେ ସେ ଆଗୁଆ ଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିଜ ସପକ୍ଷକୁ ଆଣିପାରି ନ ଥିଲେ। ପରାଜୟ ପରେ ଭାବବିହ୍ୱଳ ହୋଇପଡ଼ିଥିବା ଜୋକୋଭିକ୍‌ କହିଥିଲେ, “କୋର୍ଟରେ ମୋ ପାଇଁ ଏହା କେତେ ଖରାପ ଅନୁଭବ ଥିଲା, ତାହା ସ୍ପଷ୍ଟ ଜଣାପଡ଼ୁଥିଲା।”

Suryavanshi: ଦଲୀପ ଟ୍ରଫିରେ ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ

ଅନ୍ୟପକ୍ଷରେ ବିଳମ୍ବିତ ରାତ୍ରିରେ ଖେଳାଯାଇଥିବା ମହିଳା ଏକକ ମ୍ୟାଚ୍‌ରେ ୪୬ ବର୍ଷୀୟା ଭେନସ୍‌ ନିଜ ଦେଶର ସୋଫିଆ କେନିନଙ୍କଠାରୁ ୨-୬,(୬)୬-୭ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହି ମ୍ୟାଚ୍‌ଟି ସ୍ଥାନୀୟ ସମୟ ରାତି ୧୨ଟା ୧୩ ମିନିଟ୍‌ରେ ଆରମ୍ଭ ହୋଇଥିଲା। ଆର୍ଥର ଆସେ ଷ୍ଟାଡିୟମରେ ଜୋକୋଭିକ୍‌ଙ୍କ ମାରାଥନ ମ୍ୟାଚ୍‌ ପରେ ଏହା ଆରମ୍ଭ ହୋଇଥିଲା। ଏହା ସତ୍ତ୍ବେ ଭେନସଙ୍କୁ ଦେଖିବାକୁ ଅନେକ ଦର୍ଶକ ଉପସ୍ଥିତ ଥିଲେ। ଏ ନେଇ ଭେନସ କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ଏତେ ବିଳମ୍ବରେ କେବେବି ଖେଳି ନଥିଲେ, ଏହା ସତ୍ତ୍ବେ ଅନେକ ଦର୍ଶକ ଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.