US and China Clash: ଜାତିସଂଘରେ ଆମେରିକା ଚୀନ୍ ମୁହାଁମୁହିଁ: ଇରାନ ସମର୍ଥିତ ହୁତିଙ୍କୁ ସହାୟତା କରୁଥିବା ଅଭିଯୋଗ ନେଇ ଆଇନା ଦେଖାଇଲା ବେଜିଂ, କହିଲା ସଙ୍କଟଜନକ ସ୍ଥିତି ପାଇଁ ଦାୟୀ ୱାସିଂଟନ

2 weeks ago 8
ARTICLE AD BOX

ଇରାନ ଯୁଦ୍ଧକୁ ନେଇ ଜାତିସଂଘରେ ଆମେରିକା ଏବଂ ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ ଅଭିଯୋଗ କରିଛନ୍ତି ଯେ, ଚୀନ୍ ଇରାନ ଏବଂ ୟେମେନର ହୁତି ବିଦ୍ରୋହୀଙ୍କୁ ସାମରିକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଉନାହିଁ।

 (google) Photograph: (google)

ନ୍ୟୁୟର୍କ: ଇରାନ ଯୁଦ୍ଧକୁ ନେଇ ଜାତିସଂଘରେ ଆମେରିକା ଏବଂ ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ ଅଭିଯୋଗ କରିଛନ୍ତି ଯେ, ଚୀନ୍ ଇରାନ ଏବଂ ୟେମେନର ହୁତି ବିଦ୍ରୋହୀଙ୍କୁ ସାମରିକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଉନାହିଁ। ଜାତିସଂଘ ସୁରକ୍ଷା ପରିଷଦରେ ଭାଷଣ ଦେଇ ୱାଲ୍ଜ କହିଛନ୍ତି ଯେ, କିଛି ଇରାନୀ ଏବଂ ଚୀନ୍ କମ୍ପାନି ହୁତି ବିଦ୍ରୋହୀଙ୍କ ଉପରେ ଲାଗୁ ହୋଇଥିବା ଜାତିସଂଘ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ପ୍ରସ୍ତାବକୁ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେମାନଙ୍କ ବିରୋଧରେ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଜାତିସଂଘରେ ଚୀନ୍‌ର ରାଷ୍ଟ୍ରଦୂତ ସନ୍ ଲେଇ ଇରାନ ଉପରେ ଏକ ବଡ଼ ସାମରିକ ଆକ୍ରମଣ କରି ଆମେରିକା ସମଗ୍ର ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି। ଆମେରିକାର ଅଭିଯୋଗକୁ ଚୀନ୍ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛି। ସନ୍ ଲେଇ କହିଛନ୍ତି ଯେ ଚୀନ୍ ଏପରି ରପ୍ତାନି ଉପରେ କଠୋର ନିୟନ୍ତ୍ରଣ ବଜାୟ ରଖିଛି। ସେ କହିଛନ୍ତି, ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଧ୍ୟପ୍ରାଚ୍ୟରେ ନୂଆ ସଂଘର୍ଷ ଏବଂ ଅସ୍ଥିରତା ସୃଷ୍ଟି କରିବା ପାଇଁ ଆମେରିକା ହିଁ ଦାୟୀ।

ଆହୁରି ପଢ଼ନ୍ତୁ: ତିନି ରଥରେ ଆଜ୍ଞାମାଳ ବିଜେ, ସିଂହଦ୍ବାର ଅଭିମୁଖେ ୩ ରଥ

ଅଧିକ ଦେଖନ୍ତୁ:

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.