UP: ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ

23 hours ago 3
ARTICLE AD BOX

ଭୁବନେଶ୍ବର: ବ୍ୟବସାୟୀମାନେ କେବଳ ଜିନିଷ ବିକ୍ରି କରନ୍ତି ନାହିଁ। ସେମାନେ ବି ସେହି ଜିନିଷ କିଣନ୍ତି। ସେଥିପାଇଁ ଦୁଇ ହଜାର ଟଙ୍କା ନୁହେଁ, ଏକକାଳୀନ ଅଧିକ ପେମେଣ୍ଟ କରନ୍ତି। ‌ସେହି ପେମେଣ୍ଟ ଉପରେ ଯେଉଁ ଶୁଳ୍କ ଲାଗିବ, ସେ କଥା ତ ସରକାର ବିଚାରକୁ ନେଇନାହାନ୍ତି। ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ସରକାର ୦.୪ ପ୍ରତିଶତ ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଘୋଷଣା କରିବା ପରେ ଜଣେ ବ୍ୟବସାୟୀ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। 

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା

ନଗଦ ଯୁଗ ଫେରିବା ଆଶଙ୍କା

ୟୁପିଆଇ ଉପରେ ଶୁଳ୍କ ଘୋଷଣା ପରେ ରାଜ୍ୟର ପ୍ରାୟ ୩୨ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଚିନ୍ତିତ ହୋଇପଡ଼ିଛନ୍ତି। ଏକ ଆକଳନ ଅନୁସାରେ ରାଜ୍ୟର ଛୋଟ ଦୋକାନଗୁଡ଼ିକରେ ମୋଟ୍‌ ପେମେଣ୍ଟର ପ୍ରାୟ ୭୨-୭୬ ପ୍ରତିଶତ ହେଉଛି ୟୁପିଆଇ ପେମେଣ୍ଟ। ଅବଶିଷ୍ଟ କାରବାର ନଗଦ ରାଶିରେ ହେଉଛି। ସେହି ୭୨-୭୬ ପ୍ରତିଶତ ୟୁପିଆଇ ପେମେଣ୍ଟରୁ ପ୍ରାୟ ୫୦-୬୦ ପ୍ରତିଶତ ପେମେଣ୍ଟର ମୂଲ୍ୟ ୨୦୦୦ ଟଙ୍କାରୁ କମ୍‌ ରହୁଛି। କିନ୍ତୁ ଅନ୍ୟ ୧୬-୨୨ ପ୍ରତିଶତ ପେମେଣ୍ଟର ମୂଲ୍ୟ ୨୦୦୦ ଟଙ୍କାରୁ ଅଧିକ ରହୁଛି। ତାହା ଉପରେ ଟିକସ ଲାଗିବା ଦ୍ବାରା ବ୍ୟବସାୟୀମାନଙ୍କ ଲାଭ ପ୍ରଭାବିତ ହେବା ଆଶଙ୍କା ରହିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ମାସରେ ରାଜ୍ୟରେ ୪୦,୧୩୩ କୋଟି ଟଙ୍କାର ୟୁପିଆଇ କାରବାର ହୋଇଥିଲା। ସେହି ମାସରେ ୩୦.୮୬ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ ହୋଇଥିଲା। ସେହି ହିସାବ ଅନୁସାରେ ମାସିକ ୧୬୦୫.୩୨ କୋଟି ଟଙ୍କା ଓ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ୟୁପିଆଇ କାରବାର ଉପରେ ଶୁଳ୍କ ଲାଗିବା ବିପଦ ରହିଛି। ୦.୪ ପ୍ରତିଶତ ଅନୁସାରେ ସେହି ପେମେଣ୍ଟରୁ ବର୍ଷକୁ ସର୍ବାଧିକ ୮୦ କୋଟି ଟଙ୍କାର ଶୁଳ୍କ ସଂଗ୍ରହ ହୋଇପାରିବ। 

UPIରେ ଟ୍ୟାପ୍‌ ଆଣ୍ଡ୍‌ ପେ, ମାଇଁୟୁପିଆଇ ସୁବିଧା

ଏ ସମ୍ପର୍କରେ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଉପସଭାପତି ଆର୍‌ କେ ଶୁକ୍ଳା କହିଛନ୍ତି, ଆମେ ସରକାରଙ୍କ ଏଭଳି ନୀତିକୁ ବିରୋଧ କରୁଛୁ। ପ୍ରଥମେ ବ୍ୟାଙ୍କ ଖାତା ଖୋଲିବାକୁ ବାଧ୍ୟ କଲେ। ତା’ପରେ ଡିଜିଟାଲ ପେମେଣ୍ଟ ପାଇଁ ଚାପ ପକାଇଲେ। ଏବେ ସେଥିରେ ଶୁଳ୍କ ଲଗାଇଛନ୍ତି। ଆମେ ଆଶଙ୍କା କରୁଛୁ ଯେ ଆଗାମୀ ଦିନରେ ଏହି ଶୁଳ୍କ ସବୁପ୍ରକାର ୟୁପିଆଇ କାରବାରରେ ଲଗାଇବେ। ଏହି ନିଷ୍ପତ୍ତି ଦ୍ବାରା କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବେ। ବଡ଼ ବ୍ୟବସାୟୀମାନଙ୍କୁ ସୁହାଇବା ଭଳି ନୀତି ପ୍ରଣୟନ କରାଯାଉଥିବାରୁ ଗତ ତିନି ବର୍ଷରେ ୧୮-୨୨ ଲକ୍ଷ ‌ଛୋଟ ଦୋକାନ ବନ୍ଦ ହୋଇଯାଇଛି। ‌ତେଣୁ ଛୋଟ ଦୋକାନୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏହି ଶୁଳ୍କ ପ୍ରତ୍ୟାହାର କରିବାକୁ ମହାସଂଘ ତରଫରୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।
ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପ୍ରଭାସ ମିଶ୍ର କହିଛନ୍ତି, ଦୁଇ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଗ୍ରହଣ କରିବାକୁ ବ୍ୟବସାୟୀମାନେ ରାଜି ହୋଇନପାରନ୍ତି। ସେହି ଧରଣର କାରବାରକୁ ସେମାନେ ନିରୁତ୍ସାହିତ କରିବେ। ସରକାର ସବୁଥିରୁ ରୋଜଗାର କରିବାକୁ ଚାହୁଁଛନ୍ତି। ସେହିପରି ନାଇଜର୍‌ର ସହକାରୀ ପ୍ରଫେସର ଅମରେନ୍ଦ୍ର ଦାସ କହିଛନ୍ତି, ଶୁଳ୍କ ଦ୍ବାରା ୟୁପିଆଇ ବ୍ୟବହାରକାରୀମାନେ ବିଶେଷ ପ୍ରଭାବିତ ହେବେନି। ତଥାପି ଶୁଳ୍କ କଟିଯିବା ଆଶଙ୍କା ଥିବାରୁ ଛୋଟ ଦୋକାନୀମାନେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ ଗ୍ରହଣ କରିବାକୁ ରାଜି ହୋଇ ନ ପାରନ୍ତି। ପେମେଣ୍ଟ ଯେଭଳି ଦୁଇ ହଜାର ଟଙ୍କାରୁ କମ୍‌ ରହିବ, ସେଥିପାଇଁ ବିଲ୍‌କୁ ଭାଗ ଭାଗ କରି ପେମେଣ୍ଟ କରିବାକୁ ଗ୍ରାହକମାନଙ୍କୁ କହିପାରନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.