UNSC: ଜାତିସଂଘ ସୁରକ୍ଷା ପରିଷଦରେ ଶୀଘ୍ର ସଂସ୍କାର ଓ ‘ଗ୍ଲୋବାଲ ସାଉଥ’ ବୃହତ ଭୂମିକା ପାଇଁ ମୋଦୀଙ୍କ ଆହ୍ବାନ

5 days ago 7
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବରେ ‘ଗ୍ଲୋବାଲ ସାଉଥ୍‌’ ପାଇଁ ବଡ଼ ଭୂମିକା ଓ ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଆଣିବାକୁ ଆହ୍ବାନ ଦେଇଛନ୍ତି। ମୋଦୀ ବ୍ରିକ୍ସ ଦେଶମାନଙ୍କୁ ଆଇନ ପ୍ରଣେତାରେ ପରିଣତ ହେବାକୁ ଆହ୍ବାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଏହି ଗୋଷ୍ଠୀ କୌଣସି ଦେଶ କିମ୍ବା ବ୍ଲକ ବିରୋଧରେ ନିର୍ଦ୍ଦେଶିତ ନୁହେଁ, ବରଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ତଥା ଅନ୍ତର୍ଭୁକ୍ତ ଅନ୍ତର୍ଜାତୀୟ କ୍ରମ ଗଠନ ପାଇଁ ଏହାର ବର୍ଦ୍ଧିତ ପ୍ରଭାବକୁ ବ୍ୟବହାର କରିବା ଉଚିତ।

ମୋଦୀ ତାଙ୍କ ଭାଷଣରେ କହିଛନ୍ତି, ଆମେ କାହା ବିରୋଧରେ ଯିବା ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇକି ଯିବା ପାଇଁ ଚିନ୍ତା କରିବା। ସେ ଆହୁରି କହିଛନ୍ତି ଯେ, ବିଶ୍ୱ ସ୍ତରରେ ଆମର ଏକତା ଓ ସହମତିକୁ ଦୃଢ଼ ଫଳାଫଳରେ ପରିଣତ କରିବାର ସମୟ ଆସିଛି। ଆଗାମୀ ୨୦ ବର୍ଷ ପାଇଁ, ଆମକୁ ଏକ ନୂତନ ଓ ମହତ୍ୱାକାଂକ୍ଷୀ ଏଜେଣ୍ଡା ଉପରେ କାମ କରିବାକୁ ପଡ଼ିବ। ମୋଦୀ ବିଶ୍ୱ ଶାସନ ସଂସ୍କାର ପାଇଁ ଏକ ୧୦-ସୂତ୍ରୀ ରୋଡମ୍ୟାପ୍ ପ୍ରସ୍ତାବ ଦେଇଥିଲେ, ଯାହା ତିନୋଟି ବ୍ୟାପକ ପ୍ରାଥମିକତା ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନିୟମ ନିର୍ଦ୍ଧାରଣ ଉପରେ ନିର୍ମିତ। ସେ ବ୍ରିକ୍ସ ମଧ୍ୟରେ ଦୃଢ଼ ସଂସ୍ଥାଗତ ନିରନ୍ତରତା ପାଇଁ ମଧ୍ୟ ଆହ୍ୱାନ କରିଥିଲେ।

ନୂଆଦିଲ୍ଲୀ ଶିଖର ସମ୍ମିଳନୀ ପାଇଁ ଯୁଗ୍ମ ଘୋଷଣାପତ୍ର ଉପରେ ସହମତି ପ୍ରକାଶ ପାଇଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.