ARTICLE AD BOX
ବଲିଉଡ୍ର କିଂବଦନ୍ତି ଅଭିନେତ୍ରୀ ରେଖାଙ୍କର ଏକ ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ‘ଉମ୍ରାଓ ଜାନ୍’। ୧୯୮୧ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ଏହାକୁ ୪ଟି ଜାତୀୟ ପୁରସ୍କାର ମିଳିଥିଲା। ରେଖା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ଆସନ୍ତା ମାସରେ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ନ (ଆଇଆଇଏଫ୍ଏମ୍)ରେ ଏହା ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଅବସରରେ ରେଖା କହିଛନ୍ତି ଯେ ଉମ୍ରାଓ ଜାନ୍ ଚରିତ୍ର ଦଶନ୍ଧି ଦଶନ୍ଧି ଧରି ତାଙ୍କ ସହିତ ଉଜ୍ଜୀବିତ ଅଛି। ତାଙ୍କ ନିଜ ଭାଷାରେ- “ଉମରାଓ ଜାନ ମୋ ସ୍ମୃତି, ମୋ ନିରବତା ଓ ବର୍ଷ ବର୍ଷ ଧରି ତାକୁ ଭଲ ପାଇଆସିଥିବା ଲୋକଙ୍କ ହୃଦୟରେ ବଞ୍ଚି ରହିଛି। ବିଶ୍ବସ୍ତରୀୟ ମଞ୍ଚରେ ଏହି ଚଳଚ୍ଚିତ୍ରକୁ ସମ୍ମାନିତ କରାଯିବା ଦେଖି ମନ ବିନମ୍ରତାରେ ଭରିଯାଉଛି।’’
Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ
ଅଗଷ୍ଟ ୧୩ରୁ ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ରେଖା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଭାରତୀୟ ସିନେମାକୁ ଅବଦାନ ଲାଗି ତାଙ୍କୁ ସେଠାରେ ସମ୍ମାନଜନକ ‘ଏକ୍ସିଲେନ୍ସ ଇନ୍ ସିନେମା ଆଵାର୍ଡ’ ମିଳିବ। ରେଖା ଏହି ପୁରସ୍କାରକୁ କୃତଜ୍ଞତାର ସହିତ ଗ୍ରହଣ କରିବାକୁ ଇଚ୍ଛୁକ। ଏହା କେବଳ ତାଙ୍କ ଅଭିନୟକୁ ସ୍ବୀକୃତି ନୁହେଁ, ତାଙ୍କ ଜୀବନ ଓ ଅଭିନୟକୁ ଆକାର ଦେଇଥିବା ଚଳଚ୍ଚିତ୍ର ନିର୍ମାତା, ଲେଖକ, ସଂଗୀତଜ୍ଞ ଓ ଅନ୍ୟାନ୍ୟ ଅଗଣିତ କଳାକାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଛନ୍ତି।

5 days ago
5


