Typhoon Landfall: ଚୀନ୍‌ରେ ତାଣ୍ଡବ ରଚିଲା ଟାଇଫୁନ୍ ନୌଲ୍: ଗୋଟିଏ ମାସରେ ତୃତୀୟ ଘୂର୍ଣ୍ଣିଝଡ଼

1 week ago 5
ARTICLE AD BOX

ବେଜିଂ: ରବିବାର ପ୍ରତ୍ୟୁଷରେ ଦକ୍ଷିଣ ଚୀନ୍‌ର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ନୌଲ୍ ସ୍ଥଳଭାଗ ଛୁଇଁଛି। ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବା ଏବଂ ପ୍ରବଳ ବର୍ଷା ଯୋଗୁଁ, ଏହି ଘୂର୍ଣ୍ଣିଝଡ଼ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି। ବିପର୍ଯ୍ୟୟର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କର୍ତ୍ତୃପକ୍ଷ ଗୁଆଙ୍ଗଡୋଙ୍ଗ ପ୍ରଦେଶରୁ ୩,୪୦,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଚୀନ୍‌ର ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ, ଦକ୍ଷିଣ ଗୁଆଙ୍ଗଡୋଙ୍ଗ ପ୍ରଦେଶର ହୁଇଝୋଉ ସହରର ହୁଇଡୋଙ୍ଗ କାଉଣ୍ଟିରେ ସ୍ଥାନୀୟ ସମୟ ରବିବାର ଭୋର ପ୍ରାୟ ୩ଟା ୫୦ରେ ଟାଇଫୁନ ନୌଲ୍ ସ୍ଥଳଭାଗକୁ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ହଂକଂ ଅବଜରଭେଟୋରୀ କହିଛି ଯେ ସ୍ଥଳଭାଗ ଛୁଇଁବା ପରେ, ଟାଇଫୁନ ଧୀରେ ଧୀରେ ଗୁଆଙ୍ଗଡୋଙ୍ଗର ଆଭ୍ୟନ୍ତରୀଣ ଅଞ୍ଚଳ ଆଡକୁ ଗତି କରୁଛି ଏବଂ ଏହାର ତୀବ୍ରତା ସାମାନ୍ୟ ହ୍ରାସ ପାଇଛି।

୧୫୦ ବିମାନ ଉଡ଼ାଣ ବାତିଲ

ଝଡ଼ର ସବୁଠାରୁ ଅଧିକ ପ୍ରଭାବ ପରିବହନ ଉପରେ ପଡ଼ିଛି। ହଂକଂ ବିମାନବନ୍ଦରର ସରକାରୀ ୱେବସାଇଟ୍ ଅନୁଯାୟୀ, ଶନିବାର ଏବଂ ରବିବାର ମଧ୍ୟରେ ୧୫୦ ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି। ଚାଇନା ନ୍ୟୁଜ୍ ସର୍ଭିସ୍ ରିପୋର୍ଟ କରିଛି ଯେ, ସୁରକ୍ଷା ଦୃଷ୍ଟିରୁ ରବିବାର ଗ୍ୱାଙ୍ଗଡୋଙ୍ଗ ପ୍ରଦେଶରେ ସମସ୍ତ ଟ୍ରେନ୍ ସେବା ବନ୍ଦ କରାଯାଇଛି। ରାଷ୍ଟ୍ରାୟତ୍ତ ପ୍ରସାରକ ସିସିଟିଭି ଅନୁଯାୟୀ, ଶନିବାର ଅପରାହ୍ନରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ପ୍ରୟାସ ଆରମ୍ଭ ହୋଇଥିଲା।
ନୋଲ୍ ପ୍ରଭାବରେ ଶନିବାର ହଂକଂରେ ନିର୍ମାଣାଧୀନ ଏକ ଉଚ୍ଚ କୋଠା ଭୁଶୁଡ଼ି ପଡ଼ିଥିଲା। ତେବେ ଏଥିରେ କୌଣସି ମୃତାହତ ହୋଇନାହାନ୍ତି। ଏହି ସମୟରେ, ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ରିପୋର୍ଟ କରିଛି ଯେ, ତାଇୱାନର ଦକ୍ଷିଣ ଦିଗ ମୁହାଁ ହୋଇଥିବା ଝଡ଼ ଯୋଗୁଁ ପ୍ରବଳ ବର୍ଷା ହୋଇଛି । ଫଳରେ ଦ୍ୱୀପର ଦକ୍ଷିଣ ଏବଂ ପୂର୍ବ ଭାଗରେ ପାଗର ସ୍ଥିତି ଅଧିକ ଖରାପ ହୋଇଛି।

Brazil Visa: ଦୁଇ ଟ୍ରମ୍ପ ଅଧିକାରୀଙ୍କୁ ଭିସା ମନା: ବ୍ରାଜିଲ ନିର୍ବାଚନରେ ​​ଆମେରିକାର ହସ୍ତକ୍ଷେପ କରିବା ଷଡଯନ୍ତ୍ର ପଣ୍ଡ

ପାଗ ଦୃଷ୍ଟିରୁ ଜୁଲାଇ ମାସ ଚୀନ୍ ପାଇଁ ଏକ ଚ୍ୟାଲେଞ୍ଜିଂ ମାସ ହୋଇଛି। ଗୋଟିଏ ମାସରେ ଚୀନ୍‌ରେ ୩ଟି ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛନ୍ତି। ଚଳିତ ମାସର ଆରମ୍ଭରେ, ପୂର୍ବ ଚୀନ୍‌ରେ ଟାଇଫୁନ୍ ବାଭି ତାଣ୍ଡବ ସୃଷ୍ଟି କରିଥିଲା, ଯାହା ଫଳରେ ୨୦ ଲକ୍ଷ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲେ। ଏହା ପୂର୍ବରୁ, ଟାଇଫୁନ୍ ମାୟସାକ୍ ମଧ୍ୟ ଜୁଲାଇ ୩ ରେ ଦକ୍ଷିଣ ଚୀନ୍‌ରେ ସ୍ଥଳଭାଗ ଛୁଇଁଥିଲା। ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି ଯେ ସପ୍ତାହାନ୍ତ ପର୍ଯ୍ୟନ୍ତ ଗ୍ୱାଙ୍ଗଡୋଙ୍ଗ ଏବଂ ଦକ୍ଷିଣ-ପୂର୍ବ ଫୁଜିଆନ୍ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.