Two Women Rescued: କାଠ ସଂଗ୍ରହ ବେଳେ ନଦୀରେ ଭାସି ଯାଉଥିଲେ, ଦୁଇ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

4 weeks ago 14
ARTICLE AD BOX

ରବିବାର ଦିନ ସାଢ଼େ ୧୦ଟା ସମୟରେ ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ପାଲଝାର୍ ନିକଟ ସାଲୁଙ୍କି ନଦୀକୁ କାଠ ସଂଗ୍ରହ ପାଇଁ ଯାଇ ଭାସି ଯାଉଥିବା ଦୁଇ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ l

 (sambad.in) Two Women Rescued Photograph: (sambad.in)

ଜହ୍ନାପଙ୍କ: ରବିବାର ଦିନ ସାଢ଼େ ୧୦ଟା ସମୟରେ ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ପାଲଝାର୍ ନିକଟ ସାଲୁଙ୍କି ନଦୀକୁ କାଠ ସଂଗ୍ରହ ପାଇଁ ଯାଇ ଭାସି ଯାଉଥିବା ଦୁଇ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ l

ଉଭୟ ମହିଳାଙ୍କୁ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ ସାଲୁଙ୍କିରେ ବନ୍ୟା ଜଳ ଆସିଥିବା ବେଳେ ବନ୍ୟା ପାଣିରେ ଅନେକ ଗଛ ଡାଳ ଓ ଶୁଖିଲା କାଠ ଭାସି ଆସୁଥିଲା l ଉକ୍ତ କାଠକୁ ନଦୀରୁ ଉଦ୍ଧାର କରି ଜାଳେଣି ପାଇଁ ସଂଗ୍ରହ କରିବାକୁ ଲକ୍ଷ୍ମୀପଦର ଗ୍ରାମର ଯଶୋବନ୍ତୀ ନାଏକ ଓ ତାଙ୍କ ଘରକୁ କୁନିଆ ଆସିଥିବା ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମର କୁମାରୀ ମାଝୀ ବନ୍ୟାପାଣିରେ ଭାସି ଯାଇଥିଲେ l ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି |

Theft: ବାରଙ୍ଗରେ ୪ ମନ୍ଦିରରୁ ଚୋରି, ପୁଲିସର ତଦନ୍ତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.