Two Die: ବିଦ୍ୟୁତ୍ ଆଘାତରେ ଚାଷ ଜମିରେ ଚାଲିଗଲା ଜଣେ ମହିଳା ଓ ଚାଷୀଙ୍କ ଜୀବନ

2 weeks ago 13
ARTICLE AD BOX

ସୋର: ବୁଲା ଗୋରୁ ଗାଈଙ୍କ ପାଇଁ ଲାଗିଥିଲା ବିଦ୍ୟୁତ୍, କିନ୍ତୁ ଅଜାଣତରେ ଚାଲିଗଲା ୨ ଜୀବନ। ବାଲେଶ୍ବରଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁ ନିକଟ ଚାଷ ଜମିରେ ଚାଲିଗଲା ୨ ଜଣକ ଜୀବନ I ପାଖ ଗାଁର ବାବୁଲି ଦାସ ଓ ସେହି ଗାଁର ପାର୍ବତୀ ମୁଣ୍ଡାଙ୍କର ଜୀବନ ଚାଲିଯାଇଛି। ଗତକାଲି ବାବୁଲି ଦାସ ଚାଷ ଜମିରେ ପଡ଼ିଥ‌ିବା ତଳିକୁ ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ଜାଲି ସହିତ ତାର ଲଗାଇ ଦେଇଥିଲେ । ଏବଂ ଏଥ‌ିରେ ଗତକାଲି ସନ୍ଧ୍ୟାରେ ବିଦ୍ୟୁତ ତାର ସଂଯୋଗ କରିଥିଲେ। 

Odisha High Court: ବେଆଇନ ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ଗୋରୁଙ୍କ କଲ୍ୟାଣ ଓ ଯତ୍ନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ବିଦ୍ୟୁତ ଆଘାତରେ ଶିକାର

ଆଜି ଅଜାଣତରେ ତାର ନଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ସେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ବିଲରେ ଛଟପଟ ହେଉଥ‌ିବା ଦେଖ୍ ରାସ୍ତା ପାଖରେ ଘର କରିଥିବା ଜଣେ ବୃଦ୍ଧା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ l ତେବେ ସେହିଠାରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ବିଦ୍ୟୁତ ତାର ଛିଡାଇ ଅଡ଼ା ଦମକଳ କେନ୍ଦ୍ର ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଦମକଳ କେନ୍ଦ୍ରର କର୍ମଚାରୀ ସେମାନଙ୍କୁ ବିଲରୁ ଉଦ୍ଧାର କରିଥ‌ିବା ବେଳେ ଆସିଥିବା ଏକ ଆମ୍ବୁଲାନ୍ସରେ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.