Twin Brothers Marry: କେରଳରେ ନିଆରା ବିବାହ: ଯମଜ ଭାଇଙ୍କ ହାତ ଧରିଲେ ଯମଜ ଭଉଣୀ

2 days ago 1
ARTICLE AD BOX

କେରଳରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯେଉଁଠାରେ ଯମଜ ଭାଇଙ୍କ ହାତ ଧରିଛନ୍ତି ଯମଜ ଭଉଣୀ। ବିବାହ କାର୍ଯ୍ୟକ୍ରମର ପରିଚାଳନା ମଧ୍ୟ ଯମଜ ପାଦ୍ରୀ କରାଇଛନ୍ତି।

 ଯମଜ ଭାଇଙ୍କ ହାତ ଧରିଲେ ଯମଜ ଭଉଣୀ

କୋଟ୍ଟାୟମ୍‌ (କେରଳ): କେରଳରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯେଉଁଠାରେ ଯମଜ ଭାଇଙ୍କ ହାତ ଧରିଛନ୍ତି ଯମଜ ଭଉଣୀ। ବିବାହ କାର୍ଯ୍ୟକ୍ରମର ପରିଚାଳନା ମଧ୍ୟ ଯମଜ ପାଦ୍ରୀ କରାଇଛନ୍ତି। ଗୁରୁବାର ଚାଙ୍ଗାନାସେରି ମେଟ୍ରୋପଲିଟାନ୍ ଚର୍ଚ୍ଚରେ ଅଖିଳ କେ ଥମାସ କନ୍ୟା ମାଗି ମେରୀ ଥମାସଙ୍କ ହାତ ଧରିଥିଲେ ଓ ତାଙ୍କ ଯମଜ ଭାଇ ନିଖିଳ କେ ଥମାସ ମାଗିଙ୍କ ଯମଜ ଭଉଣୀ ମାରିଆ ମେରୀ ଥମାସଙ୍କୁ ବିବାହ କରିଥିଲେ। ଏହି ଦୃଶ୍ୟ ଖୁବ୍‌ ସ୍ବତନ୍ତ୍ର ରହିଥିଲା। ତେବେ ଏହାଠାରୁ ଆହୁରି ଅଧିକ ସ୍ବତନ୍ତ୍ର ଥିଲା ଯେତେବେଳେ ଯମଜ ପାଦ୍ରୀମାନେ ବିବାହ କାର୍ଯ୍ୟକ୍ରମ ପରିଚାଳନା କରିବାର ଦେଖିବାକୁ ମିଳିଥିଲା। ଦୁଇ ପରିବାର ପାଇଁ ଏହି ବିବାହ ଦୀର୍ଘଦିନର ସ୍ୱପ୍ନ ପୂରଣ ପରି ରହିଥିଲା।

ଚାଙ୍ଗାନାସେରିର ଭେଟୁପାରାମ୍ବିଲର କୁଞ୍ଜୁମୋନ ଥମାସ ଓ ଜୋମୋଲଙ୍କ ଯମଜ ପୁଅ ଅଖିଳ ଓ ନିଖିଳ ପଠାଣମଥିଟ୍ଟା ଜିଲ୍ଲାର କୁଲାଥୁରର କୁମ୍ବୁଲୁଭେଲିଲର ଟୋମିଚାନ ଓ ମେରିକୁଟ୍ଟିଙ୍କ ଯମଜ ଝିଅ ମାଗି ଓ ମାରିଆଙ୍କୁ ଖୁବ୍‌ ଧୂମ୍‌ଧାମରେ ବିବାହ କରିଥିଲେ। ବିବାହ ପରିଚାଳନା ଯମଜ ପାଦ୍ରୀ କାଞ୍ଜିରାପାଲି ଡାୟୋସିସର ଫାଦର ଆଣ୍ଟୋ ପେଝୁମକାଟିଲ ଓ ଫାଦର ଆଜୋ ପେଝୁମକାଟିଲ କରିଥିଲେ। ବେଦୀରେ ସେମାନଙ୍କୁ ସାହାଯ୍ୟ କରୁଥିଲେ ପାଲାର ଯମଜ ଭାଇ ଜେରନ ଜେମ୍ସ ଓ ଜୋହନ ଜେମ୍ସ। ତେବେ ଯମଜଙ୍କୁ ନେଇ ଏହି ନିଆରା ବାହାଘର ଯୋଜନାବଦ୍ଧ ଭାବେ କରାଯାଇଥିଲା। ଦୁଇ ଭଉଣୀ ଏଥିପାଇଁ ଯମଜ ପାଦ୍ରୀଙ୍କୁ ଖୋଜିଥିଲେ। କେରଳ ଏହି ଦୁଇ ଭାଇ ଅଖିଳ ଓ ନିଖିଳ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବାବେଳେ ଦୁଇ ଭଉଣୀ ଆଇଟି ସେକ୍ଟରରେ କାମ କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.