Turtles Smuggling: ୩୦ କଇଁଛ ଜବତ, ଅଭିଯୁକ୍ତ ଗିରଫ, ଜଣେ ଫେରାର

1 month ago 17
ARTICLE AD BOX

ଝରିଗାଁ (ରମେଶ ପଟ୍ଟନାୟକ):କଳାହାଣ୍ଡି ଅଞ୍ଚଳରୁ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ୩୦ଟି କଇଁଛ ଜବତ ହୋଇଛି। ଝରିଗାଁ ବନ ବିଭାଗ କଇଁଛଗୁଡ଼ିକୁ ଜବତ କରିବାରେ ସଫଳ ହୋଇଛି। ଏଥିସହ ବନ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି।

ଗତକାଲି ସନ୍ଧ୍ୟାରେ ଦୁଇ ଜଣ ବ୍ୟବସାୟୀ କଇଁଛ ‌ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଝରିଗାଁ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ପରେ କଇଁଛ ଜବତ ପାଇଁ ଝରିଗାଁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ କୁମାର ସିଂ, କାଙ୍ଗ୍ରା ଫରେଷ୍ଟର ମନୋରଞ୍ଜନ ନାୟକ, ଫରେଷ୍ଟ ଗାର୍ଡ ରମାକାନ୍ତ ସାହୁ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଛକ ନିକଟରେ ଜଗି ରହିଥିଲେ। 

ସେହି ରାସ୍ତା ଦେଇ ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଗୋଟିଏ ବାଇକ ଯୋଗେ ଦୁଇ ଜଣ ଆସୁଥିବା ଦେଖିଥିଲେ। ବନ ବିଭାଗ କର୍ମଚାରୀମାନଙ୍କୁ ଦେଖି ବାଇକ ଚାଳକ ଫେରାର ହୋଇ ଯାଇଥିବା ବେଳେ ପଛରେ ବସିଥିବା ଲୋକ ବାଇକରୁ ଓହ୍ଲାଇ ପଡ଼ିଥିଲେ। ଏହା ଦେଖି ବନ ବିଭାଗ କର୍ମଚାରୀ ତୁରନ୍ତ ଓହ୍ଲାଇ ପଡିଥିବା ଲୋକକୁ କାବୁ କରିଥିଲେ।ଯାଞ୍ଚ ପରେ ଗୋଟିଏ ବସ୍ତାରେ କଇଁଛ ଥିବା ଦେଖିବାକୁ ମିଳିଥିଲା।ପରେ କଇଁଛ ଜବତ କରିବା ସହ କଇଁଛ ଚୋରା ଚାଲାଣ କରୁଥିବା  ରାଇଘର ବ୍ଲକ ଛତାବେଡ଼ା ଗ୍ରାମର ପ୍ରଶନ କର୍ମକାର(୨୬)ଙ୍କୁ ଗିରଫ କରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା।

200 turtles: ୨୦୦ ଜୀବନ୍ତ କଇଁଛ ସହ ବୋଲେରୋ ଗାଡି ଜବତ, ମାଫିଆ ଫେରାର

 ଏସିଏଫ ଦିବ୍ୟା ମାଧୁରୀ ସେଠୀ ତଦନ୍ତ କରୁଥିବା ବେଳେ ଜବତ କଇଁଛ ରାଇଘର ଅଞ୍ଚଳ‌କୁ ବିକ୍ରି କରିବା ପାଇଁ ନିଆଯାଉଥିବା ନେଇ ଅଭିଯୁକ୍ତ ସ୍ବୀକାର କରିଥିଲେ। ଏହି ଚଢ଼ଉ ସମୟରେ ୩୦ଟି କଇଁଛ ଉଦ୍ଧାର କରାଯାଇଥିବା ବେଳେ ସମସ୍ତ କଇଁଛକୁ ଝରିଗାଁ ନର୍ସରିରେ ଥିବା କୁଣ୍ଡରେ ରଖାଯାଇଛି।ନବରଙ୍ଗପୁର ଜିଲ୍ଲା ଡିଏଫ୍‌ଓଙ୍କ ପରାମର୍ଶ ପରେ ଜବତ କଇଁଛଗୁଡ଼ିକୁ କୌଣସି ଏକ ଜଳାଶୟରେ ଛଡ଼ାଯିବ ବୋଲି ଝରିଗାଁ ରେଂଜର ଶ୍ରୀ ସିଂ ସୂଚନା ଦେଇଛନ୍ତି। 

କଳାହାଣ୍ଡି ଅଞ୍ଚଳରୁ ଶତାଧିକ କଇଁଛ ନବରଙ୍ଗପୁର ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ଏଥିରେ ଏକ ରାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ତଦନ୍ତ କରାଯାଉଥିବା ଶ୍ରୀ ସିଂ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.