ARTICLE AD BOX
ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।
Turtles Smuggling: ୩୦ କଇଁଛ ଜବତ, ଅଭିଯୁକ୍ତ ଗିରଫ, ଜଣେ ଫେରାର
ସୂଚନା ଅନୁଯାୟୀ ଗତକାଲି (ବୁଧବାର) ମୋଟୁ ଥାନା ଅଞ୍ଚଳର ଏମ୍ପିଭି-୫୩ ଗ୍ରାମ ନିକଟ କେନାଲ ରାସ୍ତାରେ ବନ ବିଭାଗ ଓ ପୁଲିସ ଟିମ୍ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇଟି ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରୁ ୫୫ଟି ଜୀବନ୍ତ କଇଁଛ ଠାବ ହୋଇଥିଲା।
/filters:format(webp)/sambad/media/media_files/2026/09/17/mkg-55-turtles-jabat-4-arrested-2026-09-17-18-09-31.jpg)
ଜବତ ହୋଇଥିବା ଦୁଇଟି ମୋଟରସାଇକେଲର ନମ୍ବର ଓଆର-୩୦-୩୭୧୬ ଓ ଓଆର-୩୦-୪୮୩୭ ବୋଲି ଜଣାପଡ଼ିଛି।
200 turtles: ୨୦୦ ଜୀବନ୍ତ କଇଁଛ ସହ ବୋଲେରୋ ଗାଡି ଜବତ, ମାଫିଆ ଫେରାର
ଗାଡ଼ି ସହ ସମସ୍ତ କଇଁଛକୁ ବନ ବିଭାଗ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଏନେଇ ମୋଟୁ ରେଞ୍ଜରେ ଫରେଷ୍ଟ କେସ୍ ନମ୍ବର ଓଆର-୨୦/୨୦୨୬-୨୭ ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି। ଉଦ୍ଧାର କଇଁଛଗୁଡ଼ିକର ଆବଶ୍ୟକ ଯତ୍ନ ନିଆଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

7 hours ago
2


