Turkiye Steel Plant Explosion: ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ! ଜଳିଗଲା ୧୬ ଜୀବନ, ୧୩ ଗୁରୁତର

3 days ago 6
ARTICLE AD BOX

ନୂଆଦିଲ୍ଲୀ: କାମ ଚାଲିଥିଲା ଷ୍ଟିଲ୍ ପ୍ଲାଣ୍ଟରେ। ହଠାତ୍ କାନଫଟା ଶବ୍ଦରେ ଥରି ଉଠିଲା ପୂରା ଅଞ୍ଚଳ। ଆଖି ପିଛୁଳାକେ ଚାରିଆଡ଼େ ଖେଳିଗଲା ନିଆଁ। କିଛି ବୁଝିବା ଆଗରୁ ବିସ୍ଫୋରଣର ଭୟଙ୍କର ରୂପ ନେଇଗଲା ୧୬ ଜଣଙ୍କ ଜୀବନ। ଚାରିଆଡ଼େ ହାହାକାର, ଧୂଆଁ ଓ ମୃତ୍ୟୁର ବିଭୀଷିକା। ତୁର୍କୀର ଏକ ଷ୍ଟିଲ୍ ପ୍ଲାଣ୍ଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତୁର୍କୀର ଇଜମିର ପ୍ରଦେଶ ଅନ୍ତର୍ଗତ ଆଲିଆଗାରେ ଥିବା ହାବାସ ଷ୍ଟିଲ୍ ପ୍ଲାଣ୍ଟରେ ସୋମବାର ଏହି ବଡ଼ ଦୁର୍ଘଟଣା ଘଟିଛି। ପ୍ରଥମେ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଆଉ ତା'ପରେ ଲାଗିଯାଇଥିଲା ଭୀଷଣ ନିଆଁ। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି।

polluted: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ଲୋନି

 ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ସୂଚନା ଅନୁସାରେ, ପ୍ଲାଣ୍ଟରେ ବଏଲର ବଦଳାଇବା କାମ ଚାଲିଥିବାବେଳେ ଏକ କ୍ରେନ୍ ଖସି ଭାଟି ଭିତରେ ପଡ଼ିଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ସେହି ସମୟରେ ପ୍ଲାଣ୍ଟରେ ଉତ୍ପାଦନ କାମ ବନ୍ଦ ଥିଲା। ସାଧାରଣତଃ ଏହି ଅଞ୍ଚଳରେ ପ୍ରାୟ ୩୦୦ କର୍ମଚାରୀ ରହୁଥିବାବେଳେ ଦୁର୍ଘଟଣା ସମୟରେ ପ୍ରାୟ ୨୦୦ ଜଣ ଉପସ୍ଥିତ ଥିଲେ। ଘଟଣାକୁ ନେଇ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଗାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ବିସ୍ଫୋରଣର କାରଣ ଓ ଦୁର୍ଘଟଣା ପଛରେ କାହାର ଅବହେଳା ରହିଛି, ତାହା ଜାଣିବାକୁ ନ୍ୟାୟିକ ଓ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ୧୯୮୭ରେ ପ୍ରତିଷ୍ଠିତ ଏହି ଷ୍ଟିଲ୍ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪୫ ଲକ୍ଷ ଟନ୍। ତେବେ ଏତେ ବଡ଼ ଶିଳ୍ପାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥା କେତେ ମଜଭୁତ ଥିଲା, ତାହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.