ARTICLE AD BOX
ଭୁବନେଶ୍ୱର (ଗଙ୍ଗାଧର ସାହୁ): ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ରାଜ୍ୟସ୍ତରୀୟ ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଭୁବନେଶ୍ଵର ୟୁନିଟ ୪ରେ ଅନୁଷ୍ଠିତ ହୋଇଯାଇଛି।
ପ୍ରତିଷ୍ଠାତା ତଥା ତତ୍ତ୍ୱାବଧାରକ ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସମିତିର ଅଧ୍ୟକ୍ଷ ଡ ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗ ଦେଇଥିଲେ। ସଂଗଠନ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ବରେଣ୍ୟ ଅତିଥି, ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ରମେଶ ସୁନା ତଥା କୋଷାଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଭାଗବତ ଟୁଙ୍ଗିକୁ ଅନୁଦାନ: ଭାଗବତ ସ୍ରଷ୍ଟାଙ୍କୁ ଅବହେଳା
ଆଗାମୀ ଦିନରେ ୩୦ଜିଲ୍ଲା ଓ ୩୧୪ ବ୍ଲକର ୫୦୦୦ରୁ ଊର୍ଦ୍ଧ୍ୱ ଭାଗବତଟୁଙ୍ଗିର ସଦସ୍ୟ ସଂଗଠନରେ ଯୋଡ଼ିହେବେ ଏବଂ ଭୁବନେଶ୍ୱର ରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ବୋଲି ସଭାପତି ନିଜ ବକ୍ତବ୍ୟରେ କହିଥିଲେ।
ଭାଗବତ ଟୁଙ୍ଗିରେ ନଷ୍ଟ ହେଉଛି ତାଳପତ୍ର ପୋଥି
ରାଜ୍ୟରେ କିପରି ପୁରାତନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହେବ, ସ୍ଥାଣୁ ପାଲଟିଥିବା ଭାଗବତ ଟୁଙ୍ଗିକୁ ସକ୍ରିୟ କରିବା ଓ ନୂତନ ଭାଗବତ ଟୁଙ୍ଗି ନିର୍ମାଣ କରାଯାଇ ପ୍ରତି ଘରେ ଭାଗବତ କିଭଳି ପହଞ୍ଚି ସେନେଇେ କାମ କରିବାକୁ ଅତିଥି ବକ୍ତାମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ଭାଗବତ ପ୍ରେମୀ ଉକ୍ତ ସଭାରେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ମନୋଜ ଦାସ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ ପଦ୍ମଚରଣ ଆଚାର୍ଯ୍ୟ କରିଥିଲେ।

2 weeks ago
7


