Trump Criticizes: ନେତାନ୍ୟାହୁ ଜାଣନ୍ତି ବସ୍ କିଏ: ସାକ୍ଷାତ ପୂର୍ବରୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଟ୍ରମ୍ପ

4 weeks ago 10
ARTICLE AD BOX

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ସମ୍ପର୍କରେ ଥିବା ତିକ୍ତତା ଏବେ ସାର୍ବଜନୀନ ବିବୃତିରେ ପରିଣତ ହେଉଥିବା ଦେଖାଯାଉଛି। ଏକ ସାମ୍ପ୍ରତିକ ସାକ୍ଷାତକାର ସମୟରେ ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହ୍ୱାଇଟ୍ ହାଉସ୍‌ରେ ତାଙ୍କୁ ଭେଟିବା ପାଇଁ ଏକ ବିଶେଷ ଅନୁରୋଧ କରିଥିଲେ।

ଏହି ଖବର ଅନ୍ତର୍ଜାତୀୟ କୂଟନୈତିକ ମହଲର ଉଷ୍ଣତା ବୃଦ୍ଧି କରିଛି। ବିଶେଷକରି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଦେଇ ନେତାନ୍ୟାହୁଙ୍କୁ ତାଙ୍କର ଅନ୍ତର୍ଜାତୀୟ ସ୍ଥିତି ତଥା ପ୍ରତିଷ୍ଠାକୁ ମନେ ପକାଇ ଦେବାକୁ ପ୍ରୟାସ କରିଛନ୍ତି। ଶନିବାର ଦିନ ଏକ ସାକ୍ଷାତକାରରେ, ଟ୍ରମ୍ପ୍ ତାଙ୍କର ଚିରାଚରିତ ଶୈଳୀରେ ଘୋଷଣା କରିଥିଲେ ଯେ ଇସ୍ରାଏଲ ସହିତ ତାଙ୍କର ସମ୍ପର୍କ ବହୁତ ଭଲ। ଏହା ସହିତ ସେ ଏକ କଡ଼ା ବିବୃତି ଦେଇ କହିଥିଲେ। ବସ୍ କିଏ ତାହା ନେତାନ୍ୟାହୁ ଭଲ ଭାବରେ ଜାଣନ୍ତି।
ତାଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇ ନେତାଙ୍କ ମଧ୍ୟରେ ଅନେକ ବିଶ୍ୱ ଏବଂ ସାମରିକ ପ୍ରସଙ୍ଗରେ ମତଭେଦ ଥିବା ରିପୋର୍ଟ ନିରନ୍ତର ଖବର ଶିରୋନାମାରେ ପରିଣତ ହେଉଛି।

ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ଅତ୍ୟଧିକ ବ୍ୟସ୍ତ

ଟ୍ରମ୍ପଙ୍କ ଅନୁଯାୟୀ, ପ୍ରସ୍ତାବିତ ବୈଠକ ଆସନ୍ତା ସପ୍ତାହରେ ହ୍ୱାଇଟ୍ ହାଉସରେ ହୋଇପାରେ। ଟ୍ରମ୍ପ ନାଟୋ ଶିଖର ସମ୍ମିଳନୀରୁ ଫେରିବା ପରେ ଏହି ବୈଠକ ହେବାର ସମ୍ଭାବନା ରହିଛି। ତେବେ ଇସ୍ରାଏଲୀ ଅଧିକାରୀମାନେ ଏହି ସମୟସୀମା ବିଷୟରେ କିଛି ସନ୍ଦେହ ପ୍ରକାଶ କରିଛନ୍ତି।ଇସ୍ରାଏଲୀ ଅଧିକାରୀଙ୍କ ଅନୁସାରେ ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ଅତ୍ୟଧିକ ବ୍ୟସ୍ତ। ସେଥିରେ ଜୁଲାଇ ୭-୮ ରେ ତୁର୍କୀ ଗସ୍ତ ଅନ୍ତର୍ଭୁକ୍ତ ରହିଛି। ଆସନ୍ତା ସପ୍ତାହ ବଦଳରେ ପରବର୍ତ୍ତୀ ସପ୍ତାହର ଶେଷ ଭାଗରେ ଏକ ବୈଠକ ହୋଇପାରେ। ଯଦି ଏହି ଗସ୍ତ ହୁଏ, ତେବେ ଫେବ୍ରୁଆରିରେ ହ୍ୱାଇଟ୍ ହାଉସ୍ ସିଚ୍ୟୁଏସନ୍ ରୁମ୍‌ରେ ସେମାନଙ୍କର ଶେଷ ବୈଠକ ପରେ ଏହା ପ୍ରଥମ ଆନୁଷ୍ଠାନିକ ବୈଠକ ହେବ।

Passes Away: ପାଣ୍ଡବାଣୀ ଗାୟିକା ପଦ୍ମବିଭୂଷଣ ତୀଜନ ବାଈଙ୍କର ୭୦ ବର୍ଷ ବୟସରେ ପରଲୋକ

ଟ୍ରମ୍ପ ଭଲ ସମ୍ପର୍କ ଦାବି କରୁଥିବା ବେଳେ, ଭିତରର ରିପୋର୍ଟଗୁଡ଼ିକ ଭିନ୍ନ କଥା ସୂଚାଉଛି। ସୂତ୍ର ଅନୁଯାୟୀ ଟ୍ରମ୍ପଙ୍କ ନିକଟତମ ପରାମର୍ଶଦାତାମାନେ ନେତାନ୍ୟାହୁଙ୍କ ସାମ୍ପ୍ରତିକ ନୀତି ପ୍ରତି ସନ୍ଦେହ ପ୍ରକାଶ କରୁଛନ୍ତି। ନେତାନ୍ୟାହୁଙ୍କ ସହ ଏହି ସମ୍ଭାବ୍ୟ ସାକ୍ଷାତରେ ଇରାନ ଏବଂ ଲେବାନନ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ବୈଠକରେ ଇସ୍ରାଏଲକୁ ନିଜର କାର୍ଯ୍ୟକଳାପ ସୀମିତ କରିବାକୁ ଟ୍ରମ୍ପ ଚାପ ପକାଇପାରନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.