ARTICLE AD BOX
ପୁରୀ: ଭୁବନେଶ୍ବର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ୨୦୧୯ ମସିହାରେ ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଆଜି (ସୋମବାର) ଅତିରିକ୍ତ ଦୌରାଜଜ୍ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Murder case: ମହିଳାଙ୍କୁ ହତ୍ୟା ମାମଲା, ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ
ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଯୁକ୍ତି ଶୁଣିବା ପରେ ଅତିରିକ୍ତ ଦୌରାଜଜ୍ ଡ ଦୀପକ ରଞ୍ଜନ ସାହୁ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ସୁବଳ ବେହେରା, ଶଙ୍କର ବେହେରା, ମିଟୁ ବେହେରା, ପୁନିଆ ବେହେରା ଓ ଚରଣ ବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୩୦୨ ଓ ଅନ୍ୟାନ୍ୟ ଅପରାଧିକ ଧାରା ଅନୁସାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୨୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ଅତିରିକ୍ତ ପିପି ତପସ୍ବିନୀ ମହାନ୍ତି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।
Hotel customer: ହୋଟେଲରେ ଗ୍ରାହକଙ୍କୁ ପିଟିପିଟି ହତ୍ୟା ମାମଲା: ମାଲିକ ଓ ଦୁଇ ପୁଅଙ୍କୁ ସଜା
ମାମଲାର ବିବରଣୀ ଅନୁସାରେ, ୨୦୧୯ ମସିହା ଜୁଲାଇ ୧୪ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସଦାନନ୍ଦପୁର ଗ୍ରାମର ପୂର୍ଣ୍ଣ ବେହେରା, କୃଷ୍ଣ ବେହେରା ଓ ତାଙ୍କ ଦାଦାପୁଅ ଭାଇ ପଞ୍ଚୁ ବେହେରାଙ୍କୁ ଏହି ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଉତ୍ତ୍ୟକ୍ତ ଲୋକେ ଜଣେ ଅଭିଯୁକ୍ତ ଶଙ୍କର ବେହେରାଙ୍କ ଘର ପୋଡ଼ି ଦେଇଥିଲେ। ମୃତକଙ୍କ ବଡ଼ଭାଇ ଲକ୍ଷ୍ମୀଧର ବେହେରାଙ୍କ ପୁଅ ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ଏକ ହତ୍ୟା ମାମଲା (୧୧୪/୧୯) ରୁଜୁ ହୋଇଥିଲା। ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ତେବେ ସାକ୍ଷୀଙ୍କ ବୟାନ ଓ ଏକାଧିକ ଦସ୍ତାବିଜ୍ ଆଧାରରେ ବିଚାର କରିବା ପରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

2 weeks ago
7


