Transport Minister: ଭିଡ଼ କମାଇବ‌ାକୁ ବିସ୍ତୃତ ଯୋଜନା: ପୂର୍ତ୍ତ ମନ୍ତ୍ରୀ

2 weeks ago 5
ARTICLE AD BOX

ଭୁବନେଶ୍ବର: ରାଜଧାନୀ ଭିତର ଟ୍ରାଫିକ୍‌ ଭିଡ଼ ହ୍ରାସ ପାଇଁ ପ୍ରତିକାର କରାଯାଉଛି। ଏକାମ୍ର କାନନ ରାସ୍ତା ଲୋକାର୍ପିତ ହୋଇଛି ଏବଂ ଚଣ୍ଡୀଗଡ଼ ଢାଞ୍ଚାରେ ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ବିକଶିତ କରାଯିବ। ରାଜମହଲରୁ ସାମନ୍ତରାପୁର  ଓ ଖଣ୍ଡଗିରିରୁ ପୋଖରୀପୁଟ ରାସ୍ତାକୁ ଏଲିଭେଟେଡ୍‌ କରିଡର୍‌ କରିବା ଯୋଜନା କରାଯାଇଛି। ଆଗାମୀ ୨୫ରୁ ୩୦ ବର୍ଷକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେଉଛି। ଭୁବନେଶ୍ୱର-କଟକ ରିଂ ରୋଡ୍‌, ଦୟା ୱେଷ୍ଟ କେନାଲ କଡ଼ରେ ତ୍ରିଶୂଳିଆରୁ ଜଟଣୀ ପର୍ଯ୍ୟନ୍ତ ଏକ ନୂଆ ରାସ୍ତା ଯୋଜନା କରାଯାଇଛି। ବିଏମ୍‌ସି ପକ୍ଷରୁ ଆଜି ଜୟଦେବ ଭବନରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି କହିଛନ୍ତି। 

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

ରାଜମହଲରୁ ସାମନ୍ତରାପୁର ଓ ଖଣ୍ଡଗିରିରୁ ପୋଖରୀପୁଟ ଏଲିଭେଟେଡ୍‌ କରିଡର

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୋଗଦେଇଥିଲେ। ସାରା ଦେଶରେ ସ୍ବଚ୍ଛ ବାୟୁ ପାଇଁ ଭୁବନେଶ୍ୱର ଆଜି ଚତୁର୍ଥ ସ୍ଥାନରେ ଅଛି। ସ୍ୱଚ୍ଛ ଭୁବନେଶ୍ୱର, ବିକଶିତ ଭୁବନେଶ୍ୱର ପାଇଁ ସମସ୍ତେ ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ବିଧାୟକ ବାବୁ ସିଂହ ରାଜଧାନୀର ଭିଡ଼ ପ୍ରସଙ୍ଗ ଉଠାଇଥିଲେ। ମେୟର ଶ୍ରୀମତୀ ଦାସ କହିଥିଲେ ଯେ ଭୁବନେଶ୍ବରର ଜଳବନ୍ଦି ସମସ୍ୟା ଦୂର ପାଇଁ ଗଙ୍ଗୁଆ ସଫା ପ୍ରସଙ୍ଗକୁ ଗୁରୁତ୍ବର ସହ ନିଆଯାଇଛି। ଡେପୁଟି ମେୟର ମଞ୍ଜୁଲତା କହଁର, ବିଭିନ୍ନ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ରାମଚନ୍ଦ୍ର ରଣସିଂହ, ଶ୍ରୀଧର ବେହେରା, ମହାମାୟା ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। କମିସନର ଚଞ୍ଚଳ ରାଣା ସ୍ବାଗତ ଭାଷଣ ଦେଇଥିଲେ। ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକ ବ୍ରଜବନ୍ଧୁ ଦ୍ବିବେଦୀଙ୍କୁ ସମ୍ମାନିତ କରାଯାଇଥିଲା। ଜୟନ୍ତୀ ସାହୁ, ଅଶୋକ କୁମାର ପ୍ରଧାନ, କସ୍ମୋପଲିସ୍‌ ଆବାସିକ ମଙ୍ଗଳ ସଂଘ, ଗଗନ ବିହାରୀ ପାଇଟାଳ ଓ ନୃପେଶ କୁମାର ନାୟକଙ୍କୁ ‘ନଗର ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୟୁପିଏସ୍‌ଇରେ ୧୦୦ ରୢାଙ୍କ ଭିତରେ ଥିବା ସାତ୍ତ୍ବିକ ସତ୍ୟକାମ ଦେବତା, ଦକ୍ଷ ଉଦ୍ୟୋଗୀ ନମ୍ରିତା ଚହଲ, ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ବିଶ୍ବଜିତ ନାୟକ, ସୋନମ ପାଣିଗ୍ରାହୀ ଓ ସୁପ୍ରୀତି ପ୍ରିୟଦର୍ଶିନୀ ଜଗତୀଙ୍କୁ ସମ୍ମାନିତ କରାଯାଇଥିଲା।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

୧୫ ପ୍ରକଳ୍ପ ଲୋକାର୍ପିତ, ୭ ପ୍ରକଳ୍ପର ଭିତ୍ତିପ୍ରସ୍ତର
ସ୍ବାୟତ୍ତ ଶାସନ ଦିବସ ଅବସରରେ  ବିଏମ୍‌ସି ପକ୍ଷରୁ ଆଜି ୧୫ ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ୭ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପ ସବୁର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ୭ ନମ୍ବର ୱାର୍ଡ ଡିଫେନ୍ସ କଲୋନି ନବନିର୍ମିତ ରାସ୍ତା ଓ ଡ୍ରେନ୍‌, ୧୦ ନମ୍ବର ୱାର୍ଡ ଲୋକନାଥବିହାର ରାସ୍ତା ଓ ଡ୍ରେନ୍‌, ଭୋଟପଡ଼ା ନବନିର୍ମିତ ପେଭର ବ୍ଲକ୍‌ ରାସ୍ତା ଓ ଡ୍ରେନ୍‌, ୬୫ ନମ୍ବର ୱାର୍ଡ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ୫୪ ନମ୍ବର ୱାର୍ଡରେ ୩ଟି ଶୌଚାଳୟ, ୧୧ ନମ୍ବର ୱାର୍ଡ ଗାଡ଼କଣ ଟିଟିଏସ୍‌ରେ ଦୈନିକ ୩୦ କିଲୋଲିଟର ଇଫ୍ଲୁଏଣ୍ଟ ପ୍ଲାଣ୍ଟ, ୫ ନମ୍ବର ୱାର୍ଡରେ ଦୈନିକ ୨୫ ଟନ୍‌ କ୍ଷମତା ବିଶିଷ୍ଟ ସବୁଜ ବର୍ଜ୍ୟରୁ ବାୟୋମାସ୍‌ ବ୍ରିକେଟ୍‌ ପ୍ଲାଣ୍ଟ, ୬ ନମ୍ବର ୱାର୍ଡ ୧ ନମ୍ବର ୱାର୍ଡ ମୁଖ୍ୟ ନାଳ, ୬୦ ନମ୍ବର ୱାର୍ଡ କପିଳେଶ୍ବର ଶ୍ମଶାନ ଓ ପାର୍କର ନିର୍ମାଣ, ୬୫ ନମ୍ବର ୱାର୍ଡ ରାସ୍ତାର ପୁନଃନିର୍ମାଣ, ୧୦ ନମ୍ବର ୱାର୍ଡର ଭୋଟପଡ଼ା ଖେଳପଡ଼ିଆ ପ୍ରାଚୀର ନିର୍ମାଣ ଓ ପାରିପାର୍ଶ୍ବିକ ବିକାଶ, ଗାଁ ଶ୍ମଶାନ, ୫ ନମ୍ବର ୱାର୍ଡ ପଳାଶୁଣୀଠାରେ ଗୃହପାଳିତ ପଶୁଙ୍କ ଶ୍ମଶାନ, ୧୩ ଓ ୨୪ ନମ୍ବର ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ, ୫୭ ନମ୍ବର ୱାର୍ଡ ବଡ଼ଗଡ଼ ବ୍ରିଟ୍‌ କଲୋନି ପାଣ୍ଡବନଗର ପାର୍କ ଲୋପାର୍କିତ ହୋଇଯାଇଛି।

Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ...

ବିଏମ୍‌ସି ୩୦ଟି ସର୍ବସାଧାରଣ ଶୌଚାଳୟରେ ୫ କେଏଲ୍‌ଡି ଏସ୍‌ଟିପି, ଦାରୁଠେଙ୍ଗ ବାଲୁଙ୍କେଶ୍ବର ମନ୍ଦିର ଓ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, ଓପନ ପାର୍କ ଓ ଜିମ୍‌ ନିର୍ମାଣ, ଷ୍ଟାଡିୟମ ନିର୍ମାଣ, ରାସ୍ତା, ଡ୍ରେନ୍‌ ସହ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ କାର୍ଯ୍ୟ, ୨୩ ନମ୍ବର ୱାର୍ଡରେ କଳିଙ୍ଗନଗର କେ-୪ ଅଞ୍ଚଳରେ ରାସ୍ତା ନିର୍ମାଣ, କେ-୮ ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣର ଭିତ୍ତିପ୍ରସ୍ତର ପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.