Toilet tank: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ମୃତ

3 weeks ago 15
ARTICLE AD BOX

ଭୁବନେଶ୍ବର: ଶନିବାର ଅପରାହ୍ଣ ପ୍ରାୟ ୩ଟାରେ ବଡ଼ଗଡ଼ ଥାନା ଅନ୍ତର୍ଗତ ବିଜେବିନଗରରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ, ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳର ଧୁମା ଟୁଡୁ (୪୦) ଓ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ପ୍ରବୀର ଦାସ (୫୬)। ଏ ନେଇ ବଡ଼ଗଡ଼ ଥାନା ପୁଲିସ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ବଡ଼ଗଡ଼ ଥାନା ପୁଲିସ କହିଛି ଯେ ପାଇଖାନା ଟାଙ୍କିରୁ ପଟା ଖୋଲାଯାଉଥିବା ବେଳେ ଶ୍ରମିକଦ୍ବୟ ପଡ଼ିଯାଇଥିଲେ। ପରେ ଶ୍ବାସରୁଦ୍ଧ ହେବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣ ପଛରେ ଅବହେଳା ରହିଛି କି ଅନ୍ୟ କୌଣସି କାରଣ ରହିଛି ସେ ନେଇ ତଦନ୍ତ କରାଯାଉଥିବା ଥାନାଧିକାରୀ ତୃପ୍ତିରଂଜନ ନାୟକ ସୂଚନା ଦେଇଛନ୍ତି। ବିଜେବି ନଗରସ୍ଥିତ ଇ-୧୬ ପ୍ଲଟ୍‌ରେ କୃଷ୍ଣଚନ୍ଦ୍ର ପାତ୍ର ଘର ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କହିଥିଲେ। ଏହି କ୍ରମରେ ଠିକାଦାର ୧୦ରୁ ୧୨ ଜଣ ଶ୍ରମିକଙ୍କୁ ନେଇ ସେଠାରେ ଘର କାମ କରୁଥିଲେ। କିଛି ଦିନ ତଳେ ପାଇଖାନା ଟାଙ୍କି ନିର୍ମାଣ ପାଇଁ ଢଳେଇ ପଡ଼ିଥିଲା। ଆଜି ଶ୍ରମିକମାନେ ମଧ୍ୟାହ୍ନ ଭୋଜନ ସାରିବା ପରେ ଟାଙ୍କିରୁ ପଟା ଖୋଲିବାକୁ ଯାଇଥିଲେ। 

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

ପ୍ରବୀର ଟାଙ୍କି ଉପରେ ଛିଡ଼ା ହୋଇ ପଟା ଖୋଲୁଥିବା ବେଳେ ସହାୟତା ପାଇଁ ଧୁମା ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଟା ଭାରସାମ୍ୟ ହରାଇ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ପାଇଖାନା ଟାଙ୍କି ଭିତରେ ଖସିପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଧୂମା ଓ ପରେ ପ୍ରବୀରଙ୍କୁ ଉଦ୍ଧାର କରିଥିଲା। ମାତ୍ର ଭିତରେ ଦୁର୍ଗନ୍ଧ ସାଙ୍ଗକୁ ନିଶ୍ବାସ ନେବା ପାଇଁ ପର୍ଯ୍ୟାପ୍ତ ବାୟୁ ଚଳାଚଳ ନଥିବାରୁ ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହିଁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ପହଞ୍ଚି ନଥିବାରୁ ମୃତଦେହ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

Read Entire Article
LEFT SIDEBAR AD

Hidden in mobile, Best for skyscrapers.