Titilagarh girl creates history: ଇତିହାସ ରଚିଲେ ଟିଟିଲାଗଡ଼ ଝିଅ: ବିକ୍ରମ-୧ ଅଭିଯାନରେ ପ୍ରୀତୀଶା

1 week ago 3
ARTICLE AD BOX

ଟିଟିଲାଗଡ଼: ଜୁଲାଇ ୧୮ ତାରିଖରେ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ବିକ୍ରମ-୧ ରକେଟ୍ ସଫଳତାର ସହ କକ୍ଷପଥକୁ ଉତ୍‌କ୍ଷେପଣ ହୋଇଥିଲା। ସ୍କାଇରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ବେସରକାରୀ କମ୍ପାନି ଭାବେ ରକେଟ୍ ଉତ୍‌କ୍ଷେପଣ କରି ଇତିହାସ ସୃଷ୍ଟି କରିଥିଲା। ଆଉ ଏହି ଅଭିଯାନରେ ସାମିଲ ଥିଲେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ର ଝିଅ ପ୍ରୀତୀଶା ବାନାର୍ଜୀ(୨୬)। କାରଣ, ଆଭିଓନିକ୍ସ ସଫ୍ଟୱେର୍‌ ରିଲାଏବିଲିଟି ଇଞ୍ଜିନିୟର ଭାବେ ବିକ୍ରମ-୧ ରକେଟ୍‌ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ଟିଟିଲାଗଡ଼ ସହର ସ୍ୱାଧୀନପଡ଼ା ବୈଷ୍ଣବୀବିହାରର ଝିଅ ପ୍ରୀତୀଶା ନିଜ ଜିଲ୍ଲା ସହ ରାଜ୍ୟକୁ ଗୌରବନ୍ୱିତ କରିଛନ୍ତି।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି

ଭାରତର ପ୍ରଥମ ସ୍ୱଦେଶ ନିର୍ମିତ ବିକ୍ରମ୍-୧ ରକେଟ୍‌ର ସଫଳ ଉତ୍‌କ୍ଷେପଣରେ ସାମିଲ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ପ୍ରୀତୀଶା। ଟିଟିଲାଗଡ଼ ସେଣ୍ଟ ଆନି ସ୍କୁଲରୁ ପ୍ରାଥମିକ ଶିକ୍ଷା, ଟିଟିଲାଗଡ଼ ସହର ଚାଁହାରଭଟାରେ ଥିବା ଓମ୍‌ ଭ୍ୟାଲି ଇଂରାଜୀ ମିଡିୟମ ସ୍କୁଲରେ ବିଜ୍ଞାନରେ ଯୁକ୍ତ୨ ପରେ ସେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଇଞ୍ଜିନିଅରିଂ କଲେଜରୁ ସ୍ନାତକ ଶିକ୍ଷା ଏବଂ ପରେ ଭୁବନେଶ୍ୱର ସ୍ଥିତ ସିଟିଟିସି ତାଲିମ କେନ୍ଦ୍ରରୁ ପ୍ରୋସେସ୍‌ ଏବଂ ଅଟୋମେସନ୍‌ କଣ୍ଟ୍ରୋଲ୍‌ ବିଷୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ପରେ ସେ ଡେରାଡୁନ୍‌ ଡିଆର୍‌ଡିଓରେ ଏମ୍ବେଡେଡ୍ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ପ୍ରାୟ ଦୁଇ ବର୍ଷ ଧରି ମିସନ୍-କ୍ରିଟିକାଲ୍ ସିଷ୍ଟମ୍‌ରେ କାମ କରିଥିଲେ। ପରବର୍ତ୍ତୀ ସମୟରେ ସେ ସ୍କାଇରୁଟ୍‌ ସଂସ୍ଥା ସହ ଯୋଡ଼ି ହୋଇଥିଲେ। ଅଭିଜ୍ଞ ଇଞ୍ଜିନିୟରମାନଙ୍କ ସହ କାମ କରିବା ଏବଂ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଓ ପୂର୍ବତନ ଅଧ୍ୟକ୍ଷ ଡ.ଏସ୍‌.ସୋମନାଥଙ୍କ ସହ ମତ ବିନିମୟ କରିବାର ସୁଯୋଗ ତାଙ୍କୁ ବହୁତ ଆତ୍ମବିଶ୍ୱାସ ଦେଇଥିଲା। ଦେଶରେ ବଢ଼ୁଥିବା ବେସରକାରୀ ମହାକାଶ କ୍ଷେତ୍ରରେ ଅବଦାନ ରଖିବାକୁ ଏହା ପ୍ରେରଣା ଦେଇଥିବା ପ୍ରୀତୀଶା ନିଜ ପ୍ରତିକ୍ରିୟାରେ କହିଛନ୍ତି।

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

ସେହିପରି ବିକ୍ରମ-୧ର ସଫଳ ଉତ୍‌କ୍ଷେପଣ ଆମ ଟିମ୍ ପାଇଁ ଏକ ଐତିହାସିକ ଦିନ ଥିଲା। ସେହି ଅନୁଭୂତିକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ ବୋଲି ସେ କହନ୍ତି। ପ୍ରକାଶ ଯେ, ପ୍ରୀତୀଶାଙ୍କ ବାପା ବୀରକିଶୋର ବାନାର୍ଜୀ ଜଣେ କମ୍ପ୍ୟୁଟର ସପ୍ଟୱେର ତଥା କମ୍ପୁଟର ଶିକ୍ଷକ ଭାବେ ଜଣାଶୁଣା ଓ ମା’ ପୁଷ୍ପିତା ଖଟୁଆ ସଇଁତଳା ସ୍ଥିତ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଟିଟିଲାଗଡ଼ ଭଳି ଛୋଟିଆ ସହରରୁ ଯାଇ ଏଭଳି ସଫଳତା ସାଉଁଟିଥିବାରୁ ସବୁଆ଼ଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରୀତୀଶା ଏବେ ନିଜ ଟିମ୍ ସଦସ୍ୟଙ୍କ ସହ କାଶ୍ମୀର ବୁଲିବାକୁ ଯାଇଛନ୍ତି। ୩୦ ଜୁଲାଇରେ ସେ ହାଇଦ୍ରାବାଦ୍ ଫେରିବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.