Tirtol Journalist Attack Case: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା ରେ ଜଣେ ଗିରଫ

2 days ago 2
ARTICLE AD BOX

ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଛକରେ ୨୦୨୫ ଡ଼ିସେମ୍ବରରେ ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ହୋଇଥିଲା। ଏହି ମାମଲାର ଦୀର୍ଘ ନଅ ମାସ ପରେ ଆଜି (ମଙ୍ଗଳବାର) ତିର୍ତୋଲ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Journalist Attacked: ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣକୁ ନିନ୍ଦା ଓ ବିରୋଧ

ଖବର ମୁତାବକ, କଟକ–ପାରାଦ୍ୱୀପ ରାଜପଥରେ ଏକ ହିଟ୍ ଆଣ୍ଡ ରନ୍ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ମହିଳା ସାମ୍ବାଦିକା ସୋନାଲି ପଣ୍ଡାଙ୍କ ଗାଡ଼ିକୁ କିଛି ଯୁବକ ଅଟକାଇବା ସହ ଭଙ୍ଗାରୁଜା କରିଥିଲେ। ପରେ ରାସ୍ତା ଅବରୋଧର କାରଣ ଜାଣିବା ପାଇଁ ସାମ୍ବାଦିକା ଫଟୋ ଉଠାଉଥିବା ବେଳେ ପ୍ରସନ୍ନ ମଲ୍ଲିକ ଓ଼ ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ।

Journalist Attacked: ଖବର ପ୍ରସାରଣ ନେଇ ଭୁବନେଶ୍ବର ୟୁନିଟ୍‌-୧ ହାଟରେ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ

ଏନେଇ ସାମ୍ବାଦିକା ଜଣକ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଏଥିରେ ତାଙ୍କୁ ମାଡ଼ ମାରିବା ସହ ଗୋଟିଏ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଦର୍ଶାଇଥିଲେ। ସାମ୍ବାଦିକା ପଣ୍ଡା ଆହତ ହୋଇ ମଣିଜଙ୍ଗା ମେଡିକାଲ ରେ ଚିକିତ୍ସିତ ହୋଇଥିଲେ। କରିଛି। ତିର୍ତ୍ତୋଲ ପୁଲିସ କେସ ନମ୍ବର ୪୯୮/୨୫ ରେ ଏକ ମାମଲା ରୁଜୁ କରିଥିଲା।  ଆଜି ଅଭିଯୁକ୍ତ ମଲ୍ଲିକକୁ ଗିରଫ କରିବା ପରେ ଘଟଣା ସ୍ଥଳରେ ସିନ୍‌ ରିକ୍ରିଏସନ ପରେ ଆସାମୀକୁ କୋର୍ଟ ଚାଲାଣ କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.