Thief: ମାସକରେ ଚୋର ଦୋଷୀ ସାବ୍ୟସ୍ତ: ଘଟଣାଦିନ ହିଁ ଚାର୍ଜସିଟ୍ ଦାଖଲ କରିଥିଲେ ଆଇଓ

2 weeks ago 44
ARTICLE AD BOX

ଭୁବନେଶ୍ବର: ଘରେ ପଶି ୬୦ହଜାର ଟଙ୍କା ଚୋରି କରିବା ଘଟଣାରେ  ସଂଜୟ ବେହେରାକୁ ଭୁବନେଶ୍ବରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ-୩ର ବିଚାରପତି କାରୋନିକା ଘୋଷ ଦୋଷୀ ସାବ୍ୟସ୍ତ କରିଛନ୍ତି। ୭ଜଣ ସାକ୍ଷୀ ଓ ୫ଟି ଦସ୍ତାବିଜ୍ ଆଧାରରେ ସଂଜୟକୁ ବର୍ଷେ ଜେଲ୍ ଦଣ୍ଡ ଦେବା ସହିତ ୬ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୩ମାସ ଜେଲ୍‌ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜୁଲାଇ ୩୧ତାରିଖରେ ଭୋର୍‌ରୁ ସିଆର୍‌ପି ଛକ ମୁଣ୍ଡାସାହିସ୍ଥିତ ନୀଳକଣ୍ଠନଗରରେ ବୁଦ୍ଧିବାମନ ଦାସଙ୍କ ଘରୁ ପ୍ରାୟ ୬୦ହଜାର ଟଙ୍କା ଚୋରି ହୋଇଥିଲା।

SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

ସ୍ଥାନୀୟ କିଛି ଲୋକଙ୍କୁ ପଚରାଉଚରା ପରେ ସଂଜୟ ଘରେ ପଶିଥିବା କିଛି ଲୋକ ଦେଖିଥିଲେ। ତେଣୁ ସେହିଦିନ ହିଁ ଆଇଆର୍‌ସି ଭିଲେଜର ତ୍ରିନାଥ ବସ୍ତିରୁ ସଂଜୟକୁ ଗିରଫ କରି ପୁଲିସ କୋର୍ଟରେ ହାଜର କରାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୋର୍ଟରେ ହାଜର କରାଇବା ସହିତ ତଦନ୍ତକାରୀ ଅଧିକାରୀ ଶୁଭ୍ରାଂଶୁ ମହାପାତ୍ର ସେହିଦିନ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ଫଳରେ ମାତ୍ର ମାସକ ମଧ୍ୟରେ ଏହି ଚୋରି ମାମଲାରେ ସଂଜୟ ଦୋଷୀ ସାବ୍ୟସ୍ତ ହୋଇଥିଲା। ସରକାରଙ୍କ ପକ୍ଷରୁ ସହକାରୀ ପିପି ଚିରନ୍ତନୀ ବାଗ୍ ଓ ବିଜୟ ବାରିକ ମାମଲା ପରିଚାଳନା କରିଥିଲେ।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.