Theft: ବାରଙ୍ଗରେ ୪ ମନ୍ଦିରରୁ ଚୋରି, ପୁଲିସର ତଦନ୍ତ

4 weeks ago 16
ARTICLE AD BOX

ବାରଙ୍ଗ: ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି ହୋଇଛି। କନକ ଦୁର୍ଗା ମନ୍ଦିର ଓ କଣ୍ଟାପାଟଣା ମଠ ପରିସରର ଜଗନ୍ନାଥ, ଲକ୍ଷ୍ମୀ ଓ ମଙ୍ଗଳା ମନ୍ଦିର ତାଲା ଭାଙ୍ଗି ସୂନା, ରୂପା ମୁକୁଟ ଅଳଙ୍କାର ଲୁଟି ନେଇଛନ୍ତି ଚୋର। ଏମିତିକି ଚୋରମାନେ ହନୁମାନଙ୍କ ରୂପା ପାଦୁକାକୁ ବି ଛାଡ଼ିଲେନି । ମଙ୍ଗଳାଙ୍କ ରୂପା ଆଖି ତାଡ଼ି ନେଲେ । ଲୁଟିନେଲେ ମା' ମଙ୍ଗଳାଙ୍କ ଚାନ୍ଦି ମୁକୁଟ। ଖାଲି ସେତିକି ନୁହେଁ, ଦାଢାପାଟଣା କନକ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ଲୁଟି ନେଲେ ମା’ଙ୍କର ମୁକୁଟ ଓ କାନ ବାଳି। 

ସାଇଣ୍ଟିଫିକ୍ ଟିମ୍  ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ

ବାରଙ୍ଗ ଥାନା ପୁଲିସ ଆଇଇସି ଓ କଟକ ଗ୍ରାମାଞ୍ଚଳ ଜୋନ୍ ୪  ଏସିପି ଅମିତାଭ ମହାପାତ୍ର ଆସି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍  ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ହେବ ବୋଲି ଜଣାଯାଇଛି।

Murder: ବେଲପାହାଡ଼ ହତ୍ୟାକାଣ୍ଡର ୪୮ ଘଣ୍ଟା ଭିତରେ ପର୍ଦ୍ଦାଫାଶ: ୨ ଗିରଫ, ଜଣେ ନାବାଳକ ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.