ARTICLE AD BOX
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବଜାର ଅଞ୍ଚଳର ଏକ ମୋବାଇଲ୍ ଦୋକାନରୁ କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ଚୋରି ଘଟଣାରେ ପ୍ରାୟ ୨୦ ଦିନ ପରେ କଣ୍ଟାମାଳ ପୁଲିସକୁ ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୋକାନରୁ ଚୋରି ଯାଇଥିବା ୩୪ଟି ଦାମୀ ମୋବାଇଲ୍ ଉଦ୍ଧାର କରାଯାଇଛି।
ସୂଚନାନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାରୁ ମାତ୍ର ଶହେ ମିଟର ଦୂରରେ ସଦର ମୁଖ୍ୟ ରାସ୍ତା କଡ଼ରେ ଥିବା ଶାନ୍ତନୁ ରଣାଙ୍କ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନରୁ ଜୁନ୍ ୨୨ ତାରିଖ ରାତିରେ ଚୋରି ହୋଇଥିଲା। ଦୋକାନରୁ ୩୪ ଗୋଟି ଦାମୀ ମୋବାଇଲ ଚୋରି ହୋଇଥିଲା। ତେବେ ଚୋରି ମୋବାଇଲର ଆଇଏମ୍ଇଆଇ ଓ ମିଳିଥିବା ସିସିଟିଭି ଫୁଟେଜକୁ ପୁଲିସ ଅଧାର କରି କଣ୍ଟାମାଳ ଗ୍ରାମର ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରିଥିଲା।
ମୋବାଇଲ୍ ଚୋରି ବଢ଼ାଉଛି ସାଇବର ଠକେଇ: ୟୁପିଆଇ ମାଧ୍ୟମରେ ଆକାଉଣ୍ଟ ସଫା
ପଚରାଉଚରାରୁ ମିଳିଥିବା ତଥ୍ୟାଧାରରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଧରିଥିଲେ। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ, ଶୁଭମ ପୁଟେଲ, ବାବୁଲୁ ବାରିକ ଓ ସୌମ୍ୟରଞ୍ଜନ ଜାନି। ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରାଯାଇଛି ବୋଲି କଣ୍ଟାମାଲ ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି।

3 weeks ago
13


