The rice: ମଣ୍ଡିରେ ଧାନ ଭିଜି ଗଜା ହେଲା: ଖୋଲା ଆକାଶ ତଳେ ୨.୫୦ ଲକ୍ଷ କ୍ବିଣ୍ଟାଲ୍‌ ଧାନ

4 weeks ago 11
ARTICLE AD BOX

ବରଗଡ଼: ବରଗଡ଼ ଜିଲ୍ଲାରେ ଲଘୁଚାପ ବର୍ଷା ଜାରି ରହିଛି। ଶୁକ୍ରବାର ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ସାମାନ୍ୟ କମିଛି। ବର୍ଷା ଏବେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। କାରଣ, ମଣ୍ଡିଗୁଡ଼ିକରେ ଗଦା ହୋଇ ରହିଥିବା ହଜାର ହଜାର ଧାନବସ୍ତା ସୁରକ୍ଷିତ ରଖିବା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବରପାଲି ବ୍ଲକ୍‌ ତୁଲଣ୍ଡି ମଣ୍ଡିରେ ଥିବା ଚାଷୀଙ୍କ ଧାନ ଭିଜି ଗଜା ହୋଇଯାଇଛି। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ଧାନ ଉଠାଇ ପ୍ରାପ୍ୟ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଜିଲ୍ଲାରେ ରବି ଧାନକ୍ରୟ ସମାପ୍ତ ହୋଇ ସାରିଛି। କିନ୍ତୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ନାନା ଅବ୍ୟବସ୍ଥା ଦେଖା ଦେଇଛି। କଟ୍‌ନିଛଟ୍‌ନି ସହିତ ଦଲାଲରାଜ ଯୋଗୁଁ ଚାଷୀ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏବେ ବି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି।

Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଖୋଲା ଆକାଶ ତଳେ ୨.୫୦ ଲକ୍ଷ କ୍ବିଣ୍ଟାଲ୍‌ ଧାନ
ବଡ଼ଧରଣର ଆନ୍ଦୋଳନ ପାଇଁ ଚାଷୀଙ୍କ ଚେତାବନୀ

ସୋମବାର ସୁଦ୍ଧା ଚାଷୀଙ୍କ ଧାନ ଉଠାଇ ପ୍ରାପ୍ୟ ପ୍ରଦାନ ନକଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ତୁଲଣ୍ଡି ମଣ୍ଡିରେ ପ୍ରାୟ ୨୫ ହଜାର କ୍ବିଣ୍ଟାଲ୍‌ ଧାନ ପଡ଼ି ରହିଥିବା ଚାଷୀ ସଙ୍ଗଠନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ବରଗଡ଼ ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ଜରିପାଲ ଘୋଡ଼ାଉଛନ୍ତି। କିନ୍ତୁ ତଳେ ଥିବା ଧାନବସ୍ତାକୁ ପାଣି ମାଡ଼ି ଯାଉଛି। ବର୍ଷା ଯୋଗୁଁ ଏବେ ତୁଲଣ୍ଡି ମଣ୍ଡିରେ ଶତାଧିକ ଧାନବସ୍ତା ଭିଜି ଗଜା ହୋଇଯାଇଛି। ପ୍ୟାକ୍ସ କର୍ମଚାରୀଙ୍କ କହିବା ଅନୁସାରେ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ। ଆଖି ସ୍କାନିଂ କରିବା ପରେ ତାଙ୍କର ଧାନ ଉଠିବ ବୋଲି କୁହାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଧାନ ଉଠିଲା ନାହିଁ। ଯାହା ଫଳରେ ବର୍ଷାରେ ତାହା ଭିଜି ଗଜା ହୋଇ ଯାଇଛି। ଏଣୁ ପ୍ୟାକ୍ସ ସେହି କ୍ଷତି ଭରଣା କରି ତୁରନ୍ତ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି।

Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.