ARTICLE AD BOX
ମେକ୍ସିକୋର ଜଣେ ବ୍ୟକ୍ତି ଚୋରମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ନିଜେ ଚୋରଙ୍କୁ ଦଣ୍ଡ ଦେବାର ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଯୋଗୁଁ କିଛି ଦିନ ହେଲା ଲାଗୋସ୍ ଡି ମରେନୋ ସହରର ବିଭିନ୍ନ ବିଜୁଳିଖୁଣ୍ଟରେ ମୋଟରସାଇକେଲ୍ ଚୋରମାନଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ଆବିଷ୍କାର କରାଯାଉଛି। କାହା କପାଳରେ ‘ଚୋର’ ଲେଖା ହୋଇଛି ତ ଆଉ କାହା ପାଖରେ ସେ ଚୋରି କରିଥିବା ବାଇକ୍ ମଧ୍ୟ ଥୁଆ ହୋଇଛି। ଏଭଳି ପାଞ୍ଚ ଜଣ ଚୋରଙ୍କୁ ଖୁଣ୍ଟରେ ବାନ୍ଧିଥିବା ବ୍ୟକ୍ତି କିଏ ତାହା ଏ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି।
America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ
ସ୍ଥାନୀୟ ଲୋକମାନେ ଏହି କାରନାମା ପଛରେ ଥିବା ରହସ୍ୟମୟ ବ୍ୟକ୍ତିଙ୍କୁ ଅସଲ ଦୁନିଆର ‘ବ୍ୟାଟ୍ମ୍ୟାନ୍’ କହୁଛନ୍ତି। ଉଲ୍ଲେଖଯୋଗ୍ୟ, କମିକ୍ସ ଦୁନିଆର ଲୋକପ୍ରିୟ ନାୟକ ‘ବ୍ୟାଟ୍ମ୍ୟାନ୍’ ବା ‘ବାଦୁଡ଼ି ମଣିଷ’ ଗୋଥାମ୍ ସହରର ଗଳିକନ୍ଦିରେ ରାତିରେ ବୁଲି ବୁଲି ଚୋର ଓ ଅପରାଧୀମାନଙ୍କୁ ଦଣ୍ଡିତ କରିଥାଏ ଏବଂ ସହରକୁ ସେମାନଙ୍କ ଦାଉରୁ ରକ୍ଷା କରିଥାଏ। ତେବେ ଲାଗୋସ୍ ଡି ମରେନୋ ସହରର ପୁଲିସ ସନ୍ଦେହ କରୁଛି ଯେ ଚୋରମାନଙ୍କୁ ଖୁଣ୍ଟରେ ବାନ୍ଧିବା ପଛରେ କୌଣସି ଗ୍ୟାଙ୍ଗ୍ କାମ କରୁଛି। ଏହି ରହସ୍ୟମୟ କାମକୁ ନେଇ ସେଠାକାର ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାେନ ଏବେ ଦୁଇଭାଗ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀ ସେହି ରହସ୍ୟମୟ ବ୍ୟକ୍ତିଙ୍କ କାର୍ଯ୍ୟକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଆଇନକୁ ହାତକୁ ନେବାର ଏହି ପ୍ରବୃତ୍ତିକୁ ବିରୋଧ କରୁଛି। ତେବେ ପୁଲିସ ସେହି ଚୋରି ଅଭିଯୁକ୍ତମାନଙ୍କୁ ପୀଡ଼ିତ ଭାବେ ଗ୍ରହଣ କରି ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଖୋଜୁଛି।
Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ

2 months ago
26


