The ocean: ପ୍ରତି ସେକେଣ୍ଡ୍‌ରେ ସମୁଦ୍ରରେ ଢଳାଯାଉଛି ୭୬୦ କୋଟି ପିଆଲା ଉତ୍ତପ୍ତ ଚା!

1 week ago 8
ARTICLE AD BOX

ଧରାଯାଉ, ପୃଥିବୀର ଅଧିକାଂଶ ଲୋକେ ଅନ୍ୟ କିଛି ନ କରି ଦିନରାତି କେବଳ ଚା କରୁଛନ୍ତି ଓ ପ୍ରତି ସେକେଣ୍ଡ୍‌ରେ ସେ ଉତ୍ତପ୍ତ ଚା’ରୁ ପିଆଲାଏ ଲେଖଁା ସମୁଦ୍ରରେ ଢାଳୁଛନ୍ତି! କଥାଟି ଖୁବ୍‌ ଅବାନ୍ତର ମନେ ହେଉଥିବ ନିଶ୍ଚୟ। କିନ୍ତୁ, ଏ ଦୃଷ୍ଟାନ୍ତ ହିଁ ପୃଥିବୀରେ ଘଟୁଥିବା ବୃହତ୍ତମ ପରିବର୍ତ୍ତନ ସବୁକୁ ଚିତ୍ରଣ କରାଇବାରେ ସହାୟକ ହେଉଛି।

Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...

ଅଧିକରୁ ଅଧିକ ଉତ୍ତପ୍ତ ହେଉଥିବା ବାୟୁ ଓ ରେକର୍ଡ ଭାଙ୍ଗୁଥିବା ଗ୍ରୀଷ୍ମପ୍ରବାହ ଜରିଆରେ ଆମେ ବୈଶ୍ବିକ ତାପନ ଅନୁଭବ କରୁଥିଲେ ବି ବାୟୁମଣ୍ଡଳ ଊଷ୍ଣ ହେବା ସାଧାରଣ ବ୍ୟାପାର ମାତ୍ର। ଆମେ ବାୟୁମଣ୍ଡଳରେ ବସବାସ କରୁଥିବାରୁ ଏତାଦୃଶ ଉତ୍ତାପ ବୃଦ୍ଧି ଲକ୍ଷ୍ୟ କରିପାରୁଛେ। କିନ୍ତୁ, ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଉଛି ସମ୍ପ୍ରତି ଭୂପୃଷ୍ଠରେ ଆବଦ୍ଧ ହେଉଥିବା ଅତିରିକ୍ତ ଉତ୍ତାପରୁ ପ୍ରାୟ ୯୦ ପ୍ରତିଶତ ସମୁଦ୍ର ବିଶୋଷଣ କରିପକାଉଛି। କୃତ୍ରିମ ଉପଗ୍ରହ ନେଟ୍‌ୱର୍କ ଏବଂ ସମୁଦ୍ରରେ ସଂସ୍ଥାପିତ ଯନ୍ତ୍ରପାତି ଦ୍ବାରା ବର୍ଷକୁ ବର୍ଷ ଏହି ବର୍ଦ୍ଧିଷ୍ଣୁ ଉତ୍ତାପ ମାପ କରାଯାଉଛି। ଅଳ୍ପ କିଛିବର୍ଷ ପୂର୍ବେ ଚୀନ୍‌ ଦେଶର ଜଳବାୟୁ ବୈଜ୍ଞାନିକ ଲିଜିଙ୍ଗ୍‌ ଚେଙ୍ଗ୍‌ ଓ ତାଙ୍କ ସତୀର୍ଥମାନେ ସମୁଦ୍ରବ୍ୟାପୀ ସଂସ୍ଥାପିତ ଯନ୍ତ୍ରପାତିରୁ ୨୦୨୧ ବର୍ଷର ସମସ୍ତ ତଥ୍ୟାବଳୀ ଏକତ୍ର କରିଥିଲେ। ସେତେବେଳେ ସେମାନେ କହିଥିଲେ- ବିଭିନ୍ନ ସମୁଦ୍ର ସେ ବର୍ଷ ପ୍ରାୟ ‘୧୫ ଜେଟାଜୁଲ୍‌’ ଶକ୍ତି ବିଶୋଷଣ କରିଥିଲା। ହେଲେ, ଖୁବ୍‌ ଓଜନଦାର୍‌ ଶୁଭୁଥିବା ‘ଜେଟାଜୁଲ୍‌’ ପ୍ରକୃତରେ କ’ଣ?

ଏହା ହେଉଛି ଏକ ପରିମାପକ। ୧ରେ ୨୧ଟି ଶୂନ ଦେଲେ ଯେତେ, ଏକ ‘ଜେଟାଜୁଲ୍‌’ ସେତେ। ‘ଜୁଲ୍‌’ ହେଉଛି ଏକ ପ୍ରକାର ଉତ୍ତାପ ଶକ୍ତି। ୧ ଗ୍ରାମ୍‌ ପାଣିକୁ ୧ ଡିଗ୍ରି ସେଲ୍‌ସିୟସ୍‌ ଉତ୍ତପ୍ତ କରିବା ପାଇଁ ୪.୧୮ ‘ଜୁଲ୍‌’  ଆବଶ୍ୟକ ହୋଇଥାଏ। ଏତିକିରୁ କଳ୍ପନା କରନ୍ତୁ ୧୫ ଜେଟାଜୁଲ୍‌ ଉତ୍ତାପ ଶକ୍ତିର ବିଶାଳତା କେତେ ହୋଇଥିବ! ଆଉ ଗୋଟାଏ ସାଧାରଣ ତୁଳନା ଦ୍ବାରା ମଧ୍ୟ ଏହାକୁ କିଛି ମାତ୍ରାରେ ଅନୁମାନ କରିହେବ। ତାହା ହେଉଛି ହିରୋସିମାରେ ଯେଉଁଭଳି ଶକ୍ତିସମ୍ପନ୍ନ ପରମାଣୁ ବୋମା ବିସ୍ଫୋରଣ ଘଟିଥିଲା ପ୍ରତି ସେକେଣ୍ଡ୍‌ରେ ସେହିଭଳି ୭ଟି ପରମାଣୁ ବୋମା ଫୁଟିଲେ ଯେତିକି ଉତ୍ତାପ ନିର୍ଗତ ହେବ ୧୫ ଜେଟାଜୁଲ୍‌ ପ୍ରାୟ ସେତିକି ହୋଇପାରେ। ହେଲେ ଏଭଳି ପରିସ୍ଥିତି ସମ୍ବନ୍ଧରେ କାହାର ବା ପ୍ରତ୍ୟକ୍ଷ ଅନୁଭୂତି ଅଛି? ତେଣୁ ବ୍ୟାପାରଟିକୁ ବୁଝାଇବାକୁ ସିଧା ରୋଷେଇଘରେ ଥିବା ଚା ପିଆଲାକୁ ଦୃଷ୍ଟାନ୍ତ ଭାବେ ନିଆଯାଇଛି।

ଆମେ ବାୟୁମଣ୍ଡଳରେ ବସବାସ କରୁଥିବାରୁ ଏତାଦୃଶ ଉତ୍ତାପ ବୃଦ୍ଧି ଲକ୍ଷ୍ୟ କରିପାରୁଛନ୍ତି। କିନ୍ତୁ, ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଉଛି ସମ୍ପ୍ରତି ଭୂପୃଷ୍ଠରେ ଆବଦ୍ଧ ହେଉଥିବା ଅତିରିକ୍ତ ଉତ୍ତାପରୁ ପ୍ରାୟ ୯୦ ପ୍ରତିଶତ ସମୁଦ୍ର ବିଶୋଷଣ କରିପକାଉଛି।

ପିଆଲାଏ ଚା ଗରମ କରିବାକୁ ଆବଶ୍ୟକ ହୁଏ ପ୍ରାୟ ୧୦୦,୦୦୦ ଜୁଲ୍‌ ଉତ୍ତାପ ଶକ୍ତି। ୧୫ ଜେଟାଜୁଲ୍‌କୁ ୧୦୦,୦୦୦ ଜୁଲ୍‌ ଦ୍ବାରା ଭାଗ କରି ପୁନଶ୍ଚ ସେହି ଭାଗଫଳକୁ ଗୋଟିଏ ବର୍ଷର ସେକେଣ୍ଡ୍‌ ଦ୍ବାରା ଭାଗ କରନ୍ତୁ। ଭାଗଫଳ ହେବ ସେ ବର୍ଷ ପ୍ରତି ସେକେଣ୍ଡ୍‌ରେ ସମୁଦ୍ର ମଧ୍ୟକୁ ୪୮୦ କୋଟି ପିଆଲା ଉତ୍ତପ୍ତ ଚା ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ସହ ସମାନ।

Protest: ଚିତାରେ ଶୋଇଲେ, ଫାଶୀରେ ଝୁଲିବାର ଅଭିନୟ କଲେ ଆଦିବାସୀ

ତେବେ, ବିଶ୍ବ ତାପନ କ’ଣ ୨୦୨୧ ମସିହାରେ ‌ଯାହା ଥିଲା ଏବେ ତାହା ଅଛି! ତାହା ବୃଦ୍ଧି ପାଇଚାଲିଛି। ଏଭଳି ବୃଦ୍ଧିର ଆଂଶିକ କାରଣ ହେଉଛି ବାୟୁମଣ୍ଡଳରେ କ୍ରମବର୍ଦ୍ଧନଶୀଳ ଗ୍ରିନ୍‌ହାଉସ୍‌ ବାଷ୍ପ ସ୍ତର ଓ ବାୟୁ ନିର୍ମଳ ହୋଇଯାଉଥିବାରୁ ଅଧିକ ସୂର୍ଯ୍ୟରଶ୍ମି ପ୍ରବେଶ। ତା’ଛଡ଼ା ଆକାଶରେ ବାଦଲସ୍ତର ହ୍ରାସ ପାଉଥିବାରୁ ସମ୍ଭବତଃ ବାୟୁମଣ୍ଡଳ ଅଧିକ ଉତ୍ତାପ ବିଶୋଷଣ କରୁଛି। ଅତଏବ, ଉତ୍ତାପ ଦ୍ବାରା ଯେଉଁ ସବୁ ପରିବର୍ତ୍ତନ ଘଟୁଛି ତାହା ଆହୁରି ଅଧିକ ଉତ୍ତାପ ବୃଦ୍ଧି କରାଇବାରେ ସହାୟକ ହେଉଛି। ୨୦୨୫ରେ କରାଯାଇଥିବା ଆକଳନରୁ ଜଣାପଡ଼ିଛି ଯେ ସେଥର ସମୁଦ୍ର ୨୩ ଜେଟାଜୁଲ୍‌ ଅତିରିକ୍ତ ଉତ୍ତାପ ଶକ୍ତି ବିଶୋଷଣ କରିଛି। ଏହା ପ୍ରତି ସେକେଣ୍ଡ୍‌ରେ ସମୁଦ୍ର ମଧ୍ୟକୁ ୭୬୦ କୋଟି ପିଆଲା ଉତ୍ତପ୍ତ ଚା ଢାଳିବା ସଙ୍ଗେ ସମାନ। ଏବେ କଥା ହେଲା- ଏହି ଅତିରିକ୍ତ ଉତ୍ତାପ ଆସୁଛି କେଉଁଠୁ? ତାହା ଆସୁଛି ପ୍ରାୟ ଦୁଇଶହ ବର୍ଷ ହେବ ମନୁଷ୍ୟ ପୋଡୁଥିବା ଜୀବାଶ୍ମତୈଳରୁ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶୁଥିବା କୋଟି କୋଟି ଟନ୍‌ କାର୍ବନ୍‌ ଡାଇଅକ୍ସାଇଡ୍‌ ଏବଂ ଅନ୍ୟାନ୍ୟ ଗ୍ରିନ୍‌ହାଉସ୍‌ ବାଷ୍ପର ପ୍ରତ୍ୟକ୍ଷ ପ୍ରଭାବରୁ। ଏଥିଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧିପାଇ ସାମୁଦ୍ରିକ ଗ୍ରୀଷ୍ମପ୍ରବାହ ସୃଷ୍ଟି ହେଉଛି ଏବଂ ମେରୁ ଅଞ୍ଚଳରେ ବରଫ ମଧ୍ୟ ତରଳୁଛି। 

ଜୀବାଶ୍ମ ତୈଳ ବ୍ୟବହାର ବୃଦ୍ଧିପାଇବା ଦ୍ବାରା ତୈଳ କମ୍ପାନି ସେୟାର୍‌ହୋଲ୍‌ଡର୍‌ମାନେ ହୁଏତ କିଛିଦିନ ପାଇଁ ସମୃଦ୍ଧ ହେବେ, କିନ୍ତୁ ତାହା ମନୁଷ୍ୟର ଅସୁମାରି ଆଗାମୀ ପିଢ଼ିକୁ ଚିରକାଳ ଦରିଦ୍ର ଓ ବିପନ୍ନ କରିପକାଇବ। ତେଣୁ, ଏହାର ପ୍ରତିକାର ପାଇଁ କାର୍ବନଭିତ୍ତିକ ଶକ୍ତି ଉତ୍ସ ପରିତ୍ୟାଗ କରି ଅନ୍ୟ କିଛି ଉପାୟ ଚିନ୍ତା କରିବା ଉଚିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.