ARTICLE AD BOX
ଚିତ୍ରରେ ପ୍ରଦର୍ଶିତ କଙ୍କାଳଟି ଅନ୍ୟୂନ ୩ କୋଟି ଡଲାର ବା ୨୮୫ କୋଟି ଟଙ୍କାରେ ନିଲାମ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ୬.୭ କୋଟି ବର୍ଷ ତଳେ ‘ଟାଇରାନୋସରସ୍ ରେକ୍ସ’ (ସଂକ୍ଷେପରେ ‘ଟି-ରେକ୍ସ’) ପ୍ରଜାତିର ଏହି ଡାଇନୋସୋର୍ଟି ପୃଥିବୀପୃଷ୍ଠରେ ଚଳପ୍ରଚଳ କରୁଥିଲା। ଏହାର ନାମ ‘ଗସ୍’। ୨୦୨୧ରୁ ୨୦୨୩ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ସାଉଥ୍ ଡାକୋଟାରୁ ଗସ୍ର କଙ୍କାଳକୁ ମାଟି ତଳୁ ଖନନ କରି ବାହାର କରାଯାଇଥିଲା। ଏହା ସବୁଠାରୁ ବିଶାଳ ତଥା ସଂପୂର୍ଣ୍ଣ ଟି-ରେକ୍ସ କଙ୍କାଳ ମଧ୍ୟରୁ ଗୋଟିଏ। ତେଣୁ ମଙ୍ଗଳବାର ଦିନ ନ୍ୟୁୟର୍କରେ ହେବାକୁ ଥିବା ନିଲାମରେ ଅନେକ ସଂଗ୍ରହାଳୟ ଓ ଧନିକ ସଂଗ୍ରାହକଙ୍କ ମଧ୍ୟରେ ଏହି ବିରଳ ଜୀବାଶ୍ମକୁ କିଣିବା ପାଇଁ ତୀବ୍ର ପ୍ରତିଯୋଗିତା ହେବ ବୋଲି ଅନୁମାନ କରାଯାଉଛି।
Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ
ଫଳସ୍ବରୂପ ଏହା ସବୁଠାରୁ ବ୍ୟୟବହୁଳ କଙ୍କାଳରେ ପରିଣତ ହେବାର ଅନେକ ସମ୍ଭାବନା ରହିଛି। ବର୍ତ୍ତମାନ ଯାଏ ସବୁଠାରୁ ଦାମୀ ଡାଇନୋସର୍ର ରେକର୍ଡ ରହିଛି ‘ଆପେକ୍ସ’ ନାମକ ଷ୍ଟେଗୋସରସ୍ ନାମରେ, ଯାହାକୁ ୨୦୨୪ରେ ୪.୪୬ କୋଟି ଡଲାର୍ରେ ନିଲାମ କରାଯାଇଥିଲା। ପ୍ରାରମ୍ଭିକ ମୂଲ୍ୟଠାରୁ ଆପେକ୍ସ ୧୧ ଗୁଣ ଅଧିକ ମୂଲ୍ୟରେ ନିଲାମ ହୋଇଥିବାରୁ ଗସ୍ ତା’ ରେକର୍ଡ ଭାଙ୍ଗିଦେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

3 weeks ago
13


