The great Messi: ମହାନ ମେସି ଶୂନରୁ ଶିଖର

2 weeks ago 7
ARTICLE AD BOX

ଫୁଟବଲ୍ ଦୁନିଆରେ ଏମିତି କିଛି ନାଁ ଅଛି, ଯାହା କେବଳ ଜଣେ ଖେଳାଳିଙ୍କ ପରିଚୟ ନୁହେଁ, ବରଂ ଏକ ଯୁଗର ପରିଚୟ। ସେହିଭଳି ଏକ ନାଁ ହେଉଛି ଲିଓନେଲ ମେସି। ଅସାଧାରଣ ପ୍ରତିଭା, ଅଦମ୍ୟ ପରିଶ୍ରମ, ଅନେକ ବାଧା ଓ ହାର ନମାନିବାର ମନୋଭାବ ତାଙ୍କୁ ବିଶ୍ୱ ଫୁଟବଲ୍‌ର ସର୍ବଶ୍ରେଷ୍ଠ ଖେଳାଳି ତାଲିକାର ଶିଖରରେ ରଖିଛି। ରେକର୍ଡର ପାହାଡ଼ ଉପରେ ଛିଡ଼ା ହୋଇ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଛାଡ଼ିଛନ୍ତି ସେ। ମହାନ ମେସିଙ୍କ ଅନୁପସ୍ଥିତିରେ ଫୁଟବଲ୍‌ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଆର୍ଜେଣ୍ଟିନା ମଧ୍ୟ ତା’ର ସୁଯୋଗ୍ୟ ସନ୍ତାନଙ୍କ ସେବାରୁ ବଞ୍ଚିତ ହେବାକୁ ଯାଉଛି। ସୋମବାର ସଂଧ୍ୟାରେ ମେସି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅବସର ସୂଚନା ଦେବା ପରେ ଫୁଟବଲ୍‌ ଦୁନିଆ ହତବାକ୍ ହୋଇଯାଇଛି। କେବଳ ଆର୍ଜେଣ୍ଟିନା ନୁହେଁ ସାରା ବିଶ୍ବର ଫୁଟବଲ୍‌ପ୍ରେମୀ ତାଙ୍କୁ ଆଉ ପଡ଼ିଆରେ ଖେଳୁଥିବାର ଦେଖିବାକୁ ନପାଇବାର ଯନ୍ତ୍ରଣାରେ ଜର୍ଜରିତ।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

ଛୋଟ ସହରରୁ ବଡ଼ ସ୍ୱପ୍ନ
୧୯୮୭ ମସିହା ଜୁନ୍ ୨୪ରେ ଆର୍ଜେଣ୍ଟିନାର ରୋଜାରିଓ ସହରରେ ମେସିଙ୍କ ଜନ୍ମ। ପିଲାଦିନରୁ ତାଙ୍କର ଫୁଟବଲ୍ ପ୍ରତି ଅସାଧାରଣ ଆଗ୍ରହ ଥିଲା। ବୟସ କମ୍ ଥିଲେ ମଧ୍ୟ ବଲ୍‌ ସହ ତାଙ୍କର ନିୟନ୍ତ୍ରଣ ଓ ଡ୍ରିବଲିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ଛୋଟ ବୟସରେ ତାଙ୍କ ଶରୀରର ବିକାଶ ସମ୍ପର୍କିତ ଏକ ହର୍ମୋନ୍ ସମସ୍ୟା ଚିହ୍ନଟ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ନିୟମିତ ଭାବେ ଅଧିକ ଖର୍ଚ୍ଚ ଆବଶ୍ୟକ ହେଉଥିଲା। ପରିବାର ପାଇଁ ଏହା ଏକ ବଡ଼ ଆର୍ଥିକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ମେସି ଫୁଟବଲ୍ ଛାଡ଼ିଲେ ନାହିଁ। ମେସିଙ୍କ ପ୍ରତିଭା ଶେଷରେ ସ୍ପେନ୍‌ର ପ୍ରସିଦ୍ଧ କ୍ଲବ୍ ବାର୍ସିଲୋନାର ନଜରକୁ ଆସିଥିଲା। ମାତ୍ର ୧୩ ବର୍ଷ ବୟସରେ ସେ ପରିବାର ସହ ଆର୍ଜେଣ୍ଟିନା ଛାଡ଼ି ସ୍ପେନ୍‌ ଚାଲିଯାଇଥିଲେ। ଏହା ତାଙ୍କ ଜୀବନର ଏକ ବଡ଼ ମୋଡ଼ ଥିଲା। ନୂଆ ଦେଶ, ନୂଆ ଭାଷା, ନୂଆ ପରିବେଶ ସବୁକିଛି ତାଙ୍କ ପାଇଁ ଅଜଣା ଥିଲା। ତଥାପି ମେସିଙ୍କ ଲକ୍ଷ୍ୟ ଥିଲା ଗୋଟିଏ, ଫୁଟବଲ୍‌ରେ ନିଜକୁ ପ୍ରମାଣ ଓ ପ୍ରସିଦ୍ଧ କରିବା। ବାର୍ସିଲୋନାର ଯୁବ ଏକାଡେମୀ ଲା’ ମାସିଆରେ ତାଙ୍କର ବିକାଶ ଆରମ୍ଭ ହେଲା। ଧୀରେ ଧୀରେ ତାଙ୍କର ପ୍ରତିଭା ସାରା ବିଶ୍ୱର ନଜରକୁ ଆସିଲା।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ପ୍ରତିଭା ଚିହ୍ନିଲା ବାର୍ସିଲୋନା
୨୦୦୪ ମସିହାରେ ମେସି ବାର୍ସିଲୋନାର ପ୍ରଥମ ଦଳ ପାଇଁ ପଦାର୍ପଣ କରିଥିଲେ। ସେତେବେଳେ କେହି ଭାବିନଥିଲେ ଯେ ଏହି ଛୋଟ ଶରୀରର ଯୁବକ ଦିନେ ଫୁଟବଲ୍‌ର ଇତିହାସ ବଦଳାଇଦେବେ। ତାଙ୍କର ଅଦ୍ଭୁତ ଡ୍ରିବଲିଂ, ବଲ୍ ନିୟନ୍ତ୍ରଣ, ପାସ୍ ଓ ଗୋଲ୍ କରିବାର କ୍ଷମତା ତାଙ୍କୁ ଶୀଘ୍ର ବାର୍ସିଲୋନାର ମୁଖ୍ୟ ତାରକାରେ ପରିଣତ କରିଥିଲା। ବାର୍ସିଲୋନା ପାଇଁ ସେ ଅନେକ ଲା’ଲିଗା ଓ ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ଜିତିଥିଲେ। ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲେ। କ୍ଲବ୍ ଫୁଟବଲ୍‌ରେ ଅସାଧାରଣ ସଫଳତା ହାସଲ କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଜାତୀୟ ଦଳ ପାଇଁ ମେସିଙ୍କ ଯାତ୍ରା ଅନେକ ସମୟରେ ଯନ୍ତ୍ରଣାଦାୟକ ଥିଲା। କୋପା ଆମେରିକା ଓ ବିଶ୍ୱକପ୍‌ର ଏକାଧିକ ଫାଇନାଲ୍‌ରେ ପରାଜୟ ତାଙ୍କୁ ଗଭୀର ଭାବେ ନିରାଶ କରିଥିଲା। ୨୦୧୪ ବିଶ୍ୱକପ୍ ଫାଇନାଲ୍‌ରେ ଜର୍ମାନୀ ବିପକ୍ଷରେ ଆର୍ଜେଣ୍ଟିନାର ପରାଜୟ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଦୁଃଖଦ ମୁହୂର୍ତ୍ତମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ୨୦୧୬ରେ କୋପା ଆମେରିକା ଫାଇନାଲ୍‌ରେ ଚିଲି ବିପକ୍ଷରେ ହାରିବା ପରେ ମେସି ଆନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେବା କଥା ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଦେଶ ଓ ପ୍ରଶଂସକଙ୍କ ଭଲପାଇବା ତାଙ୍କୁ ପୁଣି ମଇଦାନକୁ ଫେରାଇ ଆଣିଥିଲା। ୨୦୨୧ରେ ସେ ଆର୍ଜେଣ୍ଟିନା ପାଇଁ କୋପା ଆମେରିକା ଜିତିଲେ। ଏହା ତାଙ୍କ ପ୍ରଥମ ବଡ଼ ବରିଷ୍ଠସ୍ତରୀୟ ଆନ୍ତର୍ଜାତୀୟ ଟ୍ରଫି ଥିଲା। କିନ୍ତୁ ମେସିଙ୍କ ସବୁଠାରୁ ବଡ଼ ସ୍ୱପ୍ନ ଏବେ ବି ବାକି ଥିଲା। ତାହା ହେଉଛି ବିଶ୍ୱକପ୍ ବିଜୟର ସଫଳତା। ୨୦୨୨ କତର ବିଶ୍ୱକପ୍‌ରେ ମେସି ନିଜ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ନେଇଗଲେ। ଫାଇନାଲ୍‌ରେ ଫ୍ରାନ୍ସ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟ୍‌ରେ ବିଜୟୀ ହେଲା। ଯେଉଁ ଟ୍ରଫି ପାଇଁ ସେ ବର୍ଷ ବର୍ଷ ଅପେକ୍ଷା କରିଥିଲେ, ଯେଉଁ ସ୍ୱପ୍ନ ପାଇଁ ଅନେକ ହାର ଓ ଆଲୋଚନା ସହିଥିଲେ, ଶେଷରେ ସେହି ସ୍ୱପ୍ନ ସତ ହୋଇଥିଲା। 

ରେକର୍ଡର ରାଜା
ମେସିଙ୍କ କ୍ୟାରିୟରରେ ରହିଛି ଅସଂଖ୍ୟ ଟ୍ରଫି ଓ ବ୍ୟକ୍ତିଗତ ପୁରସ୍କାର। ସେ ୮ଥର ବାଲନ ଡି’ଓର ପୁରସ୍କାର  ଜିତି ବିଶ୍ୱ ଫୁଟବଲ୍‌ର ଶ୍ରେଷ୍ଠ ବ୍ୟକ୍ତିଗତ ସମ୍ମାନ ଉପରେ ନିଜର ଦବଦବା ପ୍ରମାଣ କରିଛନ୍ତି। ବାର୍ସିଲୋନା, ପ୍ୟାରିସ୍ ସେଣ୍ଟ-ଜର୍ମେନ୍ ଓ ଇଣ୍ଟର ମାୟାମି ପାଇଁ ଖେଳିବା ସହ ଆର୍ଜେଣ୍ଟିନାକୁ ମଧ୍ୟ ବଡ଼ ବଡ଼ ସଫଳତା ଦେଇଛନ୍ତି। ମେସିଙ୍କ କାହାଣୀ କେବଳ ଫୁଟବଲ୍‌ର କାହାଣୀ ନୁହେଁ। ଏହା ସଂଘର୍ଷ, ଧୈର୍ଯ୍ୟ ଓ ସ୍ୱପ୍ନକୁ ଧରି ରଖିବାର କାହାଣୀ।‌ ସେ ତାଙ୍କ କୋଟି କୋଟି ପ୍ରଶଂସକଙ୍କୁ ଶିଖାଇଛନ୍ତି ପ୍ରତିଭା ପ୍ରାରମ୍ଭିକ ସଫଳତା ଦେଇପାରେ, କିନ୍ତୁ ସଂଘର୍ଷ, ପରିଶ୍ରମ ଓ ହାର ନମାନିବାର ମନୋଭାବ ହିଁ ଆପଣଙ୍କୁ ଶିଖରରେ ପହଞ୍ଚାଏ।” ୩୯ବର୍ଷୀୟ ମେସି ଆର୍ଜେଣ୍ଟିନା ପକ୍ଷରୁ ୨୦୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୨୫ ଗୋଲ୍‌ ଦେଇଛନ୍ତି। ମାତ୍ର ୧୮ବର୍ଷ ବୟସରେ ୨୦୦୫ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରି ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ସେ ଫୁଟବଲ୍‌ପ୍ରେମୀଙ୍କୁ ନିଜ ଯାଦୁରେ ବାନ୍ଧି ରଖିଥିଲେ।

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

‘‘ଏ ଅଧ୍ୟାୟ ମୋତେ ସବୁଠାରୁ ଅଧିକ କଷ୍ଟ ଦେଉଛି’’
ଚଳିତବର୍ଷର ବିଶ୍ବକପ୍‌ ଫାଇନାଲ୍‌ ପରେ ପରେ ମେସି ନିଜ ଅବସରକାଳୀନ ଲେଖା ଲେଖି ସାରିଥିଲେ। ହେଲେ ପିତା ଜର୍ଜ ମେସିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହାକୁ ପ୍ରକାଶ କରି ନଥିଲେ। ପିତାଙ୍କ ପରଲୋକ ପରେ କିନ୍ତୁ ସେ ଏହାକୁ ସାର୍ବଜନୀନ କରିବାକୁ ନିଷ୍ପ୍ତତ୍ତି ନେଇଥିଲେ। ଶେଷରେ ସୋମବାର ତିନି ପୃଷ୍ଠା ସମ୍ବଳିତ ଲେଖାକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ନିଜ ସନ୍ନ୍ୟାସ ସୂଚନା ଦେଇଥିଲେ। ଏହି ନିଷ୍ପତ୍ତି କିନ୍ତୁ କେବଳ ଶରୀର ନୁହେଁ ଆତ୍ମାକୁ ମଧ୍ୟ ବାଧିଛି ବୋଲି ଲେଖି ପ୍ରଶଂସକଙ୍କ ଆଖିରେ ଲୁହ ଭରି ଦେଇଥିଲେ। ପ୍ରଶଂସକଙ୍କ ପାଇଁ ଲେଖିଥିବା ଏହି ଲେଖାରେ  ସେ ଉଲ୍ଲେଖ କରିଛନ୍ତି ଯେ ବିଶ୍ବକପ ଫାଇନାଲ୍‌ ପରଠାରୁ ଏତେ ସମୟ ବିତିଯିବା ପରେ ଏବଂ ଏନେଇ ଅନେକ ଚିନ୍ତା କରିବା ପରେ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ମୁଁ ଜାତୀୟ ଦଳରୁ ଅବସର ନେଉଛି।

ଜୁଲାଇ ୨୧ରୁ ଲେଖି ରଖିଥିଲେ ଅବସର ଲେଖା

 ଏହା ଏଭଳି ଏକ ନିଷ୍ପତ୍ତି, ଯାହା ମୋତେ ଭିତରୁ ଗଭୀର ଭାବେ ଆଘାତ ଦେଇଛି ଏବଂ ଏବେ ମଧ୍ୟ ଦେଉଛି। କିନ୍ତୁ ମୁଁ ବୁଝିପାରୁଛି ଯେ, ଏହା ହେଉଛି ସଠିକ୍‌ ସମୟ। ମୁଁ ଶପଥ କରି କହୁଛି, ମୁଁ ସବୁବେଳେ ମୋର ସବୁକିଛି ଦେଇଛି। କେବଳ ଗତ କିଛି ବର୍ଷ ନୁହେଁ, ଯେତେବେଳେ ଆମେ ସବୁକିଛି ଜିତିଥିଲୁ, ତା’ ପୂର୍ବରୁ ମଧ୍ୟ ମୁଁ ସେହିଭଳି ଲଢ଼ିଛି ଏବଂ ମୋର ସବୁକିଛି ଦେଇଛି। ଏହି ଜର୍ସି ପାଇଁ ମୁଁ ସବୁବେଳେ ଲଢ଼ିଛି। ଫୁଟବଲ୍‌ ମାଧ୍ୟମରେ ଆପଣମାନଙ୍କୁ ଖୁସି ଦେବା ଏବଂ ଜଣେ ଆର୍ଜେଣ୍ଟିନୀୟ ଭାବେ ଆପଣମାନଙ୍କୁ ଗର୍ବିତ କରିବା ମୋର ଲକ୍ଷ୍ୟ ଥିଲା। ଜୀବନର ଏହି ଅଧ୍ୟାୟଟି ମୋତେ ସବୁଠାରୁ ଅଧିକ କଷ୍ଟ ଦେଉଛି। ଏବେ ଅନେକ ମହାନ ଯୁବ ଖେଳାଳି ଆଗକୁ ଆସୁଛନ୍ତି। ସେମାନେ ଫୁଟବଲକୁ ଗର୍ବିତ କରିବେ ବୋଲି ଦୃଢ଼ ଆଶା ରହିଛି।’’

Read Entire Article
LEFT SIDEBAR AD

Hidden in mobile, Best for skyscrapers.