ARTICLE AD BOX
ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଜନ ନାୟାଗନ୍" ୨୦୨୬ ଜୁଲାଇ ୨୩ରେ ବିଶ୍ୱରେ ମୁକ୍ତିଲାଭ କରିଛି। ଜାନୁଆରି ପରଠାରୁ ବାରମ୍ବାର ସ୍ଥଗିତ ରହିଥିବା ଏହି ଚଳଚ୍ଚିତ୍ରଟି ଶେଷରେ ସିନେମା ହଲରେ ପ୍ରବେଶ କରିଛି। ଏଚ୍. ଭିନୋଥଙ୍କ ନିର୍ଦ୍ଦେଶିତ "ଜନ ନାୟାଗନ୍"ରେ ବଲିଉଡ୍ ସୁପରଷ୍ଟାର ବବି ଦେଓଲ ଏବଂ ପୂଜା ହେଗଡେ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ଚର୍ଚ୍ଚାରେ ରହିଥିଲା। କାରଣ ଏହା ହେଉଛି ବିଜୟଙ୍କ ଶେଷ ଚଳଚ୍ଚିତ୍ର । ଯାହା ଫଳରେ ପ୍ରଥମ ଦିନ ଏବଂ ପ୍ରଥମ ସୋ’ ଦେଖିବା ପାଇଁ ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା। ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ସିନେମାର ଆୟ ୧୭. ୮୧କୋଟିରେ ପହଞ୍ଚିଥିବା ଜଣାପଡ଼ିଛି। ଆଗକୁ ସିନେମା ମୋଟା ଅଙ୍କର ଆୟ କରିବ ବୋଲି ଆଶା ରଖାଯାଇଛି।
୨୪ ଘଣ୍ଟାରେ ଆନ୍ଦୋଳନକାରୀଙ୍କୁ ୪ ଥର ଆଲୋଚନା ପାଇଁ ଡକା ଗଲାଣି: ଜିତେନ୍ଦ୍ର ସିଂହ
ଥାଲାପଥି ବିଜୟଙ୍କ ଜବରଦସ୍ତ ପ୍ରବେଶ ସହିତ ଫିଲ୍ମଟି ଆରମ୍ଭ ହେଉଛଇ। ଜେଲ ଭିତରେ ୧୦ ମିନିଟର ଲଢ଼େଇ ଦୃଶ୍ୟ ବିଜୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଭେଟି ଭଳି ରହିଛି।। ଖଳନାୟକ ଭାବରେ ବବି ଦେଓଲଙ୍କ ଆକ୍ସନ୍-ପ୍ୟାକ୍ ଏଣ୍ଟ୍ରି ମଧ୍ୟ ଦେଖିବା ଯୋଗ୍ୟ। ଚଳଚ୍ଚିତ୍ରର ପ୍ରଥମ ୨୫ ମିନିଟ୍ ଜବରଦସ୍ତ ଆକ୍ସନରେ ପରିପୂର୍ଣ୍ଣ। ସେହିପରି ଥାଲାପଥିଙ୍କ ଅନ୍ତିମ ନୃତ୍ୟ ଦର୍ଶକଙ୍କୁ ମନରୋଞ୍ଜନର ବେଶ ଖୋରାକ ଯୋଗାଇଛି।ଫିଲ୍ମର ପ୍ରତ୍ୟେକ ଦୃଶ୍ୟ ବିଜୟଙ୍କ ପ୍ରତି ଉତ୍ସର୍ଗୀକୃତ। ବିଜୟଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫିଲ୍ମରେ ଦେଖିବାକୁ ମିଳୁଛି।

1 week ago
8


