Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଆଜିଠୁ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ, ସ୍କାନର୍‌ରେ ୪ ସଂସ୍ଥା, କମିଟି ସଦସ୍ୟ

3 weeks ago 9
ARTICLE AD BOX

ଭୁବନେଶ୍ବର/କଟକ: ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବା ପରେ ବଡ଼ବଡ଼ିଆ ବାବୁଙ୍କ ମଧ୍ୟରେ ଏବେ ଛନକା ପଶିଛି। ଏହି ଷଡ଼୍‌ଯନ୍ତ୍ରରେ କେବଳ ମନୋଜ କୁମାର ପାଢ଼ୀ ସାମିଲ ଅଛନ୍ତି ନା ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ସୋମବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ। ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଯେଉଁଥିରେ କ୍ରାଇମ୍‌ବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ଜଣେ ଡିଏସ୍‌ପି ପାହ୍ୟା ଅଧିକାରୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଥିବାବେଳେ ସହଯୋଗ କରିବାକୁ ଆଉ ତିନି ଜଣ ଅଫିସରଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିର ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ଇତିମଧ୍ୟରେ ତ୍ରୁଟି ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। କେବଳ ସେତିକି ନୁ‌ହେଁ, ୨୦୨୬-୨୭ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ତାହାର ତଦନ୍ତ କରାଯିବ। କେଉଁ ବାବଦରେ କେଉଁ ସଂସ୍ଥାକୁ କେତେ ଟଙ୍କା ଦିଆଯାଇଛି ତାହାର ଟିକିନିଖି ଖୋଳତାଡ଼ ହେବ। ଡିଟିପି ଓ ଡିଜାଇନ୍‌ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାର ଦସ୍ତାବିଜ ଯାଞ୍ଚ କରାଯିବ। ଗଣଶିକ୍ଷା ବିଭାଗ ଅଧୀନରେ ଡିଟିପି ଓ ଡିଜାଇନ୍‌ ପାଇଁ ଏକ ସଂସ୍ଥା ରହିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସଂସ୍ଥାକୁ କାହିଁକି ଦାୟିତ୍ବ ଦିଆଯାଗଲା ତାହା ବି ତଦନ୍ତ ପରିସରକୁ ଆସିପାରେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରକୁ ଆସିପାରେ। ତଥ୍ୟ ଅନୁଯାୟୀ ସମସ୍ତ ଆର୍ଥିକ କାରବାର ଓସେପା ମାଧ୍ୟମରେ ହିଁ ହୋଇଥାଏ। ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବଣ୍ଟନ ବାବଦରେ କେନ୍ଦ୍ର-ରାଜ୍ୟ ଭାଗ ୬୦-୪୦ ରହିଛି। ତେଣୁ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଆଉଟ୍‌ସୋର୍ସିଂ ସଂସ୍ଥାକୁ କେତେ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ତାହାର ମଧ୍ୟ ତଦନ୍ତ ହେବ। ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଗଠିତ ରାଜ୍ୟ ଷ୍ଟିୟରିଂ କମିଟି, କୋର୍‌ କମିଟି, ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ସଂଯୋଜକମାନେ ବି ଜେରାର ସମ୍ମୁଖୀନ ହୋଇପାରନ୍ତି।

ସ୍କାନର୍‌ରେ ୪ ସଂସ୍ଥା, କମିଟି ସଦସ୍ୟ
କ୍ରାଇମ୍‌ବ୍ରାଞ୍ଚ ନୁହେଁ, ସିବିଆଇ 
ତଦନ୍ତ ହେଉ: ବିଜେଡି

ତେବେ ଫୋକସ୍‌ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆରଟି), ଯେଉଁଠି ପାଠ୍ୟପୁସ୍ତକର ସମସ୍ତ ପ୍ରସ୍ତୁତି ହୋଇଥିଲା। ଅନ୍ୟତମ ସଂସ୍ଥା ହେଉଛି ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା, ଯାହା ମାଧ୍ୟମରେ ନୂତନ ବହିଗୁଡ଼ିକ ଛପାଯାଇଥିଲା। ସମ୍ପୃକ୍ତ ସଂସ୍ଥା କେତେ ପରିମାଣର ବହି ଛାପିଛି ଏବଂ ବାହାରର କେଉଁ ସଂସ୍ଥାକୁ କେତେ ଟଙ୍କାର ବହି ଛାପିବାକୁ ଦେଇଛି ତାହାର ମଧ୍ୟ ତଦନ୍ତ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ମଧ୍ୟ ସ୍କାନର୍‌ରେ ରହିବ। ଯେଉଁଠାରେ ନୂତନ ବହିଗୁଡ଼ିକର ଡିଟିପି ଓ ଡିଜାଇନ୍‌ ହୋଇଛି। ଡିଟିପି ଅପରେଟରମାନେ ଠିକ୍‌ ଭାବେ କାର୍ଯ୍ୟ ତୁଲାଇଛନ୍ତି କି ନାହିଁ? ସଂଯୋଜକମାନେ ସେମାନଙ୍କ ସହ ଆଲୋଚନା କରିଥିଲେ କି ନାହିଁ? ପୁସ୍ତକ ଡିଜାଇନ୍‌ ସମୟରେ ଏନ୍‌ସିଇଆରଟି ବହିରେ ଥିବା ଛବି କେଉଁଭଳି ଭାବେ ଓଡ଼ିଆ ପୁସ୍ତକରେ ରହିଗଲା ସେନେଇ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ବିଜେଡି ନାପସନ୍ଦ କରିଛି। ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରିବ ନା ପ୍ରମାଣ ନଷ୍ଟ କରିବ। ଗଣଶିକ୍ଷା ବିଭାଗରେ ଦୁର୍ନୀତି ହୋଇଛି। ତାହାର ତଦନ୍ତ ରାଜ୍ୟ ସରକାରଙ୍କ ଆଉ ଗୋଟିଏ ବିଭାଗ କରିବ। ଏହି ତଦନ୍ତ ଠିକ୍‌ ଭାବେ ହେବ ନାହିଁ। କାରଣ ପୁସ୍ତକ ଦୁର୍ନୀତିର ଚେର ସାରା ଦେଶରେ ବ୍ୟାପିଛି। କ୍ରାଇମ୍‌ବ୍ରାଞ୍ଚର ସେତିକି କ୍ଷମତା ନାହିଁ ବାହାର ରାଜ୍ୟକୁ ଯାଇ ତଦନ୍ତ କରିବ। ତେଣୁ ଏହାର ସିବିଆଇ ତଦନ୍ତ ହେଉ। ଗଣଶିକ୍ଷା ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଉ ନ ଖେଳନ୍ତୁ। ନ ହେଲେ ପରିସ୍ଥିତି ଅଧିକ ଖରାପ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.