Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଆଉଟ୍‌ସୋର୍ସିଂ ହାତରେ ଗଣଶିକ୍ଷା, ବହି ପ୍ରସ୍ତୁତିରେ ସାମିଲ ରହିଥିବା ଅଭିଯୋଗ

1 month ago 12
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏବେ ଆଉଟ୍‌ସୋର୍ସିଂ(ଥାର୍ଡ ପାର୍ଟି) ସଂସ୍ଥାଙ୍କ ହାତକୁ ଚାଲିଗଲାଣି। ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳରେ ଆଉଟସୋର୍ସିଂ ଯୁବକ ଯୁବତୀ ବିଭିନ୍ନ ଦାୟିତ୍ବ ସମ୍ଭାଳୁଛନ୍ତି। ପାଠ୍ୟପୁସ୍ତକ ପ୍ରସ୍ତୁତିର ବିଭିନ୍ନ କାର୍ଯ୍ୟ ଠାରୁ କ୍ଲାସରୁମ୍‌ର ଡିଜାଇନ୍‌, ଅନ୍‌ଲାଇନ୍‌ ପାଠପଢ଼ାର ରୂପରେଖ ପ୍ରସ୍ତୁତି, ଯୋଜନା ତଦାରଖ ପରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ବିଭାଗର ଅଧିକାରୀଙ୍କ ଭଳି କ୍ଷମତା ଦିଆଯାଇ ବିଭିନ୍ନ ଜିଲ୍ଲା, ବ୍ଲକ, ବିଦ୍ୟାଳୟଗୁଡ଼ିକୁ ପଠାଯାଇ ଯାଞ୍ଚ କରିବାକୁ କୁହାଯାଉଛି। ଏହାଦ୍ବାରା କେବଳ ଯେ  ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି ତାହା ନୁହେଁ, ବରଂ ଆଉଟ୍‌ସୋର୍ସିଂ ସର୍ବେସର୍ବା ପାଲଟିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଏକାଧିକ ଆଉଟସୋର୍ସିଂ ସଂସ୍ଥାଙ୍କ ସହାୟତା ନିଆଯାଇଥିବା ଅଭିଯୋଗ ଉଠିଛି। କୋର କମିଟିର ସଦସ୍ୟ, ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀକୁ ଆଢ଼ୁଆଳରେ ରଖି ଗଣଶିକ୍ଷା ବିଭାଗର କେତେଜଣ ଅଧିକାରୀ ଏଭଳି କାର୍ଯ୍ୟ କରିଛନ୍ତି। ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିବା ପରେ ସେମାନଙ୍କ ଗୁମର ଖୋଲିବାରେ ଲାଗିଛି।

Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...

ବହି ପ୍ରସ୍ତୁତିରେ ସାମିଲ ରହିଥିବା ଅଭିଯୋଗ
ଆଶଙ୍କା ସତ ହେଲା: ଖସିଗଲେ ବଡ଼ବଡ଼ିଆ

ଜଣେ ଲେଖକଙ୍କ କହିବା ଅନୁଯାୟୀ, ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଣ୍ଡୁଲିପି ଆମ ପାଖକୁ ଆସିବା ପୂର୍ବରୁ ଅନୁବାଦ ହୋଇଥିଲା। ତାହା ଠିକ୍‌ ନ ଥିଲା। ଏସ୍‌ସିଇଆରଟି ବହିଗୁଡ଼ିକୁ ‘ଏଆଇ’ ମାଧ୍ୟମରେ ଅନୁବାଦ କରାଯାଇଥିବା ନଜର ଆସିବା ପରେ ଆମେ ତାହାକୁ ସଂଶୋଧନ କରିଥିଲୁ। କିଏ ଅନୁବାଦ କରିଥିଲା ସେବିଷୟରେ କେହି ମୁହଁ ଖୋଲି ନ ଥିଲେ। ଏମିତିକି ତତ୍‌କାଳୀନ ନିର୍ଦ୍ଦେଶକଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେ ଶୁଣିବାକୁ ନାରାଜ ଥିଲେ। ବରଂ ଧାର୍ଯ୍ୟ ସମୟରେ କାମ ଶେଷ କରିବାକୁ କହିଥିଲେ। ସେହି ଅନୁଯାୟୀ ଆମେ ପାଠ୍ୟପୁସ୍ତକ ପ୍ରସ୍ତୁତି ଦିଗରେ ପଦକ୍ଷେପ ନେଇଥିଲୁ। ମିଳିଥିବା ସୂଚନା ଅନୁଯାୟୀ , ୩ଟି ଏନ୍‌ଜିଓ ସଂସ୍ଥା ପାଠ୍ୟପୁସ୍ତକ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯେଉଁମାନେ କି ଗଣିତ, ଓଡ଼ିଆ ଭାଷା ପାଠ୍ୟପୁସ୍ତକ ପ୍ରସ୍ତୁତି କାର୍ଯ୍ୟରେ ଲାଗିଥିଲେ। ଡିଟିପି କାର୍ଯ୍ୟ ମଧ୍ୟ ଏକ ଏନ୍‌ଜିଓ ନେଇଥିବା ଅଭିଯୋଗ ହୋଇଛି। ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ‘ସମ୍ବାଦ’ ପ୍ରଥମରୁ ଯେଉଁ ଆଶଙ୍କା ପ୍ରକାଶ କରିଥିଲା ତାହା ସତ ହୋଇଛି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ରିପୋର୍ଟ ଆଧାରରେ ୧୦ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସତ। ମାତ୍ର ବଡ଼ବଡ଼ିଆଙ୍କଠାରେ ହାତ ମାରିବାକୁ  ସରକାର ସାହସ ଜୁଟାଇ ପାରିନାହାନ୍ତି।

Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.