ARTICLE AD BOX
ଲକ୍ଷ୍ନୌ: ଟିଇଟି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରୁଥିବା ମହାରାଷ୍ଟ୍ର ପୁଲିସ ଆଜି ଏହି ମାମଲାରେ ଅଧିକ ୩ ଜଣଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରିଛି। ଏହି ଗିରଫ ସହ ଉକ୍ତ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହି ମାମଲାର ତଦନ୍ତ କରୁଥିବା ରାଜ୍ୟ ନିଯୁକ୍ତ ଏସ୍ଆଇଟି ସୋନୁ ସିଂହ, ମିଥୁନ ସିଂହ ଏବଂ କପିଲ ଦହିୟାଙ୍କୁ ଗିରଫ କରିଛି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଛି।
ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ଟିଇଟି ୨୦୨୬ ପରୀକ୍ଷାର ଠିକ୍ ଦିନକ ପୁର୍ବରୁ ଜୁନ୍ ୨୭ ତାରିଖରେ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷା ସ୍ଥଗିତ ରହିଛି। ଏସ୍ଆଇଟି ମାମଲାର ତଦନ୍ତ କରି ଜାଣିଛି ଯେ ଏହି ରୢାକେଟ୍ ଦିଲ୍ଲୀ, ଆଗ୍ରା, ବିହାର ଏବଂ ହରିୟାଣାକୁ ବ୍ୟାପିଛି।
ପୂର୍ବରୁ ଏହି ମାମଲାରେ ମାଷ୍ଟରମାଇଣ୍ଡ ବୀଜେନ୍ଦ୍ର ଗୁପ୍ତାଙ୍କ ପତ୍ନୀ ସୁମନ କୁମାରୀ ଗୁପ୍ତାଙ୍କୁ ପାଟନାରୁ ଗିରଫ କରାଯାଇଥିଲା। ବୀଜେନ୍ଦ୍ର ଗୁପ୍ତା ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବାପାଇଁ ଏସ୍ଆଇଟି ଏକାଧିକ ରାଜ୍ୟକୁ ଟିମ୍ ପଠାଇଛି। ଉଲ୍ଲେଖଯୋଗ୍ୟ ଯେ ନିଟ୍-ୟୁଜି ପେପର୍ ଲିକ୍ ହେବାପରେ ଏହି ଟିଇଟି ପେପର୍ ଲିକ୍ ହୋଇଥିବାବେଳେ ଏଥିଯୋଗୁ ପାଖାପାଖି ୬ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି।
Congress, NCP: ମହାରାଷ୍ଟ୍ରରେ ରାଜନୀତି ଚଳଚଞ୍ଚଳ: ଏକାଠି ହେବେ କଂଗ୍ରେସ ଓ ଏନ୍ସିପି

2 months ago
24


