ARTICLE AD BOX
ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜଷ୍ଟିନ୍ ଗ୍ରେଭ୍ସ ଟେଷ୍ଟ୍ କ୍ରିକେଟ୍ରେ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ବୋଲର ଭାବେ ଲଗାତାର ୫ ମେଡେନ୍ ଓଭର୍ରେ ୫ ୱିକେଟ୍ ନେଇଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ସେ ଏହି ସଫଳତା ପାଇଛନ୍ତି।
Justin Greaves record Photograph: (sambad.in)ତରୌବା: ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜଷ୍ଟିନ୍ ଗ୍ରେଭ୍ସ ଟେଷ୍ଟ୍ କ୍ରିକେଟ୍ରେ ନୂଆ ରେକର୍ଡ କରିଛନ୍ତି। ପ୍ରଥମ ବୋଲର ଭାବେ ଲଗାତାର ୫ ମେଡେନ୍ ଓଭର୍ରେ ୫ ୱିକେଟ୍ ନେଇଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ସେ ଏହି ସଫଳତା ପାଇଛନ୍ତି। ଗ୍ରେଭ୍ସଙ୍କ ପୂର୍ବରୁ ଏହି ରେକର୍ଡ ଷ୍ଟୁଆର୍ଟ ବ୍ରଡ୍ଙ୍କ ନାମରେ ଥିଲା।
ପ୍ରଥମ ଟେଷ୍ଟ୍ରେ ସଫଳତା
ଇଂଲଣ୍ଡର ପୂର୍ବତନ ବୋଲର ବ୍ରଡ୍ ୨୦୧୬ରେ ଜୋହାନେସବର୍ଗରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ରେ ଲଗାତାର ୪ ମେଡେନ୍ ଓଭରରେ ୪ ୱିକେଟ୍ ନେଇଥିଲେ। ତୃତୀୟ ଦିନରେ ୩୨ ବର୍ଷୀୟ ଗ୍ରେଭ୍ସଙ୍କ ୫/୨୭ ବୋଲିଂ ସଫଳତା ବଳରେ ପାକିସ୍ତାନର ପ୍ରଥମ ପାଳି ୨୮୨ ରନ୍ରେ ଅଟକି ଯାଇଥିଲା। ନିଜର ୧୭ତମ ଟେଷ୍ଟ୍ରେ ଗ୍ରେଭ୍ସଙ୍କ ଏହା ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ। ପ୍ରଥମ ପାଳିରେ ୱେଷ୍ଟଇଣ୍ଡିଜ୍ ୩୧୦ ରନ୍ କରିଥିଲା ବେଳେ ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୧୨୭/୭ ରନ୍ କରି ୧୫୫ ରନ୍ର ଅଗ୍ରଣୀ ନେଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
4


