Terrorist: କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଜଣେ ଆହତ

3 days ago 1
ARTICLE AD BOX

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ଏକ ଆତଙ୍କବାଦୀ ଆକ୍ରମଣରେ ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। କୁଲଗାମର କେଲ୍ଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକମାନେ ଏକ ଇଟାଭାଟିରେ କାମ କରୁଥିବାବେଳେ ସେମାନଙ୍କ ଉପରକୁ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ଆହତ ପ୍ରବାସୀ ଶ୍ରମିକଙ୍କୁ ଅନନ୍ତନାଗ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତ ପ୍ରବାସୀ ଶ୍ରମିକଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଦୀପକ ଏବଂ ସେ ଛତିଶଗଡ଼ ବାସିନ୍ଦା। ଆହତ ଶ୍ରମିକ ହେଉଛନ୍ତି ଭୋପିନ୍ଦର ଏବଂ ତାଙ୍କ ଘର ଉତ୍ତରପ୍ରଦେଶରେ। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଆକ୍ରମଣ ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳ‌ରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି। ଆକ୍ରମଣକାରୀଙ୍କୁ ଖୋଜିବାପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଆହୁରି ପଢନ୍ତୁ: Flood In Odisha: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି

ପଶ୍ଚିମବଙ୍ଗରୁ ଜେଇଏମ୍‌ ଆତଙ୍କବାଦୀ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଖବର ସଂଗ୍ରହ କରୁଥିଲା
କୋଲକାତା: ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ)ର ଜଣେ ଆତଙ୍କବାଦୀ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ ହୋଇଛି। ପଶ୍ଚିମବଙ୍ଗ ପୁଲିସ ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କ ଫୋର୍ସ) ହମିଦ ମଣ୍ଡଳକୁ ଗୁରୁବାର ବିଳମ୍ବିତ ରାତିରେ ବର୍ଦ୍ଧମାନ ସହରରେ ତା’ ଭଡ଼ାଘରୁ ଗିରଫ କରିଛି। ପୁଲିସ ଅନୁଯାୟୀ ହମିଦ ମଣ୍ଡଳ ଗତ ୨ରୁ ୩ ମାସ ହେବ ତା’ ଘରୁ ବାହାରକୁ ବାହାରୁ ନଥିଲା। ପୁଲିସ ହାତରେ ଧରା ପଡ଼ିବା ଭୟ‌ରେ ସେ ଘରେ ଲୁଚି ରହିଥିଲା। ପୁଲିସ ତାକୁ ଗିରଫ କରିବାପରେ ତା’ ଫୋନ୍‌ ଜବତ କରିଛି। ତା’ ଫୋନ୍‌ ଯାଞ୍ଚ କରିବାପରେ ଜଣାପଡ଼ିଛି ଯେ ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିଲ।

ଆହୁରି ପଢନ୍ତୁ: Assam: ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି: ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ, ସୁରଟରେ ପ୍ରବଳ ବର୍ଷା

ତେବେ ସେ କୌଣସି ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା କି ନା’ ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ଅନୁଯାୟୀ ହମିଦ ପାକିସ୍ତାନର ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ସହ ଜଡ଼ିତ। ସେ ମଧ୍ୟ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟାମାଇଣ୍ଡ୍‌ ସଜ୍ଜରଦ ଭଟର ଘନିଷ୍ଠ ସହଯୋଗୀ। ହମିଦକୁ ଆଜି ବର୍ଦ୍ଧମାନ କୋର୍ଟରେ ହାଜର କରାଯାଇଛି। ତେବେ ହମିଦ ରହୁଥିବା ଭଡ଼ା ଘର ନିକଟରେ ଥିବା ଅନ୍ୟ ପଡ଼ୋଶୀମାନେ କହିଛନ୍ତି ‌ଯେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଏଠାରେ ପ୍ରାୟ ଦେଢ଼ ବର୍ଷ ହେବ ରହୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.