ARTICLE AD BOX
ଆଇଚି-ନଗୋୟା: ଶନିବାରଠୁ ଆନୁଷ୍ଠାନିକ ଭାବେ ଏସୀୟ କ୍ରୀଡ଼ା ଆରମ୍ଭ ପୂର୍ବରୁ କିଛି ଖେଳ ଆରମ୍ଭ ହୋଇଛି। ଟେକ୍ବଲ୍ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା ବେଳେ ସଫଳତା ପାଇନି। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଡେକ୍ଲାନ ମାର୍ଶାଲ ଗୋନସାଲଭେସ୍ ଓ ମହମ୍ମଦ ଆନସ ଇମ୍ରାନ ବେଗ୍ ନିଜର ଗ୍ରୁପ୍ ପର୍ଯ୍ୟାୟର ୨ଟି ଯାକ ମ୍ୟାଚ୍ ହାରି କ୍ବାର୍ଟରଫାଇନାଲ୍ ପୂର୍ବରୁ ବିଦାୟ ନେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଭାରତୀୟ ଯୋଡ଼ି ଭିଏତନାମ୍ର ଟ୍ରୌଙ୍ଗ ଜିଆଙ୍ଗ ବା ଓ ଆନ୍ ଖୋଆ ଲିଙ୍କଠୁ ୧୦-୧୨, ୮-୧୨ରେ ହାରିଥିଲେ। ଦ୍ବିତୀୟ ମାଚ୍ରେ ଦକ୍ଷିଣ କୋରିଆର ଜୁନ୍ସୁକ୍ ଲି ଓ ତାଏବିନ୍ ଲିଙ୍କଠୁ ୪-୧୨, ୭-୧୨ରେ ପରାସ୍ତ ହୋଇଥିଲେ।
ଆହୁରି ପଢ଼ନ୍ତୁ- Stray Dog and Monkey Menace ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ କରୁଛନ୍ତି ଉପଦ୍ରବ
ମହିଳା କ୍ରିକେଟ୍ ସେମିରେ ଶ୍ରୀଲଙ୍କା, ପାକିସ୍ତାନ
ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଶ୍ରୀଲଙ୍କା-ଚୀନ୍ ମ୍ୟାଚ୍ ବାତିଲ ହୋଇଥିଲା। ଉଚ୍ଚ ମାନ୍ୟତାରେ ଥିବାରୁ ବିନା ପରିଶ୍ରମରେ ଶ୍ରୀଲଙ୍କା ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ହେଲେ ପାକିସ୍ତାନ ଓ ଥାଇଲାଣ୍ଡ ମ୍ୟାଚ୍ ଓଦା ପଡ଼ିଆ ଯୋଗୁଁ ବିଳମ୍ବରେ ଖେଳାଯାଇଥିଲା। ମ୍ୟାଚ୍ ୧୧ ଓଭର ବିଶିଷ୍ଟ ହୋଇଥିଲା ବେଳେ ପାକିସ୍ତାନ ୩ ୱିକେଟ୍ରେ ଜିତି ସେମିଫାଇନାଲ୍ରେ ପହଞ୍ଚିଛି। ପ୍ରଥମେ ବ୍ୟାଟିଂ କରିଥିବା ଥାଇଲାଣ୍ଡ ନାନ୍ନାପାତ କୋଞ୍ଚାରୋଏଙ୍କାଇଙ୍କ ୪୯ ବଳରେ ୪ ୱିକେଟ୍ ହରାଇ ୯୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ୭ ୱିକେଟ୍ ହରାଇ ୨ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବିଜେତା ଭାରତ ଶନିବାର ଜାପାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ଅଧିକ ଦେଖନ୍ତୁ-

8 hours ago
2


